ଆଗଲପୁର : ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛେଲିଆପାଟ ନିକଟସ୍ଥ ହରଭଙ୍ଗା ଗ୍ରାମର ରବିନ୍ଦ୍ର ସିଂ(୨୫) ଗୁରୁତର ହୋଇଛନ୍ତି। ସେ ମଜୁରି କାମ ପାଇଁ ବିଶାଲପାଲି ଗ୍ରାମକୁ ଯାଉଥିଲେ। ଅସୁରମୁଣ୍ଡା–ବଙ୍ଗାବାହାଲ ଜଙ୍ଗଲ ରାସ୍ତାରେ ଥିବା ଏକ ପୋଖରୀ ନିକଟକୁ ଶୌଚ ହେବାକୁ ଯାଉଥିଲେ। ପୋଖରୀକୁ ଜଙ୍ଗଲରୁ ବରାହ ପାଣି ପିଇବାକୁ ଆସୁଥିବାରୁ ଚାରିପଟେ ତାର ପକା ଯାଇ ବିଦ୍ୟୁତ ଚାର୍ଜ କରାଯାଇଥିଲା। ଏହି ତାର ସଂସ୍ପର୍ଶରେ ରବିନ୍ଦ୍ର ଲାଗିଯିବାରୁ ଚିତ୍କାର କରିବା ସହ ତଳେ ପଡି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଜଣେ ରବିନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରଥମେ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ପୁଣି ବୁର୍ଲା ସ୍ଥାନାନ୍ତରିତ କରିଥିବାର ପରିବାର ଲୋକେ କହିଛନ୍ତି। ବନ ବିଭାଗ କର୍ମଚାରୀ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Popular Categories



