www.samajalive.in
Monday, December 8, 2025
27.1 C
Bhubaneswar

ଖରିଫ ଫସଲ ସଂଗ୍ରହ ଜାରି, ସଂଗ୍ରହ ହେଲାଣି ୪୮୭ଲକ୍ଷ ୯୨ହଜାର ମେଟ୍ରିକ୍‍ ଟନ୍‍ ଧାନ

ସରକାର କୃଷକମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଖରିଫ ଫସଲ ସଂଗ୍ରହ ଜାରି ରଖିଛନ୍ତି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ତାମିଲନାଡୁ, ଚଣ୍ଡିଗଡ, ଜାମ୍ମୁ-କାଶ୍ମୀର, କେରଳ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ଝାଡଖଣ୍ଡ, ଆସାମ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଧାନସଂଗ୍ରହ ଜାରି ରହିଛି। ଏପର୍ଯ୍ୟନ୍ତ ୪୮୭ଲକ୍ଷ ୯୨ହଜାର ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯାଇସାରିଲାଣି।

ଏହା ଗତବର୍ଷର ଏହି ସମୟ ତୁଳନାରେ ଶତକଡା ୨୪ ଦଶମିକ ୯/୩ ଭାଗ ଅଧିକ ରହିଛି। ମୋଟ୍‍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨ଲକ୍ଷ ୭୭ହଜାର ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯାଇଛି। ପ୍ରାୟ ୬୨ଲକ୍ଷ ୨୮ହଜାର କୃଷକ ସେମାନଙ୍କର ଉତ୍ପାଦିତ ପଦାର୍ଥଗୁଡ଼ିକ ପାଇଁ ୯୨ହଜାର ୧୨୦କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ ପାଇଛନ୍ତି।

- Advertisement -

ସରକାର ଚଳିତ ଖରିଫ ଋତୁରେ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଗୁଜୁରାତ, ହରିୟାଣା, ଉତ୍ତରପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୫୧ଲକ୍ଷ ୬୬ହଜାର ମେଟ୍ରିକ୍‍ ଟନ୍‍ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ସଂଗ୍ରହକୁ ଅନୁମୋଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରୁ ୧ଲକ୍ଷ ୨୩ହଜାର ମେଟ୍ରିକ୍‍ ଟନ୍‍ ଶୁଖିଲା ନଡ଼ିଆ ସଂଗ୍ରହ କରିବାକୁ ମଧ୍ୟ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories