www.samajalive.in
Monday, December 8, 2025
20.1 C
Bhubaneswar

ଗୁଲଜାରଙ୍କ ଶ୍ରଦ୍ଧା ନିବେଦନ: ‘ହଳଧର; ତୁମେ ମୋ ପୁସ୍ତକର ସୂର୍ଯୋଦୟ ଭଳି

ସମ୍ବଲପୁର: ବିଶିଷ୍ଟ ଗୀତିକାର ଗୁଲଜାର ଲୋକକବି ପଦ୍ମଶ୍ରୀ ହଲଧର ନାଗଙ୍କୁ ନିଜର ନୂତନ କାବ୍ୟ ଓ ଅନୁବାଦ ସଙ୍କଳନ ‘ଏ ପଏମ୍ ଏ ଡେ’ ଉପହାର ଦେଇଛନ୍ତି। ଏହି ପୁସ୍ତକ ଆଜି କବି ହଲଧରଙ୍କ ହସ୍ତଗତ ହୋଇଥିବା ଜଣାପଡ଼ିଛି। ପଦ୍ମଶ୍ରୀ ହଲଧରଙ୍କ ପ୍ରତି ଗୁଲଜାରଙ୍କ ମନ ହୃଦୟରେ କେତେ ଶ୍ରଦ୍ଧା ଓ ସମ୍ମାନ ଭରି ରହିଛି ତାହା ଏହି ୯୫୪ ପୃଷ୍ଠା ସମ୍ବଳିତ ପୁସ୍ତକର ପ୍ରଥମ କିଛି ପୃଷ୍ଠାରୁ ହିଁ ସ୍ପଷ୍ଟ ହୋଇଯାଇଛି। ତା’ ସହିତ ଜଣାପଡ଼ିଛି ସମ୍ବଲପୁରୀ ଭାଷା ପ୍ରତି ଗୁଲଜାରଙ୍କ ମନରେ ଥିବା ଆଦର ଓ ଆକର୍ଷଣ।

ଏହି କାବ୍ୟ ସଙ୍କଳନ ପ୍ରସିଦ୍ଧ ପ୍ରକାଶନୀ ସଂସ୍ଥା ‘ହାର୍ପର କଲିନ୍ସ’ ଦ୍ବାରା ପ୍ରକାଶିତ ହୋଇଛି। ଗୁଲଜାର ପଠାଇଥିବା ଏହି ଉପହାର ପୁସ୍ତକର ପ୍ରଥମ ପୃଷ୍ଠାରେ ନିଜ ହାତରେ ଲେଖିଛନ୍ତି ‘ ହଲଧର, ତୁମେ ମୋ ବହିର ସୂର୍ଯୋଦୟ ଭଳି’। ଗୁଲଜାରଙ୍କ ସ୍ବହସ୍ତ ଲିଖିତ ଏହି ଧାଡ଼ିଏ ମାତ୍ର ଲେଖା ହଲଧରଙ୍କ ପ୍ରତି ତାଙ୍କ ହୃଦୟର ଅଭିବ୍ୟକ୍ତି। ମୁଖବନ୍ଧ ପରେ ପରେ ଗୁଲଜାର ହଲଧରଙ୍କ କାବ୍ୟିକ ପରିଚୟ ଦେବା ସହିତ ତାଙ୍କ ରଚିତ ‘ପାଁଚ ଅମୃତ’ ଏବଂ ସ୍ବଲିଖିତ ଲିଖିତ ‘ଚିଠି ଲେଖୁୁଛେଁରେ ହଲଧର’କୁ ସ୍ଥାନିତ କରିଛନ୍ତି। ପ୍ରକାଶଯୋଗ୍ୟ, ଗୁଲଜାର ମୁମ୍ବଇର ଭାରତବାଲା ପ୍ରଡ୍ସସନ ପ୍ରସ୍ତୁତ ୟୁଟ୍ୟୁବ ଭିଡିଓ ମାଧ୍ୟମରେ ‘ମେ ତୁଝେ ଖତ୍ ଲିଖତା ହୁଁ ହଲଧର’ କବିତା ପାଠ କରି ସେତେବେଳେ ସମ୍ବଲପୁରୀ ଭାଷା ସଂସ୍କୃତିପ୍ରେମୀଙ୍କୁ ରୋମାଞ୍ଚିତ କରି ପକାଇଥିଲେ। ଏହି ଭିଡିଓକୁ ୨.୨ ନିୟୁତ ଦର୍ଶକ ପସନ୍ଦ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories