www.samajalive.in
Monday, December 8, 2025
20.1 C
Bhubaneswar

ମେଘା ସେକ୍ଟରରେ ରୋଗବାହକ ନିୟନ୍ତ୍ରଣ ଦିବସ ପାଳିତ

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଶନିବାର ଧାଇପୁରଠାରେ ୧୧ମାସିକ “ବିଶ୍ୱାସ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ରୋଗ ବାହକ ନିୟନ୍ତ୍ରଣ ଦିବସ ପାଳନ ଉପଲକ୍ଷେ ଜନସେଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା କରି ରୋଗବାହକ ନିୟନ୍ତ୍ରଣ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ରୋଗବାହକ ଏକପ୍ରକାର ଅତିକ୍ଷୁଦ୍ର ଅଣୁ ଓ ପରଜୀବୀ ହୋଇଥାନ୍ତି, ଯାହାକି ଏକ ସଂକ୍ରମିତ ମଣିଷ କିମ୍ବା ପଶୁଠାରୁ ଅନ୍ୟ ସୁସ୍ଥ ମଣିଷ ବା ପଶୁକୁ ପରିବାହିତ ହୋଇ ରୋଗ ସଂକ୍ରମଣ କରିଥାନ୍ତି। ଏହି ରୋଗ ଗୁଡିକ ଶୁଦ୍ଧ ପାନୀୟ ଜଳ ନମିଳୁଥିବା ଅଞ୍ଚଳ, ମଇଳା ପାଣି ଜମି ରହୁଥିବା ସ୍ଥାନ, ଅପରିଷ୍କାର ପରିବେଶ ଓ ପରିମଳ ବ୍ୟବସ୍ଥା ଖରାପ ଥିବା ସ୍ଥାନରେ ଅଧିକ ସଂକ୍ରମଣର ଆଶଙ୍କା ଥାଏ। ତେଣୁ ରୋଗବାହକ ବ୍ୟାକତାରୁ ରକ୍ଷା ପାଇବା ପାଇଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ମଇଳା ପାଣି ଜମି ରହୁଥିବା ଖାଲଖମାରେ ମାଟି ପକାଇ ପୋତିବା, ନଳକୂପ, ପୋଖରୀ ତୁଠ ଓ ଘର ଚତୁଃପାର୍ଶ୍ବ ନିୟମିତ ସଫେଇ କରିବା ଆବଶ୍ୟକ। ଏଥି ସହିତ ବାହାରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର କରିବା ଜରୁରୀ ବୋଲି ଶ୍ରୀ ଅସ୍‍ଲମ୍‍ ବୁଝାଇଥିଲେ। ମଶା ଓ ମାଛି ସର୍ବାଧିକ ରୋଗବାହକ ହୋଇଥିବାରୁ ସେମାନଙ୍କଠାରୁ ନିଜକୁ ସୁରକ୍ଷା ପାଇଁ ମଶାରୀ ବ୍ୟବହାର କରିବା ସହିତ ଘର ଚତୁଃପାର୍ଶ୍ବକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମଶାବଂଶ ବୃଦ୍ଧିକୁ ପ୍ରତିହତ କରିବା ନିମନ୍ତେ ଜୈବିକ ଏବଂ ଅନ୍ୟାନ୍ୟ ପଦକ୍ଷେପ କିପରି ନିଆଯାଇପାରିବ ସେ ସଂପର୍କରେ ଶ୍ରୀ ଅସଲମ ବିସ୍ତୃତ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ଅଙ୍ଗନବାଡି କର୍ମୀ ଶୁଭଲକ୍ଷ୍ମୀ ରାଉତ, ଆଶାକର୍ମୀ ପୁଷ୍ପଲତା ସାହୁ ଏବଂ ଗାଁ କଲ୍ୟାଣ ସମିତିର ସଭ୍ୟ/ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories