www.samajalive.in
Tuesday, December 9, 2025
16.1 C
Bhubaneswar

ସୀମା ଓ ଯବାନଙ୍କ ସୁରକ୍ଷା ପ୍ରସଙ୍ଗରେ କହିବାର ସୁଯୋଗ ମିଳିଲାନି; ପ୍ରତିରକ୍ଷା କମିଟି ବୈଠକରୁ ଉଠିଆସିଲେ ରାହୁଲ

ନୂଆଦିଲ୍ଲୀ : ପ୍ରତିରକ୍ଷା ସଂକ୍ରାନ୍ତ ସଂସଦୀୟ କମିଟି ବୈଠକ ଅଧାରୁ ଏହାକୁ ବର୍ଜନ କରିଛନ୍ତି କଂଗ୍ରେସ ନେତା ତଥା କମିଟି ସଦସ୍ୟ ରାହୁଲ ଗାନ୍ଧୀ। ବୁଧବାର କମିଟି ଅଧ୍ୟକ୍ଷ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତାଙ୍କୁ ଚୀନ ସହିତ ସୀମା ବିବାଦ ଓ ଲଦାଖରେ ଯବାନଙ୍କୁ ଅତ୍ୟାଧୁନିକ ସାଜ ସରଞ୍ଜାମ ଯୋଗାଣ ପ୍ରସଙ୍ଗ ଉତ୍ଥାପନ କରିବା ପାଇଁ ସୁଯୋଗ ଦିଆ ନ ଯିବାରୁ ସେ ବୈଠକ ଛାଡ଼ି ଆସିଥିବା ଜଣାଯାଇଛି। ବୈଠକ ବର୍ଜନ ପରେ ରାହୁଲ ଗଣମାଧ୍ୟମକୁ କହିଛନ୍ତି ଯେ, ଏଠାରେ ଜାତୀୟ ସୁରକ୍ଷା ପ୍ରସଙ୍ଗ ଆଲୋଚନା ପରିବର୍ତ୍ତେ ସୈନ୍ୟବାହିନୀର ପୋଷାକ ଉପରେ ଆଲୋଚନା କରାଯାଉଛି। ଏହା ଦ୍ବାରା ଅଯଥା ସମୟ ଅପଚୟ ହେଉଛି। ଯେଉଁ ବୈଠକରେ ସୀମାରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଯବାନଙ୍କ ସୁରକ୍ଷା ତଥା ସୀମା ସୁରକ୍ଷା ବିଷୟ ଆଲୋଚନାର ସୁଯୋଗ ମିଳୁ ନାହିଁ, ସେଠାରେ ଉପସ୍ଥିତ ରହିବା ଅନାବଶ୍ୟକ।

ସୂଚନାନୁଯାୟୀ, ବୈଠକ ଆରମ୍ଭରେ ସିଡିଏସ୍‌ ବିପିନ ରାୱତ ସ୍ଥଳସେନା, ନୌସେନା ଓ ବାୟୁସେନାର ଯବାନଙ୍କ ପୋଷାକ (ୟୁନିଫର୍ମ) ପରିବର୍ତ୍ତନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏଥିରେ ହସ୍ତକ୍ଷେପ କରି ରାହୁଲ କହିଥିଲେ ଯେ ରାଜନୈତିକ ନେତୃବୃନ୍ଦ ଦେଶ ଓ ଯବାନଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କଲେ ଭଲ ହୁଅନ୍ତା। ଏହି ସମୟରେ କମିଟି ଅଧ୍ୟକ୍ଷ ଜୁଏଲ ଓରାମ ରାହୁଲଙ୍କୁ ନିରବ ରହିବାକୁ ପରାମର୍ଶ ଦେବା ସହ କିଛି କହିବା ପାଇଁ ଅନୁମତି ଦେଇ ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ରାହୁଲ ବୈଠକରୁ ଉଠି ଚାଲିଆସିଥିଲେ। ତାଙ୍କ ସହିତ କମିଟିର ସଦସ୍ୟ ଥିବା କଂଗ୍ରେସର ରାଜୀବ ସାତଭ ଓ ରେବନ୍ତ ରେଡ୍ଡି ମଧ୍ୟ ବୈଠକରୁ ଓହରି ଆସିଥିଲେ। ପୂର୍ବରୁ ଏହି କମିଟି ବୈଠକରେ ରାହୁଲ ଯୋଗ ନ ଦେବା ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ସେତେବେଳେ ମଧ୍ୟ ରାହୁଲ ସମାନ ଆଭିମୁଖ୍ୟ ପୋଷଣ କରିଥିାଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories