www.samajalive.in
Wednesday, December 10, 2025
26.1 C
Bhubaneswar

ଉଦ୍ଧାର ଶିଶୁକନ୍ୟା ଘରକୁ ଫେରିଲା

ପାଟଣା: ପାଟଣା ବ୍ଲକ୍ ରାଜନଗର ବଜାରରେ ଆଜି ସକାଳୁ ୫ ରୁ ୬ ବର୍ଷ ବୟସର ଜଣେ ଅଜଣା ଶିଶୁ କନ୍ୟା ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ନାବାଳିକାଟିକୁ ଜଳଖିଆ ଖାଇବାକୁ ଦେବା ସହ ତା’ର ପରିଚୟ ପଚାରିଥିଲେ। ତେବେ ଶିଶୁ କନ୍ୟାଟି ତାର ନାମ, ଗ୍ରାମ, ଠିକଣା କହିପାରୁ ନ ଥିବାରୁ ତୁରୂମୁଙ୍ଗା ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟା ସମ୍ପର୍କରେ ସନ୍ଧାନ ଜାରି ରଖିଥିବା ବେଳେ ରାଜନଗର ପଞ୍ଚାୟତ ଢିପା ସାହିର ଜଣେ ବ୍ୟକ୍ତି ଶିଶୁଟି ତାଙ୍କ ସାହିର ବୋଲି କହିବାରୁ ଶିଶୁ କନ୍ୟାର ପିତାଙ୍କୁ ଖବର ଦିଆଯାଇଥିଲା। ଶିଶୁ କନ୍ୟାର ପିତା ରାଜନଗରରେ ପହଞ୍ଚି ନିଜ କନ୍ୟାକୁ ସାଙ୍ଗରେ ନେଇଯାଇଛନ୍ତି। ଖେଳୁ ଖେଳୁ ଶିଶୁଟି ରାଜନଗର ପର୍ୟ୍ୟନ୍ତ ୩ କିଲୋମିଟର ଚାଲି ଆସିଥିବା ଜଣାପଡିଥିଲା।

ସେହିପରି ଗତ ୧୮ ତାରିଖ ପାଟଣା ବ୍ଲକ୍ ଅନ୍ତର୍ଗତ ଡାବରଚୁଆ ନିକଟରୁ ସାଇକେଲରେ ଘରୁ ପଳାଇଆସିଥିବା ଜଣେ ୮ ବର୍ଷର ନାବାଳିକାକୁ ତୁରୁମୁଙ୍ଗା ପୋଲିସ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲା। ଏହି ଶିଶୁ କନ୍ୟାଟି ଶିଶୁ ଗୃହରେ ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲାର ଏହି ଶିଶୁ କନ୍ୟାଟିକୁ ଆଜି ତାର ପିତା ମାତାଙ୍କୁ ହସ୍ତାନ୍ତର କରାଯାଇଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପତ୍ରଗଡ ଗ୍ରାମର ପବନ ହେସା ଓ ତାଙ୍କ ପତ୍ନୀ ଶାନ୍ତିଲତା ହେସା ଆଜି କେନ୍ଦୁଝର ଆସି ଲେଖା ପଢା କରି ତାଙ୍କ ଝିଅକୁ ନେଇଯାଇଛନ୍ତି ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories