www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ-୧୯ର ନୂଆ ଷ୍ଟ୍ରେନ୍ ମଧ୍ୟ ଭାରତରେ? କେରଳରେ କରୋନା ଭୁତାଣୁରେ ପରିବର୍ତ୍ତନର ଲକ୍ଷଣ

ଥିରୁଅନନ୍ତପୁରମ୍ : କେରଳର କୋଝିକୋଡରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ କରୋନା ଭୁତାଣୁ ଷ୍ଟ୍ରେନ୍ରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଥିଲା। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ସୈଲଜା କହିଛନ୍ତି ଯେ ଅବଶ୍ୟ ଆମେ କେରଳର ସମସ୍ତ ଜିଲ୍ଲାରେ ଏହି ଅନୁସନ୍ଧାନ କରୁଛୁ। ତେବେ ବ୍ରିଟେନରେ ମିଳୁଥିବା ଷ୍ଟ୍ରେନ୍ ଭଳି ନୁହେଁ ବୋଲି ସେ କହିଛନ୍ତି।
ଗତ ସପ୍ତାହରେ ବ୍ରିଟେନରୁ କେରଳକୁ ଫେରିଥିବା ଅତି କମରେ ୮ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନଙ୍କର ନମୁନାକୁ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଭାଇରୋଲୋଜିରେ ପରୀକ୍ଷା ପାଇଁ ପଠାଯାଇଛି। ଯାହା ଦ୍ବାରା ଏମାନେ ନୂତନ ଷ୍ଟ୍ରେନ୍ରେ ସଂକ୍ରମିତ ହୋଇଛନ୍ତ କି ନାହିଁ ତାହା ଜରାପଡିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ସୈଲଜା ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ କେତେକ ୟୁରୋପୀୟ ଦେଶରେ ମ୍ୟୁଟାଣ୍ଟ ଆଲର୍ଟକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଚାରୋଟି ବିମାନବନ୍ଦରରେ ସତର୍କତା ଅବଲମ୍ବନ କରାଯାଇଛି। ସେ କହିଛନ୍ତି, ଆମେ ଏଠାରେ ମଧ୍ୟ ଭୂତାଣୁରେ କିଛି ପରିବର୍ତ୍ତନ ଦେଖିଛୁ । କିନ୍ତୁ ଏତେ ଶୀଘ୍ର ଏହା କହିବା ଠିକ୍ ହେବ ନାହିଁ ଯେ, ଏହା ବ୍ରିଟେନର ଏହା ଯାହା ପରିଣାମ ଦେଖାଇଛି, ତାହା ସହିତ ସମାନ। ବିଶେଷଜ୍ଞମାନେ ଏହା ଉପରେ ବିସ୍ତୃତ ଅଧ୍ୟୟନ କରୁଛନ୍ତି। ‘ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଲୋକମାନେ ସଚେତନ ହେବା ଉଚିତ୍।
ଗତ ସପ୍ତାହରେ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏହାର ଜେନୋମିକ୍ ବିଶ୍ଳେଷଣ ଏବଂ ମହାମାରୀର ପ୍ରମାଣ ଦର୍ଶାଇଛି ଯେ ଦେଶର କିଛି ଭାଗରେ ଝଇଜଝ-ଉକ୍ଟଙ୍ଖ-୨ର ଏକ ନୂଆ ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନର ଭୂତାଣୁ ଅପେକ୍ଷା ଏହା ୭୦% ଅଧିକ ବିପଜ୍ଜନକ ଥିଲା। ତେବେ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନରେ ସଂକ୍ରାମକ ରୋଗର ଗଣିତ ମଡେଲିଂ ସେଣ୍ଟର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହି ସଂଖ୍ୟା ୫୬% ରହିଛି। ନୂତନ ଷ୍ଟ୍ରେନ୍ ଆସିବା ପରେ ଅନେକ ଦେଶ ଦେଶ ଉପରେ ଯାତ୍ରା କଟକଣା ଲଗାଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories