www.samajalive.in
Monday, December 8, 2025
20.1 C
Bhubaneswar

ଭଡ଼ାରେ ଲାଗିଛି ଏମକେସିଜି ମେଡ଼ିକାଲ କ୍ବାର୍ଟର !

ବ୍ରହ୍ମପୁର : ଏମକେସିଜି ମେଡ଼ିକାଲ କଲେଜ ଓ ହସପିଟାଲରେ ଥିବା କ୍ବାର୍ଟର ଭଡାରେ ଲାଗିଛି। କିଛି କର୍ମଚାରୀ ନିଜ ସରକାରୀ କ୍ବାର୍ଟରକୁ ସେମାନଙ୍କ ସମ୍ପର୍କୀୟ ହାତକୁ ଟେକି ଦେଇଛନ୍ତି। ୬୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ମେଡ଼ିକାଲ କଲେଜ ଓ ହସପିଟାଲ ସମୟକ୍ରମେ କଳେବର ବୃଦ୍ଧି କରିସାରିଛି। ରୋଗୀ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା ବଢିବା ସହ କୋଠା ସଂଖ୍ୟା ମଧ୍ୟ ବଢି ଚାଲିଛି। ସେହିକ୍ରମରେ ଏହି ମେଡିକାଲ​ରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ପାଇଁ କ୍ବାର୍ଟର ନିର୍ମାଣ କରାଯାଉଛି। ଉପଲବ୍ଧ ଓ ଆବଶ୍ୟକତା ଅନୁସାରେ କର୍ମଚାରୀଙ୍କ ନାଁରେ କ୍ବାର୍ଟର ପ୍ରଦାନ କରାଯାଉଛି। ଏମକେସିଜି ମେଡିକାଲ ପରିସରରେ ଡାକ୍ତରଙ୍କ ପାଇଁ ସ୍ବତନ୍ତ୍ର କ୍ବାର୍ଟର ରହିଥିବା ବେଳେ ନର୍ସ ଓ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ପାଇଁ କ୍ବାର୍ଟର ତଥା ଅଲଗା ଅଲଗା କଲୋନୀ ନିର୍ମାଣ କରାଯାଇଛି। ସେହିପରି ବ୍ରହ୍ମପୁରର ଆଙ୍କୋଲିରେ ଆରଏଚଏସ କଲୋନୀରେ ମଧ୍ୟ ଏମକେସିଜିର କିଛି କ୍ବାର୍ଟର ରହିଛି। କହିବାକୁ ଗଲେ ଏମକେସିଜି ଓ ବାହାରେ ଶତାଧିକ କ୍ବାର୍ଟର ନିର୍ମାଣ କରାଯାଇ କର୍ମଚାରୀଙ୍କ କ୍ୟାଡର ଅନୁସାରେ ସେମାନଙ୍କ ନାଁରେ ମଞ୍ଜୁର ହୋଇଛି। କିନ୍ତୁ ଏହି କ୍ବାର୍ଟର ମଧ୍ୟରୁ କିଛି କ୍ବାର୍ଟରରେ କର୍ମଚାରୀମାନେ ନିଜେ କିମ୍ବା ତାଙ୍କ ପରିବାର ଲୋକ ରହୁନାହାନ୍ତି। ସେଗୁଡ଼ିକ ବାହାର ଲୋକଙ୍କୁ ଭଡାରେ ଦେଇଛନ୍ତି। ଆଉ ​ସେମାନଙ୍କ ଠାରୁ ମାସିକ ଘର ଭଡା ମଧ୍ୟ ଆଦାୟ କରୁଛନ୍ତି। ସେହିପରି ଆଉ କିଛି କର୍ମଚାରୀ ନିଜ ସମ୍ପର୍କୀୟଙ୍କୁ ଆଣି ସେମାନଙ୍କ କ୍ବାର୍ଟରରେ ରଖିଥିବା ବେଳେ ନିଜେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ କୋଠା ନିର୍ମାଣ କରି ପରିବାର ସହ ରହୁଛନ୍ତି। ବିଶେଷକରି ୪ର୍ଥ ଶେଣୀ କର୍ମଚାରୀଙ୍କୁ ଦିଆଯାଇଥିବା କ୍ବାର୍ଟରରେ ଏହି ବିଭ୍ରାଟ ଦେଖିବାକୁ ମିଳିଛି ଏ ନେଇ ଅଭିଯୋଗ ପରେ ଏମକେସିଜି ମେଡିକାଲର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କିଛି ଦିନ ତଳେ ଏକ ନିର୍ଦେଶନାମା ଜାରି କରିବା ସହ ସବୁ କର୍ମଚାରୀଙ୍କୁ ଅଣ୍ଡରଟେକିଂ ମାଗିଥିଲେ। କ୍ବାର୍ଟରରେ ନରହି ଭଡା ଦେବା କିମ୍ବା ସମ୍ପର୍କୀୟଙ୍କ ହାତକୁ ଟେକି ଦେବା ସମ୍ପୂର୍ଣ୍ଣ ବେଆଇନ ଓ ସରକାରୀ ନିୟମର ଉଲଙ୍ଘନ ବୋଲି ଅଧୀକ୍ଷକ ନିଜ ନିର୍ଦେଶନାମାରେ ଦର୍ଶାଇଥିଲେ। ତେଣୁ ସେମାନଙ୍କୁ ମିଳିଥିବା କ୍ବାର୍ଟରରେ ସେମାନେ ନିଜେ ରହୁଛନ୍ତି ବୋଲି ଅଣ୍ଡରଟେକିଂ ଦେବାକୁ ସେ ନିର୍ଦେଶ ଦେଇଥିଲେ। ହେଲେ ସେଥିରୁ କିଛି କର୍ମଚାରୀ ଅଣ୍ଡରଟେକିଂ ଦେଇଥିବା ବେଳେ ଆଉ କିଛି ଆଜି ପର୍ଯ୍ୟନ୍ତ ଦେଇନାହାଁନ୍ତି। ଏହି କ୍ବାର୍ଟର ବିଭ୍ରାଟକୁ ନେଇ ସ୍ବତନ୍ତ୍ର ଟିମ ଗଠନ କରି ଖୋଳତାଡ କରାଗଲେ ବହୁ କର୍ମଚାରୀଙ୍କ କାରନାମା ପଦାକୁ ଆସିପାରନ୍ତା ବୋଲି ଆଲୋଚନା ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories