www.samajalive.in
Thursday, December 11, 2025
27.1 C
Bhubaneswar

ଶବଦାହ କେନ୍ଦ୍ରଠାରେ ଶୌଚାଳୟ ତଥା ପାନୀୟ ଜଳ ବ୍ୟବସ୍ତା କେବେ?

ବୁର୍ଲା : ବୁର୍ଲା ସହରର ମଧ୍ୟସ୍ତଳରେ ରହିଥିବା ଶବଦାହ କେନ୍ଦ୍ର ନିକଟରେ ମୌଳିକ ସୁବିଧା ବ୍ୟବସ୍ତା କରାଯିବା ପାଇଁ କୁଣ୍ଠାପ୍ରକାଶ କରାଯିବାକୁ ନେଇ ସ୍ତାନୀୟ ମହଲରେ ଅସନ୍ତୋଷର ମାତ୍ରା ବୃଦ୍ଧି ପାଇଚାଲିଛି। ବୁର୍ଲା ସହର ମଧ୍ୟଭାଗରେ ଶବଦାହ କେନ୍ଦ୍ର ବୈକୁଣ୍ଠ ଘାଟ ରହିଛି। ମାତ୍ର ଏହାର ସମାସ୍ୟା କାହିଁରେ କେତେ ସାଧାରଣ ମୌଳିକ ସୁବିଧା ପ୍ରଦାନ କରାଯିବା କ୍ଷେତ୍ରରେ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ବିଷ୍ଣୁମନ୍ଦିର ପଡ଼ା ଦେଇ କେନାଲ ନିକଟରେ ରହିଥିବା ବୈକୁଣ୍ଠ ଘାଟରେ ବିଶେଷ ସୁବିଧା ବ୍ୟବସ୍ତା ନ ଥିବା ନେଇ ଜନଅସନ୍ତୋଷ ତେଜିବାକୁ ଲାଗିଛି। ଏପରିକି କଣ୍ଟ୍ରାକ୍ଟର୍ସ କଲୋନିର ଜନୈକ ବରିଷ୍ଠ ବ୍ୟକ୍ତିଙ୍କ ପରଲୋକ ଘଟିବା ପରେ ତାଙ୍କର ପାର୍ଥିବ ଶରୀରକୁ ଅନ୍ତେଷ୍ଟି ପାଇଁ ଘାଟକୁ ନିଆଯାଇଥିଲା ସାଙ୍ଗରେ ମହିଳା ମଧ୍ୟ ଯାଇଥିଲେ। ସେପଟେ ଜାଳେଣି କାଠ ବ୍ୟବସ୍ତା ଘାଟରେ ନ ଥିବା କାରଣରୁ ଜାଳେଣି କାଠ ବ୍ୟବସ୍ତାରେ ବିଳମ୍ବ ହେବା ପରିପ୍ରେକ୍ଷିରେ ପ୍ରାୟ ୪ରୁ ୬ ଘଣ୍ଟା ପର୍ଯ୍ୟନ୍ତ ତଦୁର୍ଦ୍ଧ ସମୟ ଘାଟରେ ବିତାଇବାକୁ ପଡ଼ିଥାଏ। ମାତ୍ର ଅବସାଦର ବିଷୟ ହେଲା ସେଠାରେ କୌଣସି ଶୌଚାଳୟ ବ୍ୟବସ୍ତା କରାଯାଇ ନାହିଁ। ବିଡ଼ମ୍ବନାର ବିଷୟ ହେଲା ରାସ୍ତା ଘାଟରେ ଲୋକେ ପରିସ୍ରା କଲେ ଫାଇନ୍ ଦେବାକୁ ପଡ଼ିବ ବୋଲି ମହାନଗର ନିଗମ ତରଫରୁ ଘୋଷଣା କରାଯାଇଛି। ମାତ୍ର ମହାନଗର ନିଗମ ତରଫରୁ ରାସ୍ତାଘାଟରେ ଲୋକଙ୍କ ସୁବିଧା ପାଇଁ ଶୌଚାଳୟ ବା ପରିସ୍ରାଗାର ବ୍ୟବସ୍ତା କରିବା ପାଇଁ କୌଣସି ଦୃଷ୍ଟି ଦିଆ ଯାଉ ନାହିଁ। ଏହାକୁ ନେଇ ସ୍ତାନୀୟ ସଚେତନ ବର୍ଗରେ ଉଦବେଗ ପ୍ରକାଶ ପାଇଆସୁଛି। ସେପଟେ ପାନୀୟ ଜଳର ବ୍ୟବସ୍ତା ନ ଥିବା ଫଳରେ ନିଜ ଆତ୍ମୀୟ ସ୍ୱଜନଙ୍କ ଅନ୍ତେଷ୍ଟି କ୍ରିୟା ସମାପିତ କରିବାକୁ ଆସିଥିବା ଆତ୍ମୀୟ ସ୍ୱଜନ ପାଣିମୁନ୍ଦାଏ ନ ପାଇ ଅନେକ ଅସୁବିଧାର ସମ୍ମୁଖିନ ହୋଇ ଶେଷରେ କିଛି ଶୋକସନ୍ତପ୍ତ ପରିବାର କିଣା ପାଣି ବୋତଲ ପାଇଁ ମାର୍କେଟକୁ ଧାଇଁଥାନ୍ତି। ଏଭଳି ଭାବରେ ଶିକ୍ଷାନଗରୀ ବୁର୍ଲା ସହରର ବ୍ୟବସ୍ତା ଗତି କରୁଛି। ବିଗତ ୨୦୧୩ ମସିହାରୁ ସମ୍ବଲପୁର ମହାନଗର ନିଗମ ଭୁକ୍ତ ବୁର୍ଲା ସହର ବର୍ତ୍ତମାନ ସୁଦ୍ଧା ସାଧାରଣ ମୌଳିକ ସୁବିଧା ଖଣ୍ଡିଏ ପାଇବା ଦିବାସ୍ୱପ୍ନ ଦେଖିବା ଭଳି ପରିସ୍ତିତି ସୃଷ୍ଟି କରୁଛି। ବୁର୍ଲା ମହାନଗର ନିଗମ ଶାଖା ବର୍ତ୍ତମାନ ଏକ ଭଗ୍ନସ୍ତୁପ ସଦୃଶ ଅଧିକାରୀ ଶୁନ୍ୟ ହୋଇ ପଡି଼ ରହିଛି। ଏହାକୁ ନେଇ ସ୍ତାନୀୟ ବାସିନ୍ଦାଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇଚାଲିଛି। ଏହାପ୍ରତି ମହାନଗର ନିଗମ କର୍ତ୍ତୃପକ୍ଷ ଧ୍ୟାନ ଦେବା ପାଇଁ ଦାବୀ ହେଉଛି।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories