www.samajalive.in
Thursday, December 11, 2025
27.1 C
Bhubaneswar

ମୂର୍ତ୍ତି ନୁହେଁ ଶକ୍ତି ରୂପେ ପୂଜା ପାଉଛନ୍ତି ମାଆ ସମଲେଶ୍ୱରୀ

ସମ୍ବଲପୁର : ପଶ୍ଚିମ ଓଡିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କର ମହିମାର ପ୍ରଚାର ପ୍ରସାର ପାଇଁ ‘ମାଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି’ ନାମକ ଏକ ସମିତି ଗଠନ କରାଯାଇଛି। ମାଆ ସମଲେଶ୍ୱରୀଙ୍କର ମହିମାର ପ୍ରଚାର ପ୍ରସାର ପାଇଁ ୨୦୧୯ ମସିହାରୁ ସମିତିର ସଦସ୍ୟ ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ରହିଥିବା ମାଆ ସମଲେଶ୍ୱରୀଙ୍କ ପୀଠ ଓ ମନ୍ଦିର ଗୁଡିକୁ ପରିଦର୍ଶନ କରି ଏକ ସୁତ୍ରରେ ବାନ୍ଧିବାକୁ ଉଦ୍ୟମ କରୁଛନ୍ତି। ତେବେ ଗତ ବର୍ଷ କରୋନା ସଙ୍କଟ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ବେଳେ ନବବର୍ଷ ଅବସରରେ ପୁର୍ନବାର ଏହି ମହିମା ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।

ଏହି କ୍ରମରେ ମାଆ ସମଲେଶ୍ୱରୀ ମହିମା ପ୍ରଚାର ସମିତିର ଏକ ପ୍ରତିନିଧି ମଣ୍ଡଳ ଶୁକ୍ରବାର ବରଗଡ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବୁରଦା ଠାରେ ସ୍ଥିତ ମାଆ ସମଲେଶ୍ୱରୀଙ୍କ ଶକ୍ତିପୀଠକୁ ପରିଦର୍ଶନ କରି ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ବୁରଦା ଗ୍ରାମରେ ପ୍ରାୟ ୨୫୦ ବର୍ଷ ହେବ ଏକ ଭବ୍ୟ ମନ୍ଦିରରେ ମୂର୍ତ୍ତି ରୂପେ ନୁହେଁ ଶକ୍ତି ରୂପରେ ମାଆ ସମଲେଶ୍ୱରୀ ପୂଜା କରାଯାଉଛି। ଏହା ଏକ ମାତ୍ର ମନ୍ଦିର ଯେଉଁ ଠାରେ ମାଆ ସମଲେଶ୍ୱରୀ ମୂର୍ତ୍ତି ରୂପେ ନୁହେଁ ଶକ୍ତି ରୂପେ ପୂଜା ପାଇ ଆସୁଛନ୍ତି। ଏହି ମନ୍ଦିରରେ ପ୍ରତି ମଙ୍ଗଳବାର ଓ ବିଭିନ୍ନ ପର୍ବପର୍ବାଣିରେ ପୂଜା କରାଯାଇଥାଏ। ତେବେ ମହିମା ପ୍ରଚାର ସମିତି ମନ୍ଦିର ପରିଦର୍ଶନ ସମୟରେ ମନ୍ଦିର ପୂଜକ, ପରିଚାଳନା କମିଟୀ ସଦସ୍ୟ, ଗ୍ରାମର ମୁଖିଆ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା ସମୟରେ ମାଁ ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର ଥିବା ବେଳେ ଅନେକ ଶ୍ରଦ୍ଧାଳୁ ମନ୍ଦିରକୁ ଶକ୍ତି ରୂପିଣୀ ମାଆଙ୍କ ଦର୍ଶନ କରିବାକୁ ଆସୁଥିବାରୁ ପ୍ରତ୍ୟହ ସକାଳ ଓ ସନ୍ଧ୍ୟା ବେଳାରେ ପୂଜାର୍ଚ୍ଚନା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଉପରେ ଆଲୋଚନା ସମୟରେ ସର୍ବସମ୍ମତି କ୍ରମେ ପ୍ରତି ଦିନ ଦୁଇ ବେଳା ମାଆ ଙ୍କର ପୂଜାର୍ଚ୍ଚନା ସହିତ ଆଳତୀ କରାଯିବ ବୋଲି ସ୍ତିରିକୃତ ବୈଠକରେ ହୋଇଥିଲା। ବୈଠକ ପରେ ମନ୍ଦିର ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ନେତୃତ୍ୱରେ ମାଆ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ, ସଞ୍ଜୟ ଜେନା, କୃଷ୍ଣଚନ୍ଦ୍ର ପରିଡା, ପ୍ରଶାନ୍ତ ନାଗ ମହିମା ପ୍ରଚାର ସମିତିର ପ୍ରତିନିଧି ମଣ୍ଡଳରେ ସାମିଲ ରହିଥିଲେ। ପ୍ରତିନିଧି ମଣ୍ଡଳ ପରିଦର୍ଶନ ସମୟରେ ଅକ୍ରୁର ପଣ୍ଡା, ପରିଚାଳନା କମିଟୀର ସଭାପତି ପ୍ରଫୁଲ୍ଲ ପଣ୍ଡା, ସମ୍ପାଦକ ରଞ୍ଜନ ପଣ୍ଡା, ଅରବିନ୍ଦ ହୋତା, ସୁବାଷ ପଣ୍ଡା, ଗୋବର୍ଦ୍ଧନ ଝାଙ୍କର, କୈଳାଶ ଝାଙ୍କର, ବିନୟ ପଣ୍ଡା, ଗଦାଧର ପଣ୍ଡା, ଅକ୍ଷୟ ପଣ୍ଡା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଭଳି ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ  ସମଲେଶ୍ୱରୀଙ୍କ ମହିମା ପ୍ରଚାର ପାଇଁ ଗଠିତ ସମିତିର ପ୍ରତିନିଧି ମଣ୍ଡଳ ପୂର୍ବରୁ ଛତିଶଗଡର ସାରଙ୍ଗଗଡ, ରାୟଗଡ ଆଦି ସ୍ଥାନରେ ରହିଥିବା ମାଁ ସମଲେଶ୍ୱରୀ ମନ୍ଦିର ଗୁଡିକୁ ପରିଦର୍ଶନ କରି ମହିମା ପ୍ରଚାର ସହିତ ସମନ୍ୱୟ ରକ୍ଷା କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories