www.samajalive.in
Tuesday, December 9, 2025
17.1 C
Bhubaneswar

୫ ମାସ ହେଲାଣି ୧୭ ବର୍ଷର ନାବାଳିକା ନିଖୋଜ; ନିଖୋଜ ମାମଲା ରୁଜୁ କରି ହାତବାନ୍ଧି ବସିଛି ପୁଲିସ, ଝିଅ ଖବର ନମିଳିଲେ ଆତ୍ମାହୂତି ଚେତାବନୀ

ବ୍ୟାସନଗର: ଝିଅ ଜନ୍ମ ପରେ ଅଭାବୀ ପରିବାରର ବାପା, ମାଆ ଖୁସି ହୋଇଥିଲେ। ଗୋଟିଏ ଝିିଅ ଥିବା ପରିବାରକୁ ସରକାର ସବୁଜପତ୍ରିକା ପ୍ରଦାନ କରି ସବୁ ସରକାରୀ ସୁବିଧା ଯୋଗାଇବେ ବୋଲି ଜାଣି ପରିବାରକୁ ସେତିକିରେ ସୀମିତ ରଖିଥିଲେ। ଝିଅକୁ ମଣିଷ କରିବାକୁ କୋରେଇ ବ୍ଲକ ଜହ୍ନା ଗ୍ରାମର ଏକ ଦମ୍ପତ୍ତି ପଣ କରି ଦିନରାତି ତା’ପଛରେ ଲାଗି ତାକୁ ଜଣେ ମେଧାବୀ ଛାତ୍ରୀଭାବେ ତିଆରି କଲେ। ୨୦୧୮ ମାଟ୍ରିକ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀ (ବି/୧)ରେ କୋରେଇ ବ୍ଲକ୍‍ ଜହ୍ନା ସଦାନନ୍ଦ ହାଇସ୍କୁଲରୁ ଝିଅଟି ପାସ୍‍ କରି ବ୍ୟାସନଗର ଇନ୍ଦିରାଗାନ୍ଧି ମହାବିଦ୍ୟାଳୟରେ ଯୁକ୍ତଦୁଇ ଶ୍ରେଣୀରେ ନାମ ଲେଖାଇ ପଢ଼ୁଥିଲେ। କରୋନା ସମୟରେ ଘରେ ରହି ଅନ୍‍ଲାଇନ୍‍ରେ ପାଠ ପଢ଼ୁଥିବାବେଳେ ଗତ ଅଗଷ୍ଟ ୨୬ ତାରିଖରେ ଆଶ୍ଚର୍ଯ୍ୟଜନକଭାବେ ଘରୁ ନିଖୋଜ ହୋଇଯାଇଥିଲେ। ଘରେ ସମସ୍ତେ ଶୋଇଥିବାବେଳେ ତାକୁ ଘରୁ କେହି ନେଇଯାଇଥିବା ନେଇ ମାଆ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଏକ ମାମଲା ରୁଜୁ କରିଥିଲେ। ସେହିଦିନଠାରୁ ଆଜିକୁ ୫ ମାସ ବିତି ଯାଇଥିଲେ ମଧ୍ୟ ଝିଅ କୁଆଡେ ଯାଇଛି ବୋଲି ପୁଲିସ କିଛି ଖବର ପାଉ ନାହିଁ। ହହ୍ନା ଗ୍ରାମ ଚାରିପାଖରେ ଥିବା ପୋଖରୀ ଗାଡିଆ, କୂଅଠାରୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କ ଘର ଖୋଜି ଥକି ପଡ଼ିଲେଣି ବାପା, ମଆ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ। ଥାନା ଦୁଆରକୁ ବାପା, ମାଆ ଦୌଡି ଦୌଡି ନୟାନ୍ତ ହେବା ପରେ ଏନେଇ ତତକାଳୀନ ଯାଜପୁର ଏସପି ଚରଣ ସିଂ ମୀନାକୁ ଭେଟି ଝିଅ ନିଖୋଜ ନେଇ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନାହାନ୍ତି। ଏକମାତ୍ର ଝିଅର ସନ୍ଧାନ ନପାଇ ବାପା, ମାଆଙ୍କ ଆଖିରୁ ଲୁହ ଶୁଖୁ ନାହିଁ। ଜଣେ ନାବାଳିକା ଘରୁ କେମିତି ଗଲା କେହି ଗ୍ରାମବାସୀ ତାକୁ ଦେଖି ନଥିବାବେଳେ କୌଣସି ଗାଡିରେ ତାକୁ ଗାଁରୁ କେହି ନେଇଯାଇ ବାହାରକୁ ଚାଲାଣ କରି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଜହ୍ନା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୋଲକଚନ୍ଦ୍ର ସାହୁ, ରମେଶଚନ୍ଦ୍ର ବେହେରା, ଅବିନାଶ ସ୍ୱାଇଁ, ଯୁବନେତା ବିକ୍ରମ ବିଶ୍ୱାଳ, ସ୍ମୃତିରଞ୍ଜନ ପତ୍ରିଙ୍କ ସମେତ ଗ୍ରାମବାସୀ ଏହି ନିଖୋଜ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଥିବାବେଳେ ୧୫ ଦିନ ମଧ୍ୟରେ ଝିଅର ସନ୍ଧାନ ନମିଳିଲେ ବାପା, ମାଆ ପାଣିକୋଇଲି ଥାନା ଆଗରେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ ଚୁପ୍‍ ବସିଥିବା ଘଟଣାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଥିବାବେଳେ ତୁରନ୍ତ ଏହି ଘଟଣାରେ ସରକାର ହସ୍ତକ୍ଷେପ କରି ସତ୍ୟାସତ୍ୟ ବହାର କରିବାକୁ ଦାବି ହୋଇଛି। ଝିଅଟିର ସନ୍ଧାନ ନମିଳିଲେ ସ୍ଥାନୀୟ ଅଞ୍ଚଳର ବହୁ ରାଜନୈତିକ ବ୍ୟକ୍ତିବିଶେଷ ଓ ସମାଜସେବା ସଂଗଠନ କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଏନେଇ ଆମେ ପାଣିକୋଇଲି ଥାନା ଅଧିକାରୀ ଚକ୍ରପତି କହଁରଙ୍କ ମତାମତ ଲୋଡିବାରୁ ମୋ ପୂର୍ବରୁ ଥିବା ଥାନା ଅଧିକାରିଣୀ ସସ୍ମିତା ସାହୁଙ୍କ ସମୟରେ ଏହି ନିଖୋଜ ମାମଲା ପଂଜୀକୃତ ହୋଇଥିବାବେଳେ ଘଟଣାର ସବିଶେଷ ତଥ୍ୟ ପାଇଲାପରେ ମୁଁ ପ୍ରତିକ୍ରିୟା ପ୍ରଦାନ କରିବି ବୋଲି ମତ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories