www.samajalive.in
Monday, December 8, 2025
27.1 C
Bhubaneswar

ପରୀ ହତ୍ୟାକାଣ୍ଡ : ଏସ୍‌ଆଇଟି ବିରୋଧରେ ଆସିଥିବା ଅଭିଯୋଗ ଉପରେ ଓଡ଼ିଶା ପୁଲିସର ସ୍ପଷ୍ଟୀକରଣ

କଟକ : ପରୀ ହତ୍ୟାକାଣ୍ଡର ତଦନ୍ତ କରୁଛି ଏସଇଆଇଟି। ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇଥିବା ଅଭିଯୋଗ ଆସିଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ପୁଲିସ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି।  ଗଣମାଧ୍ୟମ ବିଜ୍ଞପ୍ତି ଜାରି କରି ଓଡ଼ିଶା ପୁଲିସ କହିଛି ଯେ ପରୀ ହତ୍ୟା ଘଟଣାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି)ବିରୁଦ୍ଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଓଡିଶା ପୋଲିସ କୁ ବ୍ୟଥିତ କରିଛି ।


ଏହି ଦଳ ଖୁବ ନିଷ୍ଠା ଓ ତତ୍ପରତାର ସହ ପରୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ କାର୍ଯ୍ୟ କରୁଛି । ଅନେକ ଲୋକଙ୍କୁ ଏଥିପାଇଁ ଜେରା କରାଯାଇଛି ଏବଂ ଏ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ପୁରା ଗ୍ରାମ ତଦନ୍ତରେ ସହଯୋଗ କରିଛନ୍ତି। ତଦନ୍ତକାରୀ ସଂସ୍ଥାକୁ ବଦନାମ କରିବା ପାଇଁ ଜଣେ ବ୍ୟକ୍ତିଙ୍କର ଏପରି ଭିତ୍ତିହୀନ ଆରୋପକୁ ବ୍ୟବହାର କରାଯାଇଛି।ଏପରି ଆରୋପ ସତ୍ୟକୁ ଉନ୍ମୋଚନ କରିବା ପାଇଁ କାର୍ଯ୍ୟରତ ଅଧିକାରୀଙ୍କୁ ହତୋତ୍ସାହିତ କରିପାରେ। ଏହା ଦୁର୍ଭାଗ୍ୟଜନକ ଏବଂ ନୀତିହୀନ କାର୍ଯ୍ୟ ଅଟେ।

- Advertisement -

ଉଲ୍ଲେଖଯୋଗ୍ୟଯେ ଏହି ମାମଲାଟି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ମନିଟରିଂକରାଯାଉଛି ଏବଂ ଏସ୍.ଆଇ.ଟି ମାମଲାର ଅଗ୍ରଗତି ବାବଦରେ ଉଚ୍ଚ ନ୍ୟାୟାଳୟକୁ ଅବଗତ କରୁଛନ୍ତି।ଏସ୍.ଆଇ.ଟିକୁ ତାର କାର୍ଯ୍ୟ ଠିକ ଭାବରେ ପୂରା କରିବା ପାଇଁ ଏହି ପରିପ୍ରେକ୍ଷୀରେ ଓଡିଶା ପୁଲିସ ସମସ୍ତଙ୍କୁ ଏବଂ ବିଶେଷ ଭାବରେ ଗଣମାଧ୍ୟମକୁ ନିବେଦନ କରିଛି। ଏଇ ସମ୍ବେଦନଶୀଳ ମାମଲାର ଏକ ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ ପାଇଁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ । ଆମେ ଭରଷା ଦେଉଛୁ କି ପରୀକୁ ନ୍ୟାୟ ପ୍ରଦାନ ପାଇଁ ଆମେ ସମସ୍ତ ପ୍ରଚେଷ୍ଟା କରିବୁ ବୋଲି ଓଡିଶା ପୁଲିସ କହିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories