www.samajalive.in
Tuesday, December 9, 2025
17.1 C
Bhubaneswar

ପୁଣି ରୂପ ବଦଳାଇଲା କରୋନା; ବ୍ରିଟେନରେ ଆଉ ଏକ ନୂଆ ଷ୍ଟ୍ରେନ୍‌ ଠାବ, ପୂର୍ବ ତୁଳନାରେ ଅଧିକ ସଂକ୍ରାମକ

ଲଣ୍ଡନ: ବିଶ୍ଵ​‌ରେ ମହାମାରୀରେ ପରିଣତ ହୋଇଥିବା କରୋନା ଭୂତାଣୁ ବାରମ୍ବାର ଏହାର ରୂପ ବଦଳାଇବାରେ ଲାଗିଛି। ବ୍ରିଟେନରେ ଗତ ସପ୍ତାହରେ ଭୂତାଣୁର ଏକ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବାବେଳେ ଏବେ ଆଉ ଏକ ପ୍ରକାର ନୂଆ ଷ୍ଟ୍ରେନ୍‌ ଠାବ ହୋଇଛି। ଏହି ନୂଆ ଷ୍ଟ୍ରେନ ପୁରୁଣା ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ବୋଲଇ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହ୍ୟାନ୍‌କକ୍‌ ସୂଚନା ଦେଇଛନ୍ତି।

Image Source : DD News

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ବୁଧବାର ବ୍ରିଟେନରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ନିକଟରେ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ। ସେମାନଙ୍କଠାରେ ଚିହ୍ନଟ ହୋଇଥିବା ଭୂତାଣୁ ଗତ ସପ୍ତାହରେ ଠାବ ହୋଇଥିବା ଷ୍ଟ୍ରେନଠାରୁ ଭିନ୍ନ, ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ହ୍ୟାନ୍‌କକ୍‌ କହିଛନ୍ତି, ଏହି ନୂଆ ଷ୍ଟ୍ରେନ୍‌ ପୂର୍ବ ଷ୍ଟ୍ରେନ୍‌ରୁ ମ୍ୟୁଟେଟ୍‌ ହୋଇଥିବା ଅନୁମାନ କରାଯାଉଛି।

- Advertisement -

ନୂଆ ଷ୍ଟ୍ରେନ୍‌ ଠାବ ହେବା ପରେ ସରକାର ତତ୍କାଳ ଦକ୍ଷିଣ ଆଫ୍ରିକାରୁ ଯାତାୟାତ ବନ୍ଦ କରିଦେଇଛନ୍ତି। ଗତ ୧୫ ଦିନ ଭିତରେ ସେଠାରୁ ଆସିଥିବା ସମସ୍ତ ଲୋକଙ୍କର କରୋନା ଯାଞ୍ଚ କରାଯିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଇଦେବା ଲାଗି ନିର୍ଦେଶ ଜାରି କରାଯାଇଛି।

ଅନ୍ୟପଟେ ବ୍ରିଟେନରେ ଗତ ସପ୍ତାହରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନର ୪ଟି ମାମଲା ଇସ୍ରାଏଲରେ ମିଳିଛି। ବୁଧବାର ଇସ୍ରାଏଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଅଷ୍ଟ୍ରେଲିଆରେ ବି ନୂଆ ଭୂତାଣୁର ଷ୍ଟ୍ରେନ୍‌ ମିଳିଥିବା ସେଠାକାର ସରକାର କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories