www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ର ସମନ୍‌ ଜାରି କରିଥିବା ଅଧିକାରୀଙ୍କୁ ପଦୋନ୍ନତି ଦେଇ ସମ୍ମାନିତ କଲେ ଦିଦି

କଲକାତା: ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ କାରକେଡ୍‌ ଉପରେ ଆକ୍ରମଣ ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ନଡ୍ଡାଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିବାରୁ କେନ୍ଦ୍ର ସରକାର ୩ ଆଇପିଏସ ଅଧିକାରୀଙ୍କୁ ସମନ ଜାରି କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ସମ୍ପୃକ୍ତ ଅଧିକାରୀଙ୍କୁ ସମ୍ମାନ ସ୍ବରୂପ ପଦୋନ୍ନତି ଦେଇଛନ୍ତି।

ସୂଚନାଯୋଗ୍ୟ, ନଡ୍ଡାଙ୍କ କାରକେଡ୍‌ ଉପରେ ଆକ୍ରମଣ ଘଟଣା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୩ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଡକାଯାଇଥିଲା। କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ଡେପୁଟେଶନରେ ପଠାଇବାକୁ ମନା କରିଦେଇଥିଲେ। ଏବେ ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ ଜଣଙ୍କୁ ପଦୋନ୍ନତି (ପ୍ରମୋଟ) ଏବଂ ଆଉ ଜଣଙ୍କୁ ଡିମୋଟ୍‌ କରିଛନ୍ତି।

- Advertisement -

୧୯୯୬ ବ୍ୟାଚ୍‌ର ଆଇପିଏସ ଅଧିକାରୀ ଆଇଜି ରାଜୀବ ମିଶ୍ରାଙ୍କୁ ଏବେ ଦକ୍ଷିଣ ବଙ୍ଗଳା ଏଡିଜି ଭାବେ ପଦୋନ୍ନତି ଦିଆଯାଇଛି। ଅନ୍ୟପଟେ ଡାଇମଣ୍ଡ ହାର୍ବର ଏସପି ଭୋଳାନାଥ ପାଣ୍ଡେଙ୍କୁ ଏସପି ହୋମ୍‌ଗାର୍ଡ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟଜଣେ ଅଦିକାରୀ ପ୍ରବୀଣ ତ୍ରିପାଠୀଙ୍କ ସ୍ଥିତି ଅପରିବର୍ତ୍ତିତ ରହିଛି। ସେ ଏବେ ଡିଆଇଜି (ପ୍ରେସିଡେନ୍ସି ରେଞ୍ଜ) ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଯେଉଁ ସମୟରେ ନଡ୍ଡାଙ୍କ କାରକେଡ୍‌ ଉପରେ ଆକ୍ରମଣ ହୋଇଥିଲା ସେହି ସମୟରେ ଏହି ୩ ଆଇପିଏସ ଅଧିକାରୀ ଘଟଣାସ୍ଥଳରେ ଡ୍ୟୁଟିରେ ଥିଲେ। ଏମାନଙ୍କ ଉପରେ ହିଁ ନଡ୍ଡାଙ୍କ ସୁରକ୍ଷା ଦାୟିତ୍ଵ ରହିଥିଲା। ଗତ ୧୦ ତାରିଖରେ ଡାଇମଣ୍ଡ ହାର୍ବରରେ ଏକ ବୈଠକରେ ଯୋଗଦେବା ଲାଗି ନଡ୍ଡା ଏବଂ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଯାଉଥିବାବେଳେ ସେମାନଙ୍କ କାରକେଡ୍‌ ଉପରକୁ ପଥରମାଡ଼ କରାଯାଇଥିଲା। ଏହି ଘଟଣାରେ କୈଳାସଙ୍କ ସମେତ ଅନେକ ବିଜେପି ନେତା ଆହତ ହୋଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories