www.samajalive.in
Tuesday, December 9, 2025
16.1 C
Bhubaneswar

୩ୟ ଟେଷ୍ଟରେ ୱାର୍ଣ୍ଣର ଖେଳିବା ସମ୍ଭାବନା

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ବିତୀୟ (ବକ୍ସିଂ ଡେ) ଟେଷ୍ଟରେ ଭାରତୀୟ ଦଳ ବିଜୟୀ ହୋଇଛି। ଦୁଇ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆସନ୍ତା ଜାନୁଆରୀ ୭ରୁ ଖେଳାଯିବାକୁ ଥିବା ବେଳେ ଏହି ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତରଫରୁ ତାରକା ଓପନର୍‌ ଡେଭିଡ୍‌ ୱାର୍ଣ୍ଣର ଖେଳିବା ସମ୍ଭାବନା ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଅଧିନାୟକ ଟିମ୍‌ ପେନ୍‌।
ମ୍ୟାଚ୍‌ ଶେଷ ହେବା ପରେ ନିଜ ପ୍ରତିକ୍ରିୟାରେ ପେନ୍ କହିଥିଲେ ୱାର୍ଣ୍ଣର ବର୍ତ୍ତମାନ ବେଶ୍‌ ସୁସ୍ଥ ଅଛନ୍ତି। ସେ ଅଭ୍ୟାସ ଆରମ୍ଭ କରିଥିବାରୁ ତୃତୀୟ ଟେଷ୍ଟରେ ଖେଳିବା ସମ୍ଭାବନା ରହିଛି। ସେହିପରି ଆଘାତଜନିତ କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍‌ ପଡ଼ିଥିବା ଓପନର୍‌ ୱିଲ୍‌ ପ୍ୟୁକୋୱସ୍କି ମଧ୍ୟ ସୁସ୍ଥ ହେଉଛନ୍ତି ଏବଂ ଖୁବ୍‌ଶୀଘ୍ର ପଡ଼ିଆକୁ ଫେରିବେ ବୋଲି ପେନ୍‌ ସୂଚନା ଦେଇଛନ୍ତି। ସୂଚନାଥାଉକି ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଖେଳୁଥିବା ବେଳେ ୱାର୍ଣ୍ଣରଙ୍କ ଜଂଘ ମାଂସପେଶୀରେ ଆଘାତ ଲାଗିଥିଲା। ଫଳରେ ସେ ଦଳରୁ ବାଦ୍‌ ପଡ଼ିଥିଲେ। ଯଦି ପ୍ୟୁକୋୱସ୍କି ଫିଟ୍‌ ଘୋଷିତ ହୁଅନ୍ତି ତେବେ ୱାର୍ଣ୍ଣରଙ୍କ ସହ ସେ ତୃତୀୟ ଟେଷ୍ଟରେ ବ୍ୟାଟିଂ ଓପନ୍‌ କରିବାର ସମ୍ଭାବନା ରହିଛି। ଏପରି ହେଲେ ବର୍ନସ୍‌ ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories