www.samajalive.in
Monday, December 8, 2025
20.1 C
Bhubaneswar

ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିୟୁ ଭାଉପୁର-ନିୟୁ ଖୁର୍ଜା ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ପରିବହନ କରିଡର୍‍ର ଉଦ୍‍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍‍ ମାଧ୍ୟମରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏହି କରିଡର ଆତ୍ମନିର୍ଭର ଭାରତ ଏବଂ କିଷାନ ରେଳ ସେବା କ୍ଷେତ୍ରରେ ଏକ ବଳିଷ୍ଠ ମାଧ୍ୟମ ଭାବେ ପରିଗଣିତ ହେବ। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହି ଉତ୍ସବରେ ଯୋଗଦେଇ କହିଛନ୍ତି ଏହି କରିଡର ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଏକ ନୂତନ ଦିଗ ଉନ୍ମୁକ୍ତ କରିବ। ଉତ୍ତର ପ୍ରଦେଶର ୩୫୧ କିଲୋମିଟର ଦୀର୍ଘ ନିୟୁ ଭାଉପୁର-ନିୟୁ ଖୁର୍ଜା ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ପରିବହନ କରିଡର୍‍ ନିର୍ମାଣରେ ୫ ହଜାର ୭୫୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ଫଳରେ କାନ୍‍ପୁର, ଏଟାୱା, ଫିରୋଜାବାଦ୍‍, ଅଲ୍ଲିଗଡ଼ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳର ଆଞ୍ଚଳିକ ଶିଳ୍ପଗୁଡ଼ିକ ସହଜରେ ବ୍ୟବସାୟ କରିପାରିବେ ବୋଲି ଜଣାପଡିଛି।

ଏହା ବ୍ୟତୀତ କାନ୍‍ପୁର-ଦିଲ୍ଲୀ ମୁଖ୍ୟ ରାସ୍ତା ଓ ରେଳସେବା ଦ୍ରୁତବେଗରେ କାର୍ଯ୍ୟ କରିପାରିବ ବୋଲି କୁହାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏହି ଫ୍ରେଟ୍‍ କରିଡର ଉତ୍ତରପ୍ରଦେଶ ମଧ୍ୟ ଦେଇ ଯାଉଥିବାରୁ ଆଗାମୀ ଦିନରେ ବିକାଶ କାର୍ଯ୍ୟକ୍ରମକୁ ଅଧିକ ସହଯୋଗ ମିଳିପାରିବ। ସେ କହିଛନ୍ତି ପୂର୍ବରୁ ସେଠାରେ ମାତ୍ର ୨୫ କିଲୋମିଟର ବେଗରେ ମାଲଗାଡ଼ି ଚାଲୁଥିବା ବେଳେ ଏବେ ତାହା ଅଧିକ ବେଗରେ ଗତି କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ଅପରେସନ୍‍ କଣ୍ଟ୍ରୋଲ୍‍ ସେଣ୍ଟର୍‍ ମଧ୍ୟ ଉଦ୍‍ଘାଟନ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories