www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ଲକ ସ୍ତରୀୟ କଂଗ୍ରେସ ସମ୍ମିଳନୀ

ଦେଓଗାଁ :  ଶନିବାର ଦେଓଗାଁ ଡାକ ବଙ୍ଗଳା ପରିସରରେ ଦେଓଗାଁ ବ୍ଲକ କଂଗ୍ରେସ କମିଟିର ସଭାପତି ଯୁଗେଶ୍ୱର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଦଳର ବଲାଙ୍ଗିର ପର୍ଯ୍ୟବେକ୍ଷକ ସତ୍ୟଭୂଷଣ ସାହୁ ଯୋଗ ଦେଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସମରେନ୍ଦ୍ର ମିଶ୍ର, ବିଧାୟକଙ୍କ ବ୍ଳକ ପ୍ରତିନିଧି କାନ୍ତେଶ୍ୱର ପଧାନ, ଜୋନ ସଭାପତି ରାମଜୀ ଚୌଧୁରୀ, ବଲାଙ୍ଗିର ଜିଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ବ୍ଲକ କଂଗ୍ରେସ କମିଟିର ପୁନର୍ଗଠନ ଓ ସଂଗଠନ ଉପରେ ଆଲୋଚନା ହୋଇଥିଲା। ବଲାଙ୍ଗିର ଜିଲା ସେବା ଦଳ ମୁଖ୍ୟ ଅସିତ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ବୈଠକରେ ଦେଓଗାଁ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ କରିବାକୁ ପର୍ଯ୍ୟବେକ୍ଷକ ମତ ଦେବାରୁ କର୍ମୀମାନେ ବିଧାୟକ ଚୟନ କରିବେ ବୋଲି ପ୍ରସ୍ତାବ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories