www.samajalive.in
Thursday, December 11, 2025
23.1 C
Bhubaneswar

ନବରଙ୍ଗପୁର ଭିନ୍ନକ୍ଷମ ପୁନଃର୍ବାସ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ, ପ୍ରତି ମାସ ୧୮ରେ ବସୁନି ବୋର୍ଡ ବୈଠକ

ନବରଙ୍ଗପୁର: ରାଜ୍ୟ ସରକାରଙ୍କର ନିର୍ଦେଶ କ୍ରମେ ଓଡିଶାର ୮ଟି ଜିଲାରେ ଭିନ୍ନକ୍ଷମମାନଙ୍କର ସୁବିଧା ପାଇଁ ଜିଲା ଭିନ୍ନକ୍ଷମ ପୁନଃର୍ବାସ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ନବରଙ୍ଗପୁର ଜିଲା ଅନ୍ତର୍ଭୁକ୍ତ। ଏହି କେନ୍ଦ୍ରରେ ଭିନ୍ନକ୍ଷମମାନଙ୍କର ପାଇଁ କୃତ୍ରିମ ଓ ରବଟିକ୍‍ ଅଙ୍ଗପ୍ରତ୍ୟଙ୍ଗରୋପଣ, ସହାୟକ ଯନ୍ତ୍ର ବଣ୍ଟନ ଓ ଭିନ୍ନକ୍ଷମ ପରିଚୟ ପତ୍ର (ଆଇଡି)କାର୍ଡ ପ୍ରଦାନ କରାଯାଇଥାଏ। ଗତ ଦୁଇ ବର୍ଷହେଲା ନବରଙ୍ଗପୁର ଜିଲାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ତେଣୁ ପ୍ରତି ମାସର ୧୮ ତାରିଖରେ ଭିନ୍ନକ୍ଷମମାନଙ୍କ ପାଇଁ ବୋର୍ଡ ବୈଠକ ବସିପାରୁନାହିଁ। ଫଳରେ ଦୂରଦୂରାନ୍ତରୁ ଗରୀବ ଭିନ୍ନକ୍ଷମମାନେ ଆସି ନିରାଶ ହୋଇ ଫେରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ଭିନ୍ନକ୍ଷମ ପୁନଃର୍ବାସ କେନ୍ଦ୍ରଗୁଡ଼ିକ ରାଜ୍ୟ ସରକାଙ୍କର ଦ୍ୱାରା ଏକ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ମାସର ୧୮ ତାରିଖ ବ୍ୟତୀତ ସବୁଦିନ ଏହି କେନ୍ଦ୍ରମାନଙ୍କରେ ମାନସିକ ବିକାର ଓ ଶାରୀରୀକ ବିକଳାଙ୍ଗମାନଙ୍କୁ ଭିନ୍ନକ୍ଷମ ପରିଚୟପତ୍ର ଦିଆଯାଇ ପାରିବ।

 

- Advertisement -

ଗତ ୧୯.୧୨.୨୦ରେ ଉମରକୋଟବ୍ଳକ ଅନ୍ତର୍ଗତ କାରାଗାଁ ଗରୀବ ଶାରୀରୀକ ବିକଳାଙ୍ଗ ଗୋପାଳ ମଣ୍ଡଳ ବହୁ କଷ୍ଟରେ ପ୍ରାୟ ୭୦ କିଲୋମିଟର ବସରେ ଖର୍ଚ୍ଚାନ୍ତ ହୋଇ ଆସି ସଂପୃକ୍ତ କେନ୍ଦ୍ରକୁ ଯାଇଥିଲେ ଓ ତାଙ୍କର ସମସ୍ୟା ସଂପର୍କରେ କହିଥିଲେ। କିନ୍ତୁ କେନ୍ଦ୍ରରେ ତାଙ୍କୁ ମନା କରାଯାଇ ଆସନ୍ତା ମାସ ୧୮ ତାରିଖଦିନ ହେବାକୁ ଥିବା ମେଡିକାଲ ବୋର୍ଡର ବୈଠକରେ ଉପସ୍ଥିତ ହେବାକୁ କୁହାଯାଇଥିଲା। ଶ୍ରୀ ମଣ୍ଡଳ ବହୁତ କାକୁତି ମିନତି ହେବା ପରେ ତାଙ୍କୁ ଭିନ୍ନକ୍ଷମ ପରିଚୟପତ୍ର ଦିଆଯାଇଥିଲା। ଶ୍ରୀମଣ୍ଡଳଙ୍କର ଡାହାଣ ଗୋଡ ଆଣ୍ଠୁ ଉପରକୁ କଟି ଯାଇଥିବାରୁ ସେ କୃତ୍ରିମ ଅଙ୍ଗ ପାଇଁ ମାପ ନେବାକୁ ଅନୁରୋଧ କରିଥିଲେ।ତେବେ କେନ୍ଦ୍ର ପକ୍ଷରୁ ବର୍ତ୍ତମାନ ଆଉ ମାପ ନିଆଯିବ ନାହିଁ , ତୁମେ ଭିନ୍ନକ୍ଷମ ଭତ୍ତା ପାଇବାର ୫ରୁ ୬ମାସ ବିତିବା ପରେ ଆମେ ଫୋନ ଯୋଗଯୋଗ କରିବା ପରେ ଆସିବାକୁ କୁହାଯାଇଥିଲା। ତେବେ ଏହାକୁ ନେଇ ସେ ନିରାଶ ହୋଇଥିଲେ। ଏହି କେନ୍ଦ୍ରର ମନମୁଖିକାର୍ଯ୍ୟକାଳପ ଓ ଭିନ୍ନକ୍ଷମ ମାନଙ୍କୁ ୧୮ ତାରିଖ ମେଡିକାଲ ବୋର୍ଡକୁ ଆସିବାକୁ କହିବା ଯୋଗୁଁ ବର୍ତ୍ତମାନ ଏହିଦିନ ଭିନ୍ନକ୍ଷମ ମାନଙ୍କର ଭିଡ ଜମୁଛି। ଏଠାରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ରେ ଟାଳଟୁଳନୀତି କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ବେପାରୁଆ ମନୋଭାବ ରେ କାର୍ଯ୍ୟକରାଯାଉଥିବାରୁ ପୁନଃର୍ବାସ କେନ୍ଦ୍ରର କର୍ମଚାରୀ ଙ୍କର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଭିନ୍ନକ୍ଷମ ମହଲ ରେ ଦାବି କରାଯାଇଛି। ଏସଂପର୍କରେ ଜିଲା ଭିନ୍ନକ୍ଷମ ସଂଘ ପକ୍ଷରୁ ଲିଖିତ ଭାବେ ଅଭିଯୋଗ କରାଯାଇଛି।

Hot this week

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

Related Articles

Popular Categories