www.samajalive.in
Monday, December 8, 2025
24.1 C
Bhubaneswar

ସିଲଚର ବିମାନବନ୍ଦରରେ ୬ଟିଏମସି ସାଂସଦ ଅଟକ

ନୂଆଦିଲ୍ଲୀ: ଆସାମରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର(ଏନଆରସି)ର ଚୂଡ଼ାନ୍ତ ଡ୍ରାଫ୍ଟକୁ ନେଇ ଉପୁଜିଥିବା ସ୍ଥିତିର ତର୍ଜମା କରିବାକୁ ଯାଇଥିବା ୬ଜଣ ତୃଣମୂଳ ସାଂସଦଙ୍କୁ ଆସାମ ସିଲଚର ବିମାନ ବନ୍ଦରରେ ଅଟକ କରାଯାଇଛି। ତୃଣମୂଳ କଂଗ୍ରେସ ଦଳର ପ୍ରତିନିଧି ମଣ୍ଡଳଙ୍କୁ ବିମାନବନ୍ଦର ବାହାରକୁ ଯିବାକୁ ଅନୁମତି ନଦେବାରୁ ଘଟଣାସ୍ଥଳରେ ପୁଲିସ ଓ ସାଂସଦଙ୍କ ମଧ୍ୟରେ ଖଣ୍ଡଯୁଦ୍ଧର ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିଏମସିର ଏହି ପ୍ରତିନିଧିମଣ୍ଡଳରୀରେ ୬ଜଣ ସାଂସଦଙ୍କ ସମେତ ୨ଜଣ ବିଧାୟକ ମଧ୍ୟ ରହିଛନ୍ତି। ଫଳରେ ବାଧ୍ୟ ହୋଇ ଆସାମ ପୁଲିସ ପ୍ରତିନିଧିମଣ୍ଡଳୀକୁ ହେପାଜତରେ ନେଇଛି। ଆସାମରେ ଏନଆରସି ଦ୍ୱାରା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରଠାରୁ କେନ୍ଦ୍ରରେ ରାଜନୀତି ବେଶ୍‍ ଚଳଚଞ୍ଚଳ ହୋଇ ପଡ଼ିଥିଲା। ତେବେ ଏହି ପ୍ରସଙ୍ଗରେ ସବୁଠାରୁ ବେଶୀ ପଶ୍ଚିମବଙ୍ଗ୍‍ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ କଟୁ ସମାଲୋଚନା କରିଥିଲେ।
ଏଭଳି ପରିସ୍ଥିତିରେ ମମତାଙ୍କ ଦଳ ଟିଏମସି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ଆସାମ ପହଞ୍ôଚ ଥିଲେ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଟିଏମସି ନେତାଙ୍କୁ ଶାନ୍ତିଶୃଙ୍ଖଳା ପ୍ରଭାବିତ ହେବାର ଆଶଙ୍କାରେ ରାଜ୍ୟରେ ପ୍ରବେଶ କରିବାର ଅନୁମତି ଦେଇ ନଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories