www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରକୃତି ପ୍ରେମୀଙ୍କୁ ପସନ୍ଦ : କର୍ଣ୍ଣାଟକର ଏହି ହିଲ ଷ୍ଟେସନ

ପାହାଡ଼ ପର୍ବତର ମନଲୋଭା ସୌନ୍ଦର୍ୟ୍ୟ , ପ୍ରକୃତିର ସୁନ୍ଦର ରୂପ ସଭିଁଙ୍କୁ ବେଶ ପସନ୍ଦ ଆସିଥାଏ। ପ୍ରକୃତି ପ୍ରେମୀ ଲୋକେ ସର୍ବଦା ଏଭଳି ସୁନ୍ଦର ସ୍ଥାନକୁ ଭ୍ରମଣ ପାଇଁ ଯିବାକୁ ଆଗ୍ରହୀ ହୋଇଥାଆନ୍ତି। ପାହାଡ଼, ପର୍ବତ, ନଦୀ, ଝରଣା, ଗଛଲତା, ଅଳ୍ପ ଅଳ୍ପ ବର୍ଷା ଏହି ଦୃଶ୍ୟକୁ ଆପଣ କର୍ଣ୍ଣାଟକର ହିଲ ଷ୍ଟେସନରେ ଅନୁଭୂତ କରିପାରିବେ।
ଖରାର କୋପରୁ ରକ୍ଷା ପାଇବା ପାଇଁ ପାହାଡ଼ ପର୍ବତ ଭଳି ସ୍ଥାନକୁ ଯିବାକୁ ସଭିଏଁ ବେଶ ଇଚ୍ଛା କରିଥାଆନ୍ତି। ଚିକମଗଲୁର ହିଲ ଷ୍ଟେସନ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ବହୁ ପରିମାଣରେ ପର୍ୟ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏହା କର୍ଣ୍ଣାଟକର ଏକ ପ୍ରସିଦ୍ଧ ହିଲ ଷ୍ଟେସନ ଅଟେ। ଏଠାକାର ଶାନ୍ତ ବାତାବରଣ, ବହୁ ଥିବା ନଦୀ, ଚାରିପାଖରେ ସବୁଜ ଶ୍ୟାମଳା ପରିବେଶ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ।
ଚିକମଗଲୁରରେ ବହୁ ମାତ୍ରାରେ କଫି ଓ ଚା’ର ବଗିଚା ଅଛି। ଏହି ବଗିଚାରେ ମିଳୁଥିବା କଫି ଓ ଚା’ର ସମ୍ପୂର୍ଣ୍ଣ ଦେଶରେ ଖୁବ ଚାହିଦା। ଏଠାରେ ମୁଲାୟନଗିରୀ ଅଛି। ଯାହା କର୍ଣ୍ଣାଟକର ସବୁଠାରୁ ଉଚ୍ଚ ପର୍ବତ ଅଟେ।
ଭ୍ରମଣ ପାଇଁ ଚିକମଗଲୁରରେ ବହୁ ପ୍ରସିଦ୍ଧ ସ୍ଥାନ ରହିଛି। ଏଠାରେ ଥିବା ମହାତ୍ମା ଗାନ୍ଧୀ ଉଦ୍ୟାନର ଖୁବ ସୁନ୍ଦର ଅଟେ। ଏହି ଉଦ୍ୟାନକୁ ଦେଖିବା ପାଇଁ ଦୂରଦୂରାନ୍ତରରୁ ବହୁ ପର୍ୟ୍ୟଟକ ଆସିଥାଆନ୍ତି। ଏଠାରେ ଥିବା କୁଦରେମୁଖ ପର୍ବତମାଳା ଖୁବ ସୁନ୍ଦର ପର୍ବତ ଅଟେ। ଏତଦ ବ୍ୟତୀତ ଏଠାକାର ଗୋଲାପ ବଗିଚା,ସୁନ୍ଦର ଜଳପ୍ରପାତ ଏହି ସ୍ଥାନର ସୁନ୍ଦରତାକୁ ଦୁଇଗୁଣିତ କରି ଦେଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories