ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବାରିପଦା ଅନ୍ତର୍ଗତ ମୋରଡା ଡ଼ାକ୍ତରଖାନା ପରିସରରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ରବିବାର ଜଣାପଡ଼ିଛି। ସକାଳେ ସମୟରେ ଏକ ଗଛ ମୂଳରେ ଶିଶୁପୁତ୍ରର କାନ୍ଦ ଶୁଣି ସ୍ଥାନୀୟଲୋକେ ତା’କୁ ଉଦ୍ଧାର କରିଥିଲେ। ଜନ୍ମ ଦେବା ପରେ କେହି ଗଛ ମୂଳରେ ଶିଶୁପୁତ୍ରଟିକୁ ଛାଡ଼ି ଚାଲିଯାଇଛି ବୋଲି ସନ୍ଦେହ କରାଯାଉଛି। ଉଦ୍ଧାର ହେବା ପରେ ଶିଶୁ ପୁତ୍ରଟିକୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାସହ ପୁତ୍ରଟି ସୁସ୍ଥ ଅଛି ବୋଲି ସୂଚନା ମିଳିଛି।
Popular Categories



