www.samajalive.in
Monday, December 8, 2025
27.1 C
Bhubaneswar

ନୂତନ ଏସ୍‍ପିଙ୍କର ଦାୟିତ୍ୱ ଗ୍ରହଣ

ନବରଙ୍ଗପୁର : ଜିଲା ପୁଲିସ କାର୍ଯ୍ୟାଳୟ ଠାରେ ନୂତନ ଏସ୍‍ପି ପ୍ରହଲ୍ଲାଦ ସହାୟ ମୀନା ପୂର୍ବତନ ଏସ୍‍ପି  ନୀତିନ କୁଶଲକରଙ୍କର ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ମାଲକାନଗିରିରେ ଏସଡିପିଓ ରହିଥିବାରୁ ତାଙ୍କର ମାଓ ମୁକାବିଲା ଅଭିଜ୍ଞତା ରହିଛି। ଏହି ଅବସରରେ ସେ ଗଣ ମାଧ୍ୟମକୁ କହିଥିଲେ ଯେ,  ଜିଲା ପୁଲିସ ପକ୍ଷରୁ ଏହି ଜିଲାବାସୀଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଜିଲାର ଆଇନଶୃଙ୍ଖଳା ଓ ଶାନ୍ତି ବ୍ୟବସ୍ଥା ବଜାୟ ରଖାଯିବ। ଅପରାଧ ଦମନ ସହ   ନକ୍ସଲ ମୁକାବିଲା ପାଇଁ ପଦକ୍ଷେପ ନିଆଯିବ। ଏହା ସହିତ ଜିଲାରେ ଅବାଧ ଗଞେଇ କାରବାରକୁ ରୋକିବାକୁ ଦୃଢ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅନ୍ୟମାନଙ୍କର ମଧ୍ୟ ଅତିରିକ୍ତ ଏସପି ସିଏଚ.ହୃଦାନନ୍ଦ, ଡିଏସପି ଚନ୍ଦ୍ରଶେଖର ହୋତା,ଥାନା ଅଧିକାରୀ ତାରିକ୍‍ ଅହମ୍ମଦଙ୍କର ସମେତ ପୁଲିସ ଅଧିକାରୀମାନେ ଯୋଗଦେଇଥିଲେ। ଏହାପରେ ଜିଲା ପୁଲିସ ପକ୍ଷରୁ ନୂତନ ଏସ୍‍ପି ଙ୍କର ସ୍ୱାଗତ ଓ ପୁରାତନ ଏସପିଙ୍କୁ ବିଦାୟକାଳୀନ ସଭା  ଅନୁଷ୍ଠିତ ହୋଇଥିଲା।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories