www.samajalive.in
Monday, December 8, 2025
27.1 C
Bhubaneswar

ଭୂତ ଖାଉଛି ୩୫ ମୃତକଙ୍କ ଭତ୍ତା, ତଦନ୍ତ ଆରମ୍ଭ

ପୁରୁଷୋତ୍ତମପୁର: ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାମ ଏବଂ ବିଭିନ୍ନ ଯୋଜନାରେ ଅନିୟମିତତା ଅଭିଯୋଗ ହୋଇଛି। ସରକାରୀ ଯୋଜନାରୁ କିପରି ପ୍ରକୃତ ହିତାଧିକାରୀ ବାଦ୍ ପଡୁଛନ୍ତି ଏବଂ ହିତାଧିକାରୀଙ୍କ ଅର୍ଥ କିପରି ଅନ୍ୟମାନେ ଲୁଟି ନେଉଛନ୍ତି ତାହାର ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଛି ଏହି ବ୍ଲକର ବଡ ବରଗାଁ ପଞ୍ଚାୟତରେ । ଏହି ପଞ୍ଚାୟତର ୩୫ଜଣ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ଅନ୍ୟମାନେ ଲୁଟି ନେଉଛନ୍ତି। ମାସେ ନୁହେଁ କି ବର୍ଷେ ୩ ବର୍ଷ ହେଲା ୩୫ଜଣଙ୍କ ଭତ୍ତାକୁ ଆତ୍ମସାତ କରାଯାଉଥିବା ଗ୍ରାମବାସୀ ଓ ଜଣେ ବିଜେପି ନେତା ଅଭିଯୋଗ କରିଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଗ୍ରାମବାସୀ ବିଡ଼ିଓ ବିଜୟବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଭିତ୍ତିରେ ବିଡିଓ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ବ୍ଲକ ପିଏଙ୍କୁ ତଦନ୍ତ ଦାୟିତ୍ବ ନ୍ୟସ୍ତ କରାଯାଇଛି।

 

- Advertisement -

୨୦୧୭ ମସିହାରୁ ମୃତ୍ୟୁବରଣ କରିଥିବା ୩୫ଜଣ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିକଳାଙ୍ଗ ଭତ୍ତାକୁ ଅନ୍ୟମାନେ ଭାଗବାଣ୍ଟି ନେଉଯାଉଛନ୍ତି। ସୂଚନା ଅଧିକାର ଆଇନ ବଳରେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଲକ୍ଷ୍ମଣ ଦୋରା ପାଇଥିବା ସୂଚନା ଅନୁସାରେ ଭତ୍ତା ପାଉଥିବା ୩୫ଜଣ ତିନିବର୍ଷ ହେଲା ପ୍ରାଣ ହରାଇସାରିଛନ୍ତି। ଅଥଚ ସେମାନଙ୍କଙ୍କ ଜାଲ ଦସ୍ତଖତ ଓ ଟିପ ଚିହ୍ନ ଦେଇ ତିନିବର୍ଷ ହେଲା ଭତ୍ତା ଉଠାଣ ହେଉଛି। ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ସ୍ୱରାଜ୍ୟ ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଣୀଗାଁର ଯୁବଗୋଷ୍ଠୀ ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି ବିଡ଼ିଓ ବିଜୟ କୁମାର ବେହେରାଙ୍କୁ ଏ ମର୍ମରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ତଦନ୍ତ ଦାବି କରିଛନ୍ତି। ଭତ୍ତା ତାଲିକା ତାଲିକା,ଆକୁଟେନ୍ସ ଓ ମୃତ୍ୟୁ ପ୍ରମାଣପତ୍ର ଦେଖାଇ ଏହାର ତଦନ୍ତ ଦାବି କରିଛନ୍ତି। ଏପରିକି ଏହି ପଞ୍ଚାୟତର ଜଣେ ବ୍ୟକ୍ତି ୧୦ ଜଣ ହିତାଧିକାରୀଙ୍କ ସୁବିଧା ପାଉଥିବା ନେଇ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ବୟସର ସାୟାହ୍ନରେ ପହଞ୍ଚିଥିବା ବୟୋବୃଦ୍ଧ ଏବେ ବି ଭତ୍ତା ପାଇବା ଆଶାରେ ରହିଛନ୍ତି। ଏଭଳି ସ୍ଥଳରେ ପ୍ରାଣ ହରାଇଥିବା ଲୋକଙ୍କ ଭତ୍ତାକୁ କିପରି ଅନ୍ୟମାନେ ବାଣ୍ଟିକୁଟି ନେଉଛନ୍ତି ତାହା ଆଶ୍ଚର୍ୟ୍ୟର ବିଷୟ। ଏହାର ବିଧିବଦ୍ଧ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ରର ନକଲ ଗଞ୍ଜାମ ଜିଲାପାଳ, ପଞ୍ଚାୟତିରାଜ ମନ୍ତ୍ରୀ, ଭିଜିଲାନ୍ସ ଏସପିଙ୍କ ନିକଟକୁ ପଠାଯାିଛି।
ଏଭଳି ଗୁରୁତର ଅଭିଯୋଗ ପାଇବା ପରେ ବିଡିଓ ବିଜୟକୁମାର ବେହେରା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବ୍ଲକ ପିଏଙ୍କୁ ଏହି ଅନିୟମିତତା ଅଭିଯୋଗର ତଦନ୍ତ କରିବାକୁ ବିଡିଓ ନିର୍ଦେଶ ଦେଇଛନ୍ତି। ହିତାଧିକାରୀ ଥାଇ ପ୍ରାଣ ହରାଇଥିବା ଲୋକଙ୍କ ମୃତ୍ୟୁପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଖାତାପତ୍ର ଯାଞ୍ଚ କରାଯିବ। ସତ୍ୟତା ଜଣାପଡିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହ ସେ ବାବଦ ଅର୍ଥ ଦୋଷୀଠାରୁ ଆଦାୟ କରାଯିବ ବୋଲି ବିଡିଓ କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories