www.samajalive.in
Sunday, December 7, 2025
13.1 C
Bhubaneswar

ଉତ୍ତରାଖଣ୍ଡର ପାଞ୍ଚଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ

ଉତ୍ତରାଖଣ୍ଡର ମନୋରମ ପ୍ରକୃତିର ରୂପ, ହିମାଳୟ, ଝରଣା, ଅଟ୍ଟାଳିକା ଦେଖିବା ପାଇଁ ସାରା ଦୁନିଆରୁ ପର୍ୟ୍ୟଟକ ଆସିଥାଆନ୍ତି। ନୈନିତାଲ ହେଉ ଅଥବା ମସୁରୀ ଏହି ସହରମାନଙ୍କରେ ବର୍ଷ ତମାମ ପର୍ୟ୍ୟଟକ ମାନେ ଏଠାରେ ରହିଥାଆନ୍ତି। ଉତ୍ତରାଖଣ୍ଡର ପ୍ରାକୃତିକ ସୌନ୍ଦର୍ୟ୍ୟ ସମ୍ମୁଖରେ ୟୁରୋପର ସୁନ୍ଦର ଦୃଶ୍ୟ ମଧ୍ୟ ଫିକା ଲାଗିଥାଏ। ଆସନ୍ତୁ ଜାଣିବା ଉତ୍ତରାଖଣ୍ଡର ପାଞ୍ଚଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବିଷୟରେ
ଔଲୀ – ଔଲୀକୁ ଭାରତର କ୍ଷୁଦ୍ର ସୁଇଜରଲ୍ୟାଣ୍ଡ କୁହାଯାଇଥାଏ। ଏହି ସ୍ଥାନର ସୌନ୍ଦର୍ୟ୍ୟ ଏତେ ଆକର୍ଷଣୀୟ ଯେ, ବିଦେଶୀମାନେ ମଧ୍ୟ ଆସିଥାଆନ୍ତି। ଏହା ଉତ୍ତରାଖଣ୍ଡର ଚମୋଲିରେ ଅବସ୍ଥିତ। ଏଠାରେ ଥିବା ପାହାଡ଼, ସବୁଜ ବନାନୀ ଦେଖି ଆପଣଙ୍କୁ ସୁଇଜରଲ୍ୟାଣ୍ଡରେ ଭ୍ରମଣ କରିବା ପରି ମନେ ହେବ। ଧବଳ ବରଫର ଚଦର ପିନ୍ଧିଥିବା ପାହାଡ଼ରେ ସୂର୍ୟ୍ୟୋଦୟ ଠାରୁ ଆରମ୍ଭ କରି ସୂର୍ୟ୍ୟାସ୍ତ ପର୍ୟ୍ୟନ୍ତ ଦୃଶ୍ୟ ଏଠାରେ ବାସ୍ତବିକ ଦର୍ଶନ ଯୋଗ୍ୟ ଅଟେ।
ଦେବପ୍ରୟାଗ – ଦେବପ୍ରୟାଗ ସମୁଦ୍ର ପତ୍ତନ ଠାରୁ ୮୩୦ ମିଟର ଉଚ୍ଚରେ ରହିଛି। ଋଷିକେଶ ଠାରୁ ଦେବପ୍ରୟାଗର ଦୂରତା ପ୍ରାୟ ୭୦ କିଲୋମିଟର ଅଟେ। ଏହି ସୁନ୍ଦର ସ୍ଥାନ ଅଲକନନ୍ଦା – ଭାଗିରଥୀ ନଦୀର ସଙ୍ଗମସ୍ଥଳୀରେ ରହିଛି। ଦେବଭୂମି ଉତ୍ତରାଖଣ୍ଡର ପାଞ୍ଚଟି ପ୍ରୟାଗ ମଧ୍ୟରେ ଗୋଟିଏ ଦେବ ପ୍ରୟାଗ ଅଟେ ବୋଲି କୁହାଯାଇଥାଏ। ମାନ୍ୟତା ରହିଛି ଯେ, ଯେଉଁସମୟରେ ଭଗିରଥ ଗଙ୍ଗାଙ୍କୁ ପୃଥିବୀ ଲୋକରେ ଅବତରଣ କରିବା ପାଇଁ ରାଜି କରାଇଥିଲେ ସେହି ସମୟରେ ଗଙ୍ଗାଙ୍କ ସହ ୩୩ କୋଟି ଦେବାଦେବୀ ମଧ୍ୟ ଦେବପ୍ରୟାଗରେ ଅବତରଣ କରିଥିଲେ। ଏହା ସେହି ସ୍ଥାନ ଅଟେ ଯେଉଁଠାରେ ଭଗିରଥ ଓ ଅଲକନନ୍ଦା ନଦୀର ସଙ୍ଗମ ହୋଇଥାଏ। ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାଆନ୍ତି। ଏହା ଏକ ମନୋରମ ସ୍ଥାନ ଅଟେ। ଏହି ସ୍ଥାନର ସୁନ୍ଦରତା ଓ ଶାନ୍ତି ବାତାବରଣ ଶ୍ରଦ୍ଧାଳୁ ଓ ପର୍ୟ୍ୟଟକଙ୍କ ମନରେ ଶାନ୍ତି ସଞ୍ଚାର କରିଥାଏ।
ତପୋବନ – ତପୋବନ ଗଙ୍ଗୋତ୍ରୀ ହିମନଦୀ ଠାରୁ ୬ କିଲୋମିଟର ଦୂରରେ ରହିଛି। ଏଠାକାର ଅଦ୍ଭୁତ ଦୃଶ୍ୟ ପର୍ୟ୍ୟଟକଙ୍କ ମନକୁ କିଣି ନେଇଥାଏ। ତପୋବନ ଠାରୁ ହିମାଳୟର ଶିଖର ମଧ୍ୟ ଦୃଶ୍ୟମାନ ହୋଇଥାଏ। ପର୍ବତ ଆରୋହଣର ଦୃଶ୍ୟ ମଧ୍ୟ ଦେଖିବାକୁ ମିିଳିଥାଏ। ଏହି ସ୍ଥାନରେ ଥିବା ବହୁ ବୃକ୍ଷ ଓ ପ୍ରାକୃତିକ ଦୃଶ୍ୟ ପର୍ୟ୍ୟଟକଙ୍କ ମନକୁ ଆକୃଷ୍ଟ କରିଥାଏ।
ଫୁଲୋ କି ଘାଟି
ଉତ୍ତରାଖଣ୍ଡରେ ରହିଥିବା ଫୁଲୋ କି ଘାଟି ବିଷୟରେ ତ ଆପଣ ଶୁଣି ଥିବେ। ଏଠାରେ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ପର୍ୟ୍ୟଟକ ଆସିଥାଆନ୍ତି ଓ ଏଠାକାର ବତାବରଣ ବେଶ ମଜା ନେଇଥାଆନ୍ତି। ଏହା ଏକ ରାଷ୍ଟ୍ରୀୟ ଉଦ୍ୟାନ ଅଟେ। ଫୁଲୋ କି ଘାଟି ୮୭.୫୦ କି.ମି ବର୍ଗ କ୍ଷେତ୍ରରେ ପର୍ୟ୍ୟନ୍ତ ବିସ୍ତାରିତ ହୋଇ ରହିଛି। ପ୍ରକୃତି ନିଜର ସମସ୍ତ ସୁନ୍ଦରତା ଯେପରି ଏଠାରେ ଅର୍ପଣ କରିଦେବା ଭଳି ମନେ ହୁଏ।
ମୁକ୍ତେଶ୍ୱର – ନୈନିତାଲ ଠାରୁ ପ୍ରାୟ ୪୬ କିଲୋମିଟର ଦୂରରେ ଅବସ୍ଥିତ ମୁକ୍ତେଶ୍ୱର ଧାମରେ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ୟ୍ୟଟକ ଆସିଥାଆନ୍ତି। ଏହା ସହ ପ୍ରାକୃତିକ ସୌନ୍ଦର୍ୟ୍ୟର ମଜା ନେଇଥାଆନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories