www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରକୃତିର ଗନ୍ତାଘର ହୀରାକୁଦ ନଦୀବନ୍ଧ; ବନ୍ଧାଞ୍ଚଳ ଜିରୋ ପଏଣ୍ଟରେ ତିଆରି ହେଉ ଚିଡ଼ିଆଖାନା

ବୁର୍ଲା: ସର୍ବପୁରାତନ ନଦୀବନ୍ଧ ହୀରାକୁଦ ନଦୀବନ୍ଧ ପ୍ରକୃତିର ଗନ୍ତାଘର। କିଲୋମିଟର କିଲୋମିଟର ପର୍ଯ୍ୟାପ୍ତ ବନ୍ଧର ଡ଼ାହାଣ ପାଶ୍ୱର୍ରେ ଥିବା ବୁର୍ଲା ଜିରୋ ପଏଣ୍ଟ ଦେଇ ଗୋଡ଼ଭଗା ପର୍ଯ୍ୟନ୍ତ ସବୁଜିମାରେ ପରିବେଷ୍ଟିତ ·ନ୍ଦଲିଡ଼ୁଙ୍ଗ୍ରୀ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ଝରଣା ମଧ୍ୟରେ ଏକ ଚିଡ଼ିଆଖାନାର ପ୍ରତିଷ୍ଠା କରାଯିବା ପରିକଳ୍ପନା ନେଇ ଆଶାପ୍ରକାଶ ପାଉଛି। ବର୍ତ୍ତମାନ ପର୍ଯ୍ୟାଟନ କ୍ଷେତ୍ରରେ ସ୍ତାନିୟ ଲୋକଙ୍କ ନିଯୁକ୍ତିକୁ ପ୍ରାଧାନ୍ୟ ଦେବା ସହିତ ରାଜସ୍ୱ ଆଦାୟ ସର୍ବୋକୃଷ୍ଟ ବ୍ୟବସ୍ତା ମଧ୍ୟ ଉପଲବ୍ଧ ହୋଇ ପାରିବ ବୋଲି ପ୍ରକୃତିପ୍ରେମୀ ମହଲରେ ମତପ୍ରକାଶ ପାଉଛି। ସେପଟେ ସରକାରୀ କଳ ତରଫରୁ ଇକୋ ରିଟ୍ରିଟ ମାଧ୍ୟମରେ ପର୍ଯ୍ୟାଟକଙ୍କୁ ଆକୃଷ୍ଟ କରିବା ସହିତ ପ୍ରକୃତିର କୋଳେ କିଛି ସମୟ ଅତିବାହିତ କରିବା ପାଇଁ ବ୍ୟବସ୍ତାର ଲୋକାର୍ପଣ କରିଛନ୍ତି। ତେବେ ବର୍ତ୍ତମାନର କରୋନା ସମୟରେ ଲୋକେ ବିଶେଷକରି ପର୍ଯ୍ୟାଟନ ସ୍ତଳ ସହିତ ଏଭଳି ସ୍ତାନକୁ ଯାଇ ବୁଲାବୁଲି କରିବାକୁ ବିଶେଷ ପସନ୍ଦ କରୁଛନ୍ତି। ଯେପରି ଭାବରେ ଦ୍ୱିତୀୟ ପ୍ଲାନେଟୋରିୟମର ପରିକଳ୍ପନା କରାଯାଇ ପାରିଲା ତତସଦୃଶ ଦ୍ୱିତୀୟ ନନ୍ଦନକାନନ ଏହି ବନ୍ଧାଞ୍ଚଳରେ କରାଯାଇ ପାରିଲେ ବିଶ୍ୱଦରବାରରେ ଚିହ୍ନିତ ହୋଇ ଓଡ଼ିଶାକୁ ଗୌରବାନ୍ୱିତ କରିବ ବୋଲି ପ୍ରକୃତିପ୍ରେମି ମହଲରେ ଆଶାପ୍ରକାଶ ପାଉଛି। ପ୍ରାୟ ଆଠ କିଲୋମିଟର ଦୁରତା ପର୍ଯ୍ୟନ୍ତ ବ୍ୟାପିଥିବା ସ୍ତାନ ସହିତ ·ରିକିଲୋମିଟର ପ୍ରଶସ୍ଥ ସ୍ତାନରେ ଚିଡ଼ିଆଖାନା କରାଯାଇ ପାରିଲେ ବିଦେଶାଗତ ପକ୍ଷୀଙ୍କ ଉକୃଷ୍ଟ ସୁରକ୍ଷିତ ଆଶ୍ରୟସ୍ଥଳି ସହିତ ବନ୍ୟ ଜୀବଯନ୍ତୁ ମଧ୍ୟ ସୁରକ୍ଷିତ ହୋଇପରିବେ ପାଇଁ ସମସ୍ତ ପ୍ରକାର ଭିତ୍ତିଭୁମି ତଥା ସୁବିଧା ପ୍ରକୃସ୍ଥିତ ବନ୍ଧାଞ୍ଚଳରେ ମହଜୁଦ।

 

- Advertisement -

ବର୍ତ୍ତମାନ ରାଜ୍ୟ ସରକାର ବିଶେଷକରି ପର୍ଯ୍ୟାଟନ କ୍ଷେତ୍ରରେ ବିକାଶ କରାଯିବାକୁ ମାତ୍ରାଧିକ ଗରୁତ୍ୱ ଦେଉଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଏପରିକି ପୁରୀ ଠାରେ ଶ୍ରୀ ଜଗନ୍ନାଥ ମନ୍ଦୀରର ପ୍ରଶସ୍ଥିକରଣ କରି ଏହାର କାୟାକଳ୍ପ କରି ପର୍ଯ୍ୟାଟନ କ୍ଷେତ୍ରରେ ଅଭିବୃଦ୍ଧି କରାଯାଇଛି ଯାହାଫଳରେ ପର୍ଯ୍ୟାଟକ ଏଠାକୁ ଆକୃଷ୍ଟ ହୋଇ ଆସୁଛନ୍ତିୁ। ପୁଣି ଲିଙ୍ଗରାଜ ମନ୍ଦିର କାୟାକଳ୍ପ ମଧ୍ୟ ବି·ରକୁ ନିଆଯାଇଛି। ଏହା ସହିତ ବର୍ତ୍ତମାନର କରୋନା ମହାମାରୀରେ ଗତ ମାର୍ଚ୍ଚମାସରୁ ଲକଡ଼ାଉନ ଲକଡ଼ାଉନ ମଧ୍ୟରେ ଜନସାଧାରଣ ଘାଣ୍ଟିଚକଟି ହୋଇ ରହିଥିଲେ। ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ରାଜ୍ୟ ସରକାର ଇକୋ ରିଟ୍ରିଟ ପରି ଅସ୍ଥାୟୀ ପ୍ରକୃତି ନିବାସ ବ୍ୟବସ୍ତା କରି ପର୍ଯ୍ୟାଟନ କ୍ଷେତ୍ରରେ ଅଭିବୃଦ୍ଧି କରିବା ସହିତ ରାଜସ୍ୱ ସଂଗ୍ରହକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଯାହାକି ଆଗାମୀ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଶୀତକାଳିନ ପର୍ଯ୍ୟାଟକଙ୍କୁ ପ୍ରକୃତିର ଅର୍ଘ୍ୟ ବାଢ଼ି ·ଲିଥିôବ। ଏହା ସହିତ ଯଦିବା ହୀରାକୁଦ ବନ୍ଧାଞ୍ଚଳଠାରେ ପର୍ଯ୍ୟାଟନ କ୍ଷେତ୍ରରେ ଅଭିବୃଦ୍ଧିର ସମସ୍ତ ଭିତ୍ତିଭୁମି ମହଜୁଦ ରହିଛି ଯାହାକୁ ପର୍ଯ୍ୟାଟନକୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରିପାରିବ। ଜିରୋ ପଏଣ୍ଟ ଠାରୁ ଗୋଡ଼ଭଗା ପର୍ଯ୍ୟନ୍ତ ପ୍ରାୟ ଆଠ କିଲୋମିଟର ଲମ୍ବ ଓ ·ରି କଲୋମିଟର ଓସାର ବିଶିଷ୍ଟ ପ୍ରାୟ ସମ୍ପୁର୍ଣ୍ଣ ଜଙ୍ଗଲ କିସମ ଜମି ବିସ୍ତୃତ ସ୍ଥାନ ରହିଛି। ଚିଡ଼ିଆଖାନା ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ କାରଣ ଏହା ଜଳ, ବାୟୁ ଏବଂ ଶବ୍ଦ ପ୍ରଦୁଷଣମୁକ୍ତ। ସର୍ବପୁରାତନ ହୀରାକୁଦ ବନ୍ଧକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପରିବ୍ରାଜକ ପକ୍ଷୀ ଚଳିତ ବର୍ଷ ବହୁଳ ପରିମାଣରେ ଆସି ତାଙ୍କର ବିହଙ୍ଗଳିଳା ପ୍ରଦର୍ଶନ କରି ଦର୍ଶକଙ୍କୁ ଉପଭୋଗ କରିବାର ଖୋରାକ ଯୋଗାଉଛନ୍ତି। ଏହା ସହିତ ବନ୍ୟ ବିଭାଗ ତରଫରୁ ପରିବ୍ରାଜକ ପକ୍ଷୀ ଗତ ବର୍ଷ ପ୍ରାୟ ୯୨ ପ୍ରଜାତିର ସର୍ବାଧିକ ପ୍ରାୟ ୧ ଲକ୍ଷ ୪୫ହଜାର ୯୪୬ଟି ପକ୍ଷୀ ଆସିଥିଲେ। ତେବେ ଚଳିତ ବର୍ଷ ପରିବ୍ରାଜକ ପକ୍ଷୀଙ୍କ ମାତ୍ରାବୃଦ୍ଧି ବନ୍ଧାଞ୍ଚଳର ସର୍ବୋକୃଷ୍ଟ ପ୍ରାକୃତିକ ବାତାବରଣର ସୁଚନା ଦେଉଛି। ଚଳିତ ୨୦୨୦ ମସିହାରେ ସ୍ପଟ ବିଲ ଡ଼କ, ହ୍ୱିସିଲିଂ ଡ଼କ, ବାର୍ଡ଼େଡ଼ ବଲ୍କ, ସ୍ଟଟେଡ଼ ଡ଼କ, କମନ ପୋଚାଡ଼, ଗଲ, ରଡ଼ିସେଲ ଡ଼କ ପ୍ରଜାତିର ପକ୍ଷୀ ପ୍ରାଥମିକ ଭାବରେ ଜଳଭଣ୍ଡାରରେ ପହଛନ୍ତି। ଫଳରେ ଚିଡ଼ିଆଖାନା ହେଲେ ବିଦେଶାଗତ ପକ୍ଷୀ ମାନଙ୍କୁ ଉତ୍ତମ ସୁବ୍ୟବସ୍ଥିତ ବାତାବରଣ ଉପଲବ୍ଧ କରାଯିବା ସହିତ ସୁରକ୍ଷା ପ୍ରଦାନ ମଧ୍ୟ କରାଯାଇ ପାରିବ। ·ନ୍ଦ୍ଲି ଡ଼ୁଙ୍ଗ୍ରୀସ୍ଥିତ ପୁର୍ବରୁ ରହିଥିବା ମତ୍ସ୍ୟ ଗବେଷଣା କେନ୍ଦ୍ର ସ୍ଥାନରେ ନନ୍ଦନକାନନ ସଦୃଶ ସୁରକ୍ଷିତ ବୋଟକ୍ଲବର ସମସ୍ତ ସୁବିଧା ଉପଲବ୍ଧ ରହିଛି ତେଣୁ ବନ୍ଧରେ ନୌକାବିହାର ମଧ୍ୟ କରାଯାଇ ପାରିବ। ଏଠାରେ ଜଳକ୍ରୀଡ଼ା ନିମନ୍ତେ ବିସ୍ତୃତ ଜଳରାଶି ମଧ୍ୟ ଉପଲବ୍ଧ ରହିଛି। ଜବାହାର ମୀନାର ଠାରୁ ଜିରୋ ପଏଣ୍ଟ ପର୍ଯ୍ୟନ୍ତ ରୋପୱେର ମଜା ମଧ୍ୟ ପର୍ଯ୍ୟାଟକ ଉଠାଉଛନ୍ତି। ଭୋପାଲ ଜାତୀୟ ପାର୍କ ପରି ଏଠାରେ ମଧ୍ୟ ସମସ୍ତ ସୁବିଧା ଉପଲବ୍ଧ। ଜାତୀୟ ରାଜପଥ ୫୩ ଦେଇ ଗୋଡ଼ଭଗା ପଟୁ ପ୍ରବେଶ କରିବେ ସେମାନେ ଜିରୋ ପଏଣ୍ଟ ଦେଇ ହୀରାକୁଦ ବନ୍ଧ ପରିଦର୍ଶନ କରି ପ୍ରସ୍ତାବିତ ବୁର୍ଲା ହୀରାକୁଦର ମହାନଦୀ ପୋଲଦେଇ ଜବାହାର ଉଦ୍ୟାନ, ଗାନ୍ଧୀମିନାର ଦେଇ ସମ୍ବଲେଶ୍ୱରୀ ମାଁ ଏବଂ ପରେ ଚିପିଲିମା ମାଁ ଘଣ୍ଟେଶ୍ୱରୀଙ୍କ ମନ୍ଦିର ଦର୍ଶନ କରି ନିଜର ଗନ୍ତବ୍ୟ ସ୍ଥାନକୁ ପ୍ରସ୍ଥାନ କରିପାରିବେ ଏବଂ ଠିକ ସେହିପରି ସମଲେଶ୍ୱରୀ ମାଁଙ୍କ ମନ୍ଦିର ପଟୁ ହିରାକୁଦରେ ପ୍ରବେଶ କରି ଚିଡ଼ିଆଖାନା ଦେଇ ଗୋଡ଼ଭଗା ପଟେ ବାହାରି ପାରିବେ। ଏହା ସହିତ ବୁର୍ଲାଠାରେ ରହିଥିବା ଦ୍ୱିତୀୟ ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି। ଏତଦ୍ୱାରା ଏ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇପାରିବ। ଏହା ସହିତ ବନ୍ଧାଞ୍ଚଳକୁ ପର୍ଯ୍ୟଟନ ସ୍ଥଳ କରାଯିବାର ସ୍ୱପ୍ନ ସାକାର ହେବା ସହିତ ଜାତୀୟ ପର୍ଯ୍ୟଟନ ମାନ୍ୟତା ପାଇପାରିବ। ଆଜି ମଧ୍ୟ ଏ ଅଞ୍ଚଳରେ ପ୍ରାକୃତିକ ଭାବେ ବିଭିନ୍ନ ବନ୍ୟଯନ୍ତୁ ବଞ୍ôଚ ରହିବାର ପ୍ରମାଣ ମିଳେ ଯଥା ହରିଣ, କୁଟୁରା, ବରାହ ଏବଂ ଠେକୁଆ ରହିଥିବାର ସୁଚନା ମିଳେ। ପୁର୍ବରୁ ଏଠାରେ ବାଘ, ଭାଲୁ ରହିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ଏଠାରେ ବିଭିନ୍ନ ପ୍ରକାର ବିଷାକ୍ତ ସରୀସୃପ ଯଥା ନାଗସାପ, ଧାମଣା, ଗୋଧି, ରଣା, ବୁଢ଼ାସାପ, ଅଜଗର, ଅହିରାଜ୍ ପ୍ରଭୃତି ଥିବାର ପ୍ରମାଣ ରହିଛି। ସମ୍ପୂର୍ଣ୍ଣ ପ୍ରାକୃତିକ ଖାଦ୍ୟ ମଧ୍ୟ ସବୁଜିମା ପୁର୍ଣ୍ଣ ପରିବେଶ ମଧ୍ୟ ଉପଲବ୍ଧ। ଏହା ସହିତ ହିରାକୁଦ ବନ୍ଧ ଥିବାରୁ ଏହା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଞ୍ଚଳ ଭାବରେ ଘୋଷଣା କରାଯାଇ ପାରିବ। ଡ଼ୁଙ୍ଗ୍ରୀମଧ୍ୟରେ ବିଭିନ୍ନ ପ୍ରକାରର ପ୍ରାକୃତିକ ଔଷଧୀୟ ବୃକ୍ଷ ମଧ୍ୟ ରହିଛି ଓ ଭବିଷ୍ୟତରେ ଏହାକୁ ଉନ୍ନତ କରାଯାଇ ପାରିବ ଏବଂ ଏହା ଦ୍ୱିତୀୟ ନନ୍ଦନକାନନ ହେବାର ଭିତ୍ତିଭୁମି ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ତେଣୁ ପର୍ଯ୍ୟାଟନ କ୍ଷେତ୍ରରେ ଅଭିବୃଦ୍ଧିକୁ ଧ୍ୟାନରେ ରଖି ସରକାର ଏହି ପ୍ରଶସ୍ତ ପ୍ରକୃତିସ୍ତ ସ୍ତାନରେ ଦ୍ୱିତୀୟ ଚିଡ଼ିଆଖାନା ନିର୍ମାଣ କରାଯିବା କ୍ଷେତ୍ରରେ ପଦକ୍ଷେପ ନେଲେ ହୀରାକୁଦ ବନ୍ଧ ବିଶ୍ୱଦରବାରରେ ସ୍ୱତନ୍ତ୍ରତା ହାସଲ କରିପାରିବ ବୋଲି ମତପ୍ରକାଶ ପାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories