www.samajalive.in
Monday, December 8, 2025
27.1 C
Bhubaneswar

ଭଉଣୀ ବାହାଘରରେ ଖର୍ଚ୍ଚ କରିଥିଲେ ନିଜ ପୁରସ୍କାର ରାଶି

ହସ ସମ୍ରାଟ ଭାବେ ଜଣାଯାନ୍ତି ଅଭିନେତା କପିଲ ଶର୍ମା। ତାଙ୍କ କାର୍ଯ୍ୟକ୍ରମର ଟିଆର୍‌ପି ଭଲ ଥିବା ସହ ଅଧିକାଂଶ ଦର୍ଶକଙ୍କ ମତରେ କପିଲ୍‌ଙ୍କ ଶୋ’ ଦେଖିଲେ ମାନସିକ ଚାପ କମ୍ ହୁଏ। ମନଖୋଲା ହସ ଆମ ଶରୀର ପାଇଁ ଔଷଧ ଭଳି କାମ କରେ। କୌତୁକିଆ କଥା କହି କପିଲ୍‌ ଦର୍ଶକଙ୍କୁ ହସାଇହସାଇ ବେଦମ୍ କରୁଛନ୍ତି। ଆଜିର ସମୟରେ କପିଲ୍‌ ଟେଲିଭିଜନ ଜଗତରେ ଦାମୀ କଳାକାର ଭାବେ ପରିଚିତ, ହେଲେ ଆରମ୍ଭ ଦିନରେ ସେ ବହୁତ ହଇରାଣ ହୋଇଛନ୍ତି। ମୁମ୍ବଇକୁ କ୍ୟାରିୟର କରିବା ପାଇଁ ଆସିବା ପରେ ବିଭିନ୍ନ ହାସ୍ୟରାସାତ୍ମକ କାର୍ଯ୍ୟକ୍ରମରେ ସେ ଅଡିସନ୍ ଦେଇ ଆଶାରେ ରହୁଥିଲେ। ଦୁଇଓଳି ଖାଇବା, ଘର ଭଡ଼ା ଦେବା ମଧ୍ୟ କପିଲଙ୍କୁ କଷ୍ଟ ଲାଗିଲା। ରୋଜଗାର ନଥାଇ ଏସବୁ ଖର୍ଚ୍ଚ ସମ୍ଭାଳିବା ତାଙ୍କ ପାଇଁ ବୋଝ ହେଲା। ୨୦୦୭ରେ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫଟର୍ ଚ୍ୟାଲେଞ୍ଜ୍‌ରେ ସେ ବିଜେତା ହେବା ପରେ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଲା। ଏଇ ରାଶିକୁ କପିଲ୍ ନିଜ ଭଉଣୀ ବାହାଘରରେ ୨୦୦୮ରେ ଖର୍ଚ୍ଚ କଲେ। ଭଉଣୀ ପୂଜା ଚାହୁଁଥିଲେ ତାଙ୍କ ବିବାହ ବେଶ୍ ଆଡ଼ମ୍ବରରେ ହେଉ। କପିଲ୍‌ ଭଉଣୀର ଖୁସି ପାଇଁ ଏ ସମସ୍ତ ଟଙ୍କାକୁ ଖର୍ଚ୍ଚ କରିଦେଇଥିଲେ। ୩୯ ବର୍ଷୀୟ କପିଲ୍‌ କହିଛନ୍ତି, ସିନେକଳାକାରଙ୍କ ସହ ବସି ଆଜି ସେ କାର୍ଯ୍ୟକ୍ରମ ସୁଟିଂ କରୁଛନ୍ତି। ଏସବୁ ତାଙ୍କୁ ସ୍ବପ୍ନ ଭଳି ଲାଗୁଛି, ଏଇ ଶୀର୍ଷରେ ପହଞ୍ଚିବା ପାଇଁ ତାଙ୍କ ପରିଶ୍ରମ ଓ ଅପେକ୍ଷା ହିଁ ମୂଲ୍ୟ ଦେଇଥିବାର କହିଛନ୍ତି କପିଲ୍।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories