www.samajalive.in
Monday, December 8, 2025
14.1 C
Bhubaneswar

ଆଜି ବଡଦିନ ; ଧରାପୃଷ୍ଠରେ ଅବତରଣ କରିସାରିଛନ୍ତି ପ୍ରଭୁ ଯୀଶୁ

ଭୁବନେଶ୍ୱର : ଆଜି ବଡଦିନ। ଧରାପୃଷ୍ଠରେ ଅବତରଣ କରିସାରିଛନ୍ତି ପ୍ରଭୁ ଯୀଶୁ। ଆଜିର ପବିତ୍ର ଦିନକୁ ପ୍ରଭୁଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ। ପ୍ରତ୍ୟେକ ବର୍ଷ ଲୋକେ ବିଶେଷ କରି ଖ୍ରୀଷ୍ଟଧର୍ମର ଲୋକେ ଘରକୁ ଖୁବ ସୁନ୍ଦର ଭାବେ ସଜାଇବା ସହ କେକ ପ୍ରସ୍ତୁତ କରନ୍ତି, ଖୁବ ଆନନ୍ଦରେ ପାଳନ କରିବା ସହ ଚର୍ଚ୍ଚ ଗୁଡ଼ିକ ମଧ୍ୟ ରଙ୍ଗବେରଙ୍ଗ ଆଲୋକରେ ସଜା ଯାଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ମାତ୍ର ଚଳିତବର୍ଷ କୋଭିଡ କଟକଣାରେ ପାଳନ କରାଯାଉଛି ବଡଦିନ। କେତେକ ସ୍ଥାନରେ ଚର୍ଚ୍ଚ ଯିବାକୁ ବାରଣ କରାଯିବା ସହ କିଛି ସ୍ଥାନରେ ସ୍ୱଳ୍ପ ଲୋକେ ସାମାଜିକ ଦୂରତା ପାଳନ ସହ ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରିଛନ୍ତି। କରୋନା କଟକଣା ହେତୁ ଲୋକଙ୍କୁ ସମୂହ ଭାବେ ଏକତ୍ରିତ ହେବା ଉପରେ ରୋକ ଲଗାଯାଇଛି।
ସେହିପରି କନ୍ଧମାଳ,ସୁନ୍ଦରଗଡ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯିବା ସହ ଆବଶ୍ୟକ ପରିମାଣରେ ପୁଲିସ ଫୋର୍ସ ରହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories