www.samajalive.in
Tuesday, December 9, 2025
17.1 C
Bhubaneswar

ଉତ୍ତରପ୍ରଦେଶର ପ୍ରସିଦ୍ଧ ସ୍ଥାନ : ଯାହା ନିଜ ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ମହତ୍ତ୍ୱର ପ୍ରତୀକ

ଭ୍ରମଣ ପାଇଁ ଲୋକେ ନିଜ ପସନ୍ଦ ସହ କେତେକ ସ୍ଥାନର ପ୍ରାକୃତିକ ସୌନ୍ଦର୍ୟ୍ୟ ଓ ଐତିହାସିକତା କାରଣରୁ ଆକର୍ଷିତ ହୋଇ ବୁଲିବାକୁ ଯାଇଥାଆନ୍ତି। ସେଭଳି କେତେକ ସ୍ଥାନ ବିଷୟରେ ଜାଣନ୍ତୁ। ଉତ୍ତରପ୍ରଦେଶ ଏକ ପ୍ରସିଦ୍ଧ ସ୍ଥାନ ରହିଛି, ଯାହା ନିଜ ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ମହତ୍ତ୍ୱର ପ୍ରତୀକ ବୋଲି ମାନ୍ୟତା ରହିଛି। ତେଣୁ ଏହା ଖୁବ ପ୍ରସିଦ୍ଧ । ଉତ୍ତରପ୍ରଦେଶ ନିଜର ପ୍ରାକୃତିକ ସୌନ୍ଦର୍ୟ୍ୟ ସହ ନିଜର ଐତିହାସିକତା କାରଣରୁ ମଧ୍ୟ ବେଶ ପ୍ରସିଦ୍ଧ। ଜାଣନ୍ତୁ ଏଠାକାର କେତେକ ପ୍ରସିଦ୍ଧ ସ୍ଥାନ ମାନଙ୍କ ବିଷୟରେ…….
ଉତ୍ତର ପ୍ରଦେଶ ଆସିଲେ ଆପଣ ଲକ୍ଷ୍ନୌ ବୁଲିପାରିବେ। ଏହା ଉତ୍ତରପ୍ରଦେଶର ରାଜଧାନୀ ଅଟେ। ଏଠାକାର ଚାଲିଚଳନ ଓ ଖାଦ୍ୟପେୟ ପର୍ୟ୍ୟଟକଙ୍କ ମନରେ ଏହି ସ୍ଥାନ ପ୍ରତି ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାଏ। ଭ୍ରମଣ ପାଇଁ ମଧ୍ୟ ଏଠାରେ ବହୁ ସ୍ଥାନ ରହିଛି।
ଉତ୍ତର ପ୍ରଦେଶ ଆସିଲେ ଆପଣ ବନାରସ ମଧ୍ୟ ବୁଲିପାରିବେ। ବନାରସକୁ ଭାରତର ଧର୍ମ ନଗରୀ ମଧ୍ୟ କୁହାଯାଏ। ଏଠାକୁ ଆସିଲେ ସଭିଏଁ ଭକ୍ତିର ଭାବରେ ନିଜକୁ ହଜାଇ ଦେଇଥାଆନ୍ତି। ଗଙ୍ଗା ନଦୀ ନିକଟରେ ଥିବା ଏହି ସ୍ଥାନ ନିଜର ଏକ ସାସ୍କୃତିକ ଭାବନାର ପରିଚୟ ଦେଇଥାଏ। ଏଠାରେ ଆପଣ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଏହା ଛଡ଼ା ଆପଣ ଏଠାରେ ଅନ୍ୟାନ୍ୟ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ।
ଆପଣଙ୍କୁ ଯଦି ଭଗବାନ କୃଷ୍ଣଙ୍କ ସହର ଦେଖିବାକୁ ଇଚ୍ଛା ତେବେ ମଧୁରା ନିଶ୍ଚୟ ଯାଆନ୍ତୁ। ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି। ଏଠାକାର ପ୍ରତ୍ୟେକ ସ୍ଥାନରେ ରାଧାକୃଷ୍ଣଙ୍କ ବାସ ରହିଛି ବୋଲି କୁହାଯାଏ। ଏଠାରେ ଆପଣ ପ୍ରଭୁ କୃଷ୍ଣଙ୍କ ଜନ୍ମଭୂମି ମନ୍ଦିର, ଦ୍ୱାରିକାଧୀଶ ମନ୍ଦିର, ଜାମା ମସଜିଦ, କୁସୁମ ସରୋବର, ରାଧା କୁଣ୍ଡ, କୃଷ୍ଣ କିଲା ଆଦି ଦେଖିପାରିବେ।
ମୁଖ୍ୟତଃ ଭଲପାଇବାର ପ୍ରତୀକ ‘ତାଜମହଲ’କୁ ଦେଖିବା ପାଇଁ ଏଠାକୁ ପର୍ୟ୍ୟଟକ ସୁଅ ଛୁଟିଥାଏ। ଆଗ୍ରାର ନାମ ଆସିଲେ ତାଜମହଲର କଥା ହିଁ ପ୍ରଥମେ ସଭିଁଙ୍କ ମନକୁ ଆସିଥାଏ। ଏହାର ସୌନ୍ଦର୍ୟ୍ୟ ଏତେ ଅଧିକ ଯେ, ଏହା ପ୍ରତି ସଭିଏଁ ବେଶ ଆକୃଷ୍ଟ ହୋଇଥାଆନ୍ତି। ଦୁନିଆର କୋଣ ଅନୁକୋଣରୁ ବହୁ ଲୋକେ ଏହି ସ୍ଥାନକୁ ଆସି ନିଜକୁ ଏକ ସ୍ୱତନ୍ତ୍ର ଦୁନିଆରେ ହଜାଇ ଦେଇଥାଆନ୍ତି।
ଆଗ୍ରାରେ ଆପଣ ଆଗ୍ରା ଫୋର୍ଟ, ଫତେହପୁର ସିକରୀ, ଆରାମ ବାଗ, ଖାସ ମସଲ ଏବଂ ମେହତାବ ବାଗ ଆଦି ସ୍ଥାନକୁ ମଧ୍ୟ ବୁଲିବା ପାଇଁ ଯାଇପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories