www.samajalive.in
Monday, December 8, 2025
13.1 C
Bhubaneswar

ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ ଟେଷ୍ଟ ଦାବି; ହାଇକୋର୍ଟରେ ମିସ୍‌କେସ୍‌ ଦାୟର

କଟକ: ଯଦୁପୁର ନାବାଳିକା ବଳାତ୍କାର ମାମଲାରେ ହାଇକୋର୍ଟରେ ମିସ୍‌କେସ୍‌ ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମିସ୍‌ କେସ୍‌ ଦାୟର କରାଯାଇଛି। ଏହି ମିସ୍‌ କେସ୍‌ରେ ମାମଲାର ସିବିଆଇ ତଦନ୍ତ ଦାବିକୁ ଦୋହରାଇଛି ବିକାଶ ପରିଷଦ।

ଏହା ସହିତ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ଡାକ୍ତରୀମାଇନା କରିଥିବା ଦୁଇ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ନିର୍ଦେଶ ଦେବା ଲାଗି ପିଟିଶନରେ ଅନୁରୋଧ କରାଯାଇଛି। ପୂର୍ବରୁ ନାବାଳିକାଙ୍କର ଡାକ୍ତରୀମାଇନା କରିଥିବା ଡାକ୍ତର ଏବଂ ପରେ ଡାକ୍ତରୀମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଛି।

- Advertisement -

ଅନ୍ୟପଟେ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଛନ୍ଦାଯାଉଥିବାରୁ ସେ ଏହା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସତ୍ୟ ଉନ୍ମୋଚନ ହେଉ ଏବଂ ନାବାଳିକାଙ୍କୁ ନ୍ୟାୟ ମିଳୁ। ଭଗବାନ ଓ ସମସ୍ତଙ୍କ ନିକଟରେ ପ୍ରାର୍ଥନା କରୁଛି ପୀଡ଼ିତାଙ୍କୁ ନ୍ୟାୟ ମିଳୁ।

ସୂଚନାଯୋଗ୍ୟ, ନାବାଳିକା ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ନେଇ ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଆସୁଛନ୍ତି। ନାବାଳିକାକୁ ନ୍ୟାୟ ଦେବା ସହିତ ମନ୍ତ୍ରୀଙ୍କୁ ବହିସ୍କାର ଦାବିରେ ବିଜେପି ପଦଯାତ୍ରା ଆରମ୍ଭ କରିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories