www.samajalive.in
Monday, December 8, 2025
17.1 C
Bhubaneswar

‘ସୁର୍‌ମା’ରେ ଏଲିନା

ଭୁବନେଶ୍ୱର : ଓଲିଉଡର ନାମୀ ନାୟିକା ଏଲିନା ସବୁବେଳେ କିଛି ନା କିଛି ପ୍ରସଙ୍ଗ ନେଇ ଚର୍ଚ୍ଚାରେ ଥାନ୍ତି। ଏଇ ଯେମିତି ଏକ ବିଗ୍‌ ବଜେଟ୍‌ର ମ୍ୟୁଜିକ୍‌ ଭିଡିଓରେ ସେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତି। ଯାହାର ଶୀର୍ଷକ ରହିଛି ‘ସୁର୍‌ମା।’
ଅମରା ମ୍ୟୁଜିକ୍‌ ପକ୍ଷରୁ ପ୍ରଯୋଜକ ନବୀନ ଭଣ୍ଡାରିଙ୍କ ପ୍ରଯୋଜିିତ ଏହି ମ୍ୟୁଜିକ୍‌ ଭିଡିଓରେ ନିର୍ଦେଶନା ଦେଇଛନ୍ତି ପ୍ରତାପ ରାଉତ ଓ ସ୍ବର ସଂଯୋଜନା କରିଛନ୍ତି ସୁମିତ ଦୀକ୍ଷିତ। କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା। ମ୍ୟୁଜିକ୍‌ ଭିଡିଓରେ ଏଲିନାଙ୍କ ସହ ଦେବ୍‌ ଜେ ବି ଅଭିନୟ କରିଛନ୍ତି। ଏହାର କୋରିଓଗ୍ରାଫି ହରିହର ଦାଶ କରିଥିବାବେଳେ ସମ୍ପାଦନା କରିଛନ୍ତି ରାଜେଶ ଦାଶ।
ପ୍ରଥମ କରି ମ୍ୟୁଜିକ୍‌ ଭିଡିଓର ଅନୁଭୂତି ନିଆରା ବୋଲି କହିଛନ୍ତି ଏଲିନା। ଏହା ତାଙ୍କୁ ଅଧିକ ଚର୍ଚ୍ଚାରେ ରଖିଥିବା ଓ ଏହା ମାଧ୍ୟମରେ ସେ ଅଧିକରୁ ଅଧିକ ଦର୍ଶକଙ୍କ ନିକଟତର ହୋଇପାରିଥିବା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ‘ସୁର୍‌ମା’କୁ ବେଶ୍‌ ପସନ୍ଦ କରିଛନ୍ତି ଯୁବପିଢ଼ି। ଏଭଳି ଏକ ଚମତ୍କାର ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ କରିଥିବାରୁ ନାୟକ ସବ୍ୟସାଚୀ ବି ପୂରା ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories