www.samajalive.in
Sunday, December 7, 2025
16.1 C
Bhubaneswar

ସୁନ୍ଦରୀ ପ୍ରତିଯୋଗିତାରେ ପୁଣି ଚମକିଲେ ଓଡ଼ିଆ ଝିଅ: ମିସନ ଡ୍ରିମ୍‌ସ୍‌ ଇଣ୍ଡିଆ ଫାଇନାଲରେ ରାଉରକେଲାର ପ୍ରତୀକ୍ଷା ରନର୍ସ ଅପ୍‌

ରାଉରକେଲା: କଲକାତାଠାରେ ଅନୁଷ୍ଠିତ ମିସନ ଡ୍ରିମ୍‌ସ୍‌ ଇଣ୍ଡିଆ ଫାଇନାଲରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ରାଉରକେଲାର ଝିଅ ପ୍ରତୀକ୍ଷା ଅନୁଷ୍କାଂକ୍ଷା ରନର୍ସ ଅପ ହୋଇ ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଡିସେମ୍ବର ୧୬,୧୭ ଓ ୧୮ ତାରିଖ ତିନିଦିନ ଏହି ଚୂଡ଼ାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ୧୫ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ୧୮ ତାରିଖ ଦିନ ହୋଇଥିବା ଫାଇନାଲରେ ୩୧ ଜଣ ପ୍ରତିଯୋଗୀ ଥିଲେ। ପ୍ରତିଯୋଗିତାରେ ଦ୍ୱିତୀୟସ୍ଥାନ ହାସଲ କରି ପ୍ରତୀକ୍ଷା ରନର୍ସ ଅପ୍‌ ହୋଇଛନ୍ତି।

ବିଭିନ୍ନ ପ୍ରତିଯୋଗିତା ସହିତ ନିଜ ରାଜ୍ୟ ବିଷୟରେ କିଛି କହିବାକୁ ପ୍ରତୀକ୍ଷାଙ୍କୁ କୁହାଯାଇଥିଲା। ଓଡ଼ିଶାର ଲୋକମାନେ ବହୁତ ସରଳ ଓ ଅନ୍ୟକୁ ସହଜରେ ସେମାନେ ଆପଣାର କରି ପାରନ୍ତି ବୋଲି ପ୍ରତୀକ୍ଷା କହିଥିବା ପ୍ରକାଶ କରିଛନ୍ତି। ଛୋଟ ସହରର ପିଲାମାନେ କିପରି ଏହି ଜାତୀୟ ପ୍ରତିଯୋଗିତାରେ ଯିବେ ସେଥିପାଇଁ ଉପଯୁକ୍ତ ପରିବେଶ ଓ ଭିତ୍ତିଭୂମି ସୃଷ୍ଟି ହେବା ଉଚିତ ବୋଲି ପ୍ରତୀକ୍ଷା କହିଛନ୍ତି। ରାଉରକେଲାର ବାସନ୍ତୀ କଲୋନୀରେ ରହୁଥିବା ଆକାଶ ମାନସିଂହ ଓ ପ୍ରବୀଣା ହରିଚନ୍ଦନଙ୍କ କନ୍ୟା ପ୍ରତୀକ୍ଷା ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ କଳା ଇଂରାଜୀ ଅନର୍ସର ଦ୍ୱିତୀୟ ବର୍ଷ ଛାତ୍ରୀ। ବିଗତ ଦିନରେ ବହୁ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ଭାଗନେଇ ସେ ସଫଳତାର ସ୍ୱାକ୍ଷର ହାସଲ କରିଛନ୍ତି।

- Advertisement -

ପିଲାଟି ଦିନରୁ ତାଙ୍କର ଏହି ଜୟଯାତ୍ରା ଲାଗି ରହିଛି। ସର୍ବଭାରତୀୟ ଶିଶୁ ମହୋତ୍ସବରେ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜୁରୀ ପୁରସ୍କାର ହାସଲ କରିଛନ୍ତି । ୨୦୨୦ରେ ୧୫ତମ ଓଡ଼ିଆ ଟିଭି ଓ ଫିଲ୍ମ ପୁରସ୍କାର କ୍ରମରେ ସେ ନବପ୍ରତିଭା ଭାବେ ସମ୍ବର୍ଦ୍ଧିତ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ଜାତୀୟସ୍ତରୀୟ ରୌପ୍ୟଜୟନ୍ତୀ ଗ୍ଲୋରୀଫେଷ୍ଟରେ ଗ୍ଲୋରୀ କୁଇନ ମୁକୁଟ ପିନ୍ଧିବାର ସୌଭାଗ୍ୟ ତାଙ୍କୁ ମିଳିଥିଲା। ଏହା ସହିତ କଳିଙ୍ଗ ସୁନ୍ଦରୀ ସୁନ୍ଦରଗଡ଼ ଅଡିସନରେ ବିଚାରକ ଭାବେ ଯୋଗଦେଇ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ପ୍ରାୟ ୧୫ଟି ଫ୍ୟାଶନ ସୋ’ରେ ଭାଗ ନେଇ ସେ ନିଜର ସଫଳତାକୁ ପ୍ରତିପାଦନ କରିଛନ୍ତି। ଭାରତ ସ୍କାଉଟ ଗାଇଡର ରାଜ୍ୟ ପୁରସ୍କାର ହାସଲ ସହିତ ଅନେକ ପୁରସ୍କାର ପାଇଛନ୍ତି। ମାତ୍ର ୧୬ବର୍ଷ ବୟସରେ ପୁରସ୍କାର ସମ୍ବର୍ଦ୍ଧନାର ଏକ ଲମ୍ବା ତାଲିକା ତାଙ୍କ ପାଖରେ ରହିଛି। ନିଜର ସଫଳତାର ଶ୍ରେୟ ନିଜର ମାଆ ପ୍ରବୀଣାଙ୍କୁ ଦେଇଛନ୍ତି। ପ୍ରତିଭା ସମ୍ପନ୍ନ ପିଲାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କର ଭବିଷ୍ୟତରେ ଯୋଜନା ରହିବ ବୋଲି ସେ କହିଛନ୍ତି। ଏହା ସହିତ ଏକ ଅର୍ନ୍ତଜାତୀୟ ଯୁବ ଆଇକନ ଭାବେ ଓଡ଼ିଶା ତଥା ଭାରତରୁ ପ୍ରତିନିଧିତ୍ୱ କରିବା ତାଙ୍କ ଜୀବନର ଏକ ପ୍ରମୁଖ ଲକ୍ଷ୍ୟ ବୋଲି ପ୍ରତୀକ୍ଷା କହିଛନ୍ତି। ପ୍ରତୀକ୍ଷାଙ୍କ ଏହି ସଫଳତା ପାଇଁ ସେ ରହୁଥିବା ବାସନ୍ତୀ କଲୋନୀ ଓ ପାଠପଢ଼ୁଥିବା ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories