www.samajalive.in
Monday, December 8, 2025
20.1 C
Bhubaneswar

ଅଜବ ଉପାୟ: ଫିଲ୍ମ ଦେଖିବା ପାଇଁ ଗାଈ ପେଟକୁ କଲେ ପରଦା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଚଳିତ ଦିନରେ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆପଣମାନେ କେବେ ନା କେବେ ପ୍ରୋଜେକ୍ଟରରେ ଫିଲ୍ମ ନିଶ୍ଚିତ ଦେଖିଥିବେ। କିନ୍ତୁ ଗାଈ ପେଟରେ ସ୍କ୍ରିନ୍ କରି କେବେ ଦେଖି ନ ଥିବେ। ଆଜ୍ଞା ହଁ, ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଫଟୋରେ ଠିକ୍ ଏହିପରି ହିଁ କିଛି ଦେଖିବାକୁ ମିଳିଛି। କିଛି ଲୋକ ଅଦ୍ଭୁତ ଉପାୟ ବାହାର କରି ଫିଲ୍ମ ଦେଖିବା ପାଇଁ ଏକ ଗାଈର ପେଟକୁ ହିଁ ସ୍କ୍ରିନ୍ କରି ଦେଇଛନ୍ତି। ଏହି ଫଟୋକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବରା ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି।

ଭାଇରାଲ୍ ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଅନ୍ଧାର ରାତିରେ କିଛି ଲୋକ ପ୍ରୋଜେକ୍ଟର ଲଗାଇ ଇଂରାଜୀ ଚଳଚ୍ଚିତ୍ର ‘ଟେନେଟ୍’ ଦେଖୁଛନ୍ତି। ତେବେ ଫଟୋ ଦେଖି ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ, କାରଣ ଫିଲ୍ମର ସ୍କ୍ରିନ୍କୁ ଗୋଟିଏ ଗାଈର ପେଟ ଉପରେ ଫୋକସ୍ କରାଯାଇଛି। ସାଧାରଣତଃ ପ୍ରୋଜେକ୍ଟରରେ ଫିଲ୍ମ ଦେଖିବା ପାଇଁ ଧଳା ପରଦା ଆବଶ୍ୟକ ହୋଇଥାଏ। କିନ୍ତୁ ଫଟୋରେ ନଜର ଆସୁଥିବା ଲୋକମାନଙ୍କୁ ବୋଧ ହୁଏ ପରଦା ମିଳିଲା ନାହିଁ, ସେଥିପାଇଁ ସେମାନେ ଧଳା ଗାଈକୁ ହିଁ ପରଦା କରିଦେଲେ। ତେବେ ଏହି ଫଟୋଟି କେଉଁ ସ୍ଥାନର ତାହା ଜଣାପଡ଼ିନାହିଁ କିନ୍ତୁ ଆଇପିଏସ୍ ଦୀପାଂଶୁଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଫଟୋକୁ ଲୋକେ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories