www.samajalive.in
Tuesday, December 9, 2025
17.1 C
Bhubaneswar

କୁକୁରର ମୂଲ୍ୟ ୬୦ ଲକ୍ଷ ଟଙ୍କା!

ଘର କିଣିବା କିମ୍ବା କାର୍‌ ସଉକ୍‌‌ରେ ଧନୀ ଲୋକଟେ ଲକ୍ଷାଧିକ ଟଙ୍କା ଅବା କୋଟିଏ ଟଙ୍କା ଖର୍ଚ୍ଚ କରିବାର ଯଥାର୍ଥ ବୁଝିହୁଏ। ଏସବୁକୁ ସେ ନିଜେ ନଚେତ୍ ତା’ ପରିବାରଲୋକ ଭୋଗ କରିବେ। ହେଲେ ନିଜ ଆଭିଜାତ୍ୟର ପରିଚୟ ଦେବା ପାଇଁ ଯେ ଧନୀ ଗୋଷ୍ଠୀ ୬୦ ଲକ୍ଷ ଅବା ୨କୋଟି ଟଙ୍କା ଦେଇ କୁକୁର ଛୁଆ କିଣୁଛନ୍ତି, ତାହା ଅଧିକାଂଶ ଜାଣିନଥିବେ। ବିଦେଶୀ ନୁହେଁ, ଆମ ଭାରତୀୟମାନେ ମଧ୍ୟ ଏଇ ତାଲିକାରେ ସାମିଲ ଅଛନ୍ତି। ବିଶ୍ବର ସବୁଠୁ ମହଙ୍ଗା କୁକୁର ପ୍ରଜାତି ଭାବେ ‘ତିବେତିଆନ୍ ମସ୍ତିଫ୍’ ଜଣାଯାଏ। ଚୀନ୍‌‌ ଜଳବାୟୁରେ ଭଲରେ ବଢ଼ୁଥିବା ଏହି ପ୍ରଜାତିର କୁକୁରଙ୍କ ଆୟୁ ୧୦-୧୪ ବର୍ଷ ମଧ୍ୟରେ, ସାଧାରଣ ବର୍ଗର ଲୋକ ମସ୍ତିଫ୍ ଜାତିର କୁକୁରଙ୍କ ଲାଳନପାଳନ ସମ୍ପର୍କରେ ଭାବିବା ମଧ୍ୟ ବିପଦ। କିଛି ବର୍ଷ ତଳେ ବେଙ୍ଗାଲୁରୁର ଜଣେ ବ୍ୟବସାୟୀ ୬୦ ଲକ୍ଷ ଟଙ୍କାରେ ଏଇ ପ୍ରଜାତି କୁକୁର ଆଣି ଚର୍ଚ୍ଚାକୁ ଆସିଥିଲେ। ଏଇ କୁକୁର ଆକାରରେ ବଡ଼ ହେବା ସହ ଖୁବ୍ ହିଂସ୍ର, ପ୍ରଶିକ୍ଷକଙ୍କ ପାଖେ ଏମାନେ ତାଲିମ ନେବା ଜରୁରୀ। ଚୀନ୍‌ରେ ଶିଳ୍ପପତିମାନେ ୧୦-୧୨ଟି ତିବେତିଆନ୍ ମସ୍ତିଫ୍ କୁକୁର ରଖି ନିଜ ଆଭିଜାତ୍ୟର ପରିଚୟ ଦେଉଥିବାବେଳେ କୁକୁରର ଆକାର ପାଇଁ ଆମେରିକାରେ କେତେକ ପ୍ରାନ୍ତରେ ଏଇ କୁକୁର ନ ରଖିବାକୁ କଡ଼ା ନିୟମ ରହିଛି। ତିବେତିଆନ୍ ମସ୍ତିଫ୍ ଅନ୍ୟ ପୋଷା କୁକୁରଙ୍କ ପରି ରନ୍ଧା ଖାଦ୍ୟ ଖାଇନଥାନ୍ତି। ଏମାନଙ୍କ ପାଇଁ ସ୍ବତନ୍ତ୍ର ଡବା ଖାଦ୍ୟ ମିଳେ, ଯାହାର ମୂଲ୍ୟ ମାସିକ ୭୦-୮୦ହଜାର ଟଙ୍କା। ଧନୀ ମାଲିକମାନେ ତାଙ୍କ ପ୍ରିୟ କୁକୁର ପାଇଁ ଏସବୁ ଖର୍ଚ୍ଚ କରିବାରେ ଆଦୌ ମନ ଊଣା କରିନଥାନ୍ତି। ଚୀନ୍‌‌ରେ ଧନୀ ଲୋକଙ୍କ ପରିଚୟ ହେଉଛି ତିବେତିଆନ୍ ମସ୍ତିଫ୍ କୁକୁର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories