www.samajalive.in
Wednesday, December 10, 2025
26.1 C
Bhubaneswar

୨୦୨୦ରେ ଅନ୍‌ଲାଇନରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି ଏହି ୨୦ ସେଲିବ୍ରିଟିଙ୍କୁ, ଜାଣନ୍ତୁ କିଏ ସେମାନେ ?

୨୦୨୦ ଶେଷ ହେବାକୁ ବସିଛି। ସପ୍ତାହକ ପରେ ଆରମ୍ଭ ହେବ ନୂଆ ବର୍ଷ। ତେବେ ଏହି ବିଦାୟୀ ବର୍ଷରେ ଏମିତି କିଛି ଚର୍ଚ୍ଚିତ ଚେହେରା ଅଛନ୍ତି, ଯେଉଁମାନଙ୍କୁ ଇଣ୍ଟରନେଟ୍‌ ବ୍ୟବହାରକାରୀ ଅନଲାଇନ୍‌ରେ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି। ଏହି ତାଲିକାରେ ରହିଛନ୍ତି ଦେଶର ୨୦ ସେଲିବ୍ରିଟି। ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ ଅନ୍‌ଲାଇନରେ ଏହି ୨୦ ଜଣଙ୍କୁ ସବୁଠୁ ଅଧିକ ଖୋଜିଛନ୍ତି। ୟାହୁ ପକ୍ଷରୁ ସେମାନଙ୍କ ତାଲିକା ଜାରି କରାଯାଇଛି। ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲାବେଳେ ଅନ୍ୟ କେତେଜଣଙ୍କ ପରିସ୍ଥିତି ସେମାନଙ୍କୁ ଏହି ତାଲିକାରେ ସ୍ଥାନ ଦେଇଛି।

pic courtesy-deccan herald

ଏହି ୨୦ ସେଲିବ୍ରିଟି ତାଲିକାରେ ରହିଛନ୍ତି ଅଭିନେତା ସୁଶାନ୍ତ ସିଂହ ରାଜପୁତ। ସୁଶାନ୍ତଙ୍କ ମୃତ୍ୟୁ ବଲିଉଡ୍‌ ସହିତ ପୂରା ଦେଶରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା। ସେ ସମୟରେ ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ ଅନ୍‌ଲାଇନରେ ସୁଶାନ୍ତଙ୍କୁ ଅଧିକ ସର୍ଚ୍ଚ କରିଥିଲେ। ସୁଶାନ୍ତ ଏହି ତାଲିକାର ଶୀର୍ଷରେ ରହିଛନ୍ତି।

- Advertisement -

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚର୍ଚ୍ଚାରେ ଥିଲେ। ମୋଦୀ ନିଜର ମନ୍ତବ୍ୟ ଏବଂ ଭାଷଣ ପାଇଁ ଲୋକପ୍ରିୟ ବିବେଚିତ ହୋଇଛନ୍ତି। ଅନ୍‌ଲାଇନରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତି ତାଲିକାରେ ମୋଦୀ ୨ୟ ସ୍ଥାନରେ ରହିଛନ୍ତି। ୩ୟ ସ୍ଥାନରେ ଅଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବା ଅଭିଯୋଗ ହୋଇଥିଲା।

pic courtesy-NDTV.com

ରିୟାଙ୍କ ପଛକୁ ଅଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ବିଭିନ୍ନ ପ୍ରସଙ୍ଗରେ ରାହୁଲ ସରକାରଙ୍କୁ ଯେଉଁ ଢଙ୍ଗରେ ପ୍ରଶ୍ନ କରନ୍ତି, ତାହା ହିଁ ତାଙ୍କୁ ଚର୍ଚ୍ଚାରେ ରଖିଛି। କରୋନାକୁ ନେଇ ସରକାର ଯେଉଁପରି ଭାବେ ଲକ୍‌ଡାଉନ ଜାରି କଲେ ତାହାକୁ ରାହୁଲ କଡ଼ା ସମାଲୋଚନା କରିଥିଲେ। ସେହିପରି ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଅନ୍‌ଲାଇନରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତି ତାଲିକାରେ ସେ ୫ମ ସ୍ଥାନରେ ଅଛନ୍ତି।

Photo : instagram

ଏହି ତାଲକାରେ ରାହୁଲଙ୍କ ପଛରେ କ୍ରମାନ୍ବୟରେ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଭିନେତା ଅମିତାଭ ବଚ୍ଚନ, ଅଭିନେତ୍ରୀ କଙ୍ଗନା ରଣାୱତ, ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ଅଭିନେତ୍ରୀ ଦୀପିକା ପାଡୁକୋନ୍‌, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବଲିଉଡ୍‌ ଅଭିନେତ୍ରୀ ସନ୍ନ ଲିଓନି, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories