www.samajalive.in
Tuesday, December 9, 2025
16.1 C
Bhubaneswar

ଉଡ଼ିଗଲା ବିମାନ ଛାତ !

୧୯୮୮, ଏପ୍ରିଲ୍ ୨୮ର ଏଇ ଘଟଣାଟି, ଆମେରିକାର ହାୱାଇ ଦ୍ବୀପର ହିଲୋ ଅନ୍ତର୍ଜାତୀୟ ବିମାନବନ୍ଦରର ଦୃଶ୍ୟ। ଠିକ୍ ୧.୨୫ମିନିଟ୍‌ରେ ଆଲୋହା ଏୟାରଲାଇନ୍ସ ଫ୍ଲାଇଟ୍ ୨୪୩ ଉଡ଼ାଣ ଭରିଲା। ୮୯ଜଣ ଯାତ୍ରୀ, ୬ଜଣ କ୍ର୍ୟୁ ସଦସ୍ୟଙ୍କ ସହ ଟେକ୍‌-ଅଫ୍‌ର କିଛି ସମୟ ପରେ ବିମାନ ୨୪ହଜାର ଫୁଟ୍‌୍ରେ ପହଞ୍ଚିଲା। ପାଖାପାଖି ୧.୪୮ ମିନିଟ୍‌ରେ ବିମାନର ବାମ ପାଖରୁ ଜୋର୍‌ରେ ଶବ୍ଦ ଆସିଲାବେଳକୁ ପାଇଲଟ୍ ରବର୍ଟ ସ୍କ୍ରନ୍‌‌ସ୍ମିଥର୍‌ଙ୍କ ନିୟନ୍ତ୍ରଣରେ ବିମାନ ନଥିଲା। କୋ-ପାଇଲଟ୍‌ ବ୍ୟତିବ୍ୟସ୍ତ ହୋଇ ଏପାଖସେପାଖ ଚାହିଁଲାବେଳକୁ ଦେଖିଲେ, କକ୍‌ପିଟ୍ ଡୋର୍ ଭାଙ୍ଗିଯାଇଛି। ପାଇଲଟ୍‌ ମଧ୍ୟ ଦେଖିପାରିଲେ, ପ୍ରଥମ ଶ୍ରେଣୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନ ଭାଙ୍ଗିରୁଜି ଯିବା ସହ ବିମାନ ଛାତ ଅଧା ଉଡ଼ିଯାଇଛି।

ଯାତ୍ରୀ, କ୍ର୍ୟୁ ସଦସ୍ୟ, ପାଇଲଟ୍ ସମସ୍ତେ ଭୀତତ୍ରସ୍ତ ହେବା ସହ ପ୍ରମାଦ ଗଣିବା ଆରମ୍ଭ କଲେ। ଜରୁରୀ ଅବତରଣ ପାଇଁ ପାଇଲଟ୍ ତୁରନ୍ତ ଯୋଗାଯୋଗ କରିବା ପରେ ନିକଟସ୍ଥ କାହୁଲୁଇ ବିମାନବନ୍ଦରରେ ଘଟଣା ଘଟିବାର ୧୩ ମିନିଟ୍ ମଧ୍ୟରେ ବିମାନ ଓହ୍ଲାଇଲା। ସେତେବେଳକୁ ବିମାନର ଗୋଟିଏ ଇଞ୍ଜିନ୍ ଅକାମି ହୋଇଯାଇଥିଲା, ଯାତ୍ରୀମାନଙ୍କୁ ସିଟ୍ ବେଲ୍ଟ ବାନ୍ଧି ରହିବାକୁ କୁହାଯିବା ସହ କ୍ର୍ୟୁ ସଦସ୍ୟ ଆଖି ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ। ଛାତ ନଥିବା ବିମାନ ଆକାଶରେ ଉଡ଼ୁଥିବା ସମୟରେ ଜୀବନ ବିକଳରେ ଯାତ୍ରୀମାନେ ଚିତ୍କାର କରିବାକୁ ଲାଗିଲେ। ସେମାନଙ୍କ ଭୟକୁ କମ୍ କରିବାକୁ ଯାଇ କ୍ର୍ୟୁ ସଦସ୍ୟ ବିମାନ ଅବତରଣ ପର୍ଯ୍ୟନ୍ତ ଆଖି ବନ୍ଦ ରଖିବାକୁ ଅନୁରୋଧ କରିିଥିଲେ। ବିମାନରେ ଯାତ୍ରା କରୁଥିବା ମୋଟ୍ ୯୫ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୯୪ଜଣ ସୁରକ୍ଷିତ ଭାବେ ଓହ୍ଲାଇଥିଲେ, କିନ୍ତୁ ଜଣେ ବିମାନ ପରିଚାରିକା ଏଇ ଦୁର୍ଘଟଣା ଘଟିବା ସମୟରେ ଜୋର୍‌ ପବନରେ କେଉଁଆଡ଼େ ଉଡ଼ିଯାଇଥିଲେ। ତାଙ୍କ ମୃତ ଦେହ ଅନେକ ଖୋଜାଖୋଜି ପରେ ମଧ୍ୟ ମିଳିନଥିଲା।

- Advertisement -

ବିମାନର ଜନୈକ ଯାତ୍ରୀ ଗାଏଲେ ୟାମାମାଟୋ ସାକ୍ଷାତକାର୍‌ରେ କହିଥିଲେ, ସମସ୍ତ ଯାତ୍ରୀ ବିମାନ ଛାତ ଉଡ଼ିବା ଦେଖି ଗୋଟାପଣ ଥରୁଥିଲେ। ଅଧିକାଂଶ ବୟସ୍କ ଯାତ୍ରୀ ଏହି ବିମାନରେ ଯାତ୍ରା କରୁଥିବାବେଳେ ଜୀବନର ଶେଷ ପର୍ଯ୍ୟନ୍ତ ସେମାନେ ଆଉ କେବେ ବିମାନ ଯାତ୍ରା କରିବେନି ବୋଲି କହିଥିଲେ। ଏୟାରଲାଇନ୍ସ କର୍ତ୍ତୃପକ୍ଷ ମଧ୍ୟ ଏ ବାବଦରେ କହିଥିଲେ, ଫ୍ଲାଇଟ୍-୨୪୩ ଉଡ଼ାଣ ଭରିବା ପୂର୍ବରୁ ଭଲଭାବେ ଚେକ୍ କରାଯାଇଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା, ଏପରିକି ଉଡ଼ାଣ ଭରିବା ସମୟରେ ପାଣିପାଗରେ ଅସୁବିଧା ନଥିଲା। ଏସବୁ ସତ୍ତ୍ବେ ଗୋଟିଏ ବିମାନର ଆକାଶମାର୍ଗରେ ଛାତ ଉଡ଼ିଯିବା ପରେ ଯାତ୍ରୀମାନେ ସୁରକ୍ଷିତ ଓହ୍ଲାଇବା ପ୍ରକୃତରେ ଈଶ୍ବରଙ୍କ ବରଦାନ। ବିମାନ କର୍ତ୍ତୃପକ୍ଷ ପାଇଲଟ୍‌ ଓ କ୍ର୍ୟୁ ସଦସ୍ୟଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିଥିଲେ। ଏହି ଦୁର୍ଘଟଣାକୁ ଆଧାର କରି ଆମେରିକାରେ ଏକ ଟେଲିଭିଜନ ଡ୍ରାମା ‘ମିରାକଲ୍ ଲ୍ୟାଣ୍ଡିଂ’ ୧୯୯୦ରେ ପ୍ରଦର୍ଶିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories