www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରକ ଧକାରେ ଯୁବକ ମୃତ

ଅନୁଗୁଳ : ନାଲକୋ ନଗର ଥାନା ଅନ୍ତର୍ଗତ ସ୍ମେଲ୍ଟର ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଟ୍ରକ ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ୮ଘଟିକା ସମୟରେ ୫୫ନଂ ଜାତୀୟ ରାଜପଥରେ ଦୁଇଜଣ ଯୁବକ ଅନଗୁଳରୁ କୁଲାଡ଼ ଅଭିମୁଖେ ନିଜ ବାଇକ୍ (ଓଡି୨୫ସି ୨୩୮୬) ଯୋଗେ ଯାଉଥିବା ସମୟରେ ପଛ ପାଖୁରୁ ଏକ ଟ୍ରକ ଆସି ଧକା ଦେବାରୁ ପଛରେ ବସି ଥିବା ଯୁବକ ଜଣକ ରାସ୍ତା ଉପରେ ପଡି ଯାଇଥିଲେ ଫଳରେ ଘଟଣା ସ୍ଥଳରେ ଟ୍ରକ ଚାଳକ ଗାଡି ମଡ଼ାଇ ଚାଲି ଯାଇଥିଲା।

ସ୍ଥାନୀୟ ଲୋକ ଉକ୍ତ ଟ୍ରକକୁ ଏଫସିଆଇ ତାଳଚେର ରାସ୍ତାରେ କାବୁ କରିଥିଲେ।ଘଟଣା ସ୍ଥଳରେ ରାସ୍ତା ରୋକ ହୋଇଥିଲା।  ମୃତ ବ୍ୟକ୍ତିଙ୍କ ନିଜ ଘର ନୟାଗଡ ଜିଲ୍ଲାର ପାଣ୍ଡୁର ପଡା ଗ୍ରାମର। ଆହତ ହୋଇଥିବା ଯୁବକ ଙ୍କୁ ନାଲକୋ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ଉଭୟ ବଳରାମ ପ୍ରସାଦ ଗ୍ରାମର କେନ୍ଦୁଢ଼ିପ ସାହିରେ ବ୍ଲକ ତରଫରୁ ନିର୍ମାଣ ହେଉଥିବା ପାଣି ଟାଙ୍କି ରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ବୋଲି ପୋଲିସ ପ୍ରକାଶ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories