www.samajalive.in
Thursday, December 11, 2025
23.1 C
Bhubaneswar

ଅବ୍ୟବସ୍ଥା ଭିତରେ ବୁଲୁଛି କରୋନା ସଚେତନତା ରଥ

ବେଗୁନିଆ : ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ଚଳିତ ମାସ ୨୫ରୁ ୩୦ତାରିଖ ପର୍ୟ୍ୟନ୍ତ କରୋନା ସଚେତନତା ରଥ ଜିଲ୍ଲାର ପ୍ରତି ବ୍ଲକ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଏହି ରଥ ସକାଳ ୧୦ଘଣ୍ଟା ସମୟରେ ବେଗୁନିଆ ବ୍ଲକ କାର୍ଯ୍ୟାଳୟରେ ପଂହଁଚିଥିଲା । ବ୍ଲକ ପି.ଏ କେଳୁଚରଣ ସେଠୀ ଏହି ରଥକୁ ସ୍ୱାଗତ କରିବା ସହ ରଥକୁ ସାଙ୍ଗରେ ନେଇ ବେଗୁନିଆ ଦୁର୍ଗା ମଣ୍ଡପ ନିକଟକୁ ଯାଇଥିଲେ । ଏହି ରଥରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ରାମଚନ୍ଦ୍ର କର ଏବଂ ବ୍ଲକ କଳା ସଂସ୍କୃତି ସଂଘ ର ଉପସଭାପତି ଶ୍ୟାମସୁନ୍ଦର ତ୍ରିପାଠୀ ,ପୋଡାଡିହ ପକ୍ଷଲକ୍ଷକକ୍ଷରଙ୍କ ସହିତ ହାଡୁବନ୍ଧୁ ମହାପାତ୍ର ,କେଶବ ପଣ୍ଡା ,ଶଙ୍କର୍ଷଣ ସାହୁ ,ଜଗବନ୍ଧୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପାଲା ମାଧ୍ୟମରେମାସ୍କ ପିନ୍ଧିବା ,ସକ୍ଷବୁନରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଏବଂ ୨ମିଟର ଦୂରତା ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ରଥ ବ୍ଲକର ବିଭିନ୍ନ ପଂଚାୟତ ବୁଲିବା ପାଇଁ ଚିଠିରେ ଉଲ୍ଲେଖ ଥିବା ବେଳେ କେବଳ ବେଗୁନିଅକ୍ଷର ଦୁର୍ଗା ମଣ୍ଡପ ଠାରେ ପାଲା ପରିବେଷଣ କରାଯାଇଥିଲା । ବିକେଏସଏସ ର ୧୮ ଟି ଦଳ ଅଡିସନ ଦେଇ ବିଭିନ୍ନ ପ୍ରୋଗ୍ରାମ ପାଇଁ ନାମ ପଞ୍ଜିକୃତ କରିଥିବାବେଳେ ଲୋକ ଦେଖାଣିଆକୁ ବେଗୁନିଆରେ କେବଳ ଗୋଟିଏ ପ୍ରୋଗ୍ରାମ କରାଯାଇଛି । ଏପରିକି ବୁଲୁଥିବା ସଚେତନତା ରଥରେ ମାଇକ ଲାଗିନାହିଁ କିମ୍ବା ହୋର୍ଡିଙ୍ଗ ମଧ୍ୟ ନାହିଁ । କଳାକାରଙ୍କ ପାଇଁ କୌଣସି ସୁବିଧା ନାହିଁ ବୋଲି ସେମାନେ କହିଛନ୍ତି । ଦୀର୍ଘ ୩ବର୍ଷ ହେଲା କଳାକାରମାନେ ବିକେଏସଏସ ରେ କୌଣସି ପ୍ରୋଗ୍ରାମ ପାଇନଥିବାବେଳେ କରୋନା ସମୟରେ ମଧ୍ୟ ସେମାନଙ୍କୁ କୌଣସି ପ୍ରୋଗ୍ରାମ ଦିଆଯାଇନାହିଁ । ୨୦୧୧ମସିହାରୁ କଳାକାର ମାନେ ସେମାନଙ୍କ ନାମ ପଞ୍ଜିକୃତ କରିଥିବାବେଳେ ଜିଲ୍ଲା ସ୍ତରରେ ସେମାନଙ୍କ ନାମ ମଗା ଯାଇଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ଦିଆଯାଇନାହିଁ । ଏହି ସବୁ ଅବ୍ୟବସ୍ଥାକୁ ନେଇ ସମ୍ପୃକ୍ତ କଳାକାରମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories