www.samajalive.in
Wednesday, December 10, 2025
26.1 C
Bhubaneswar

ମରଣାନ୍ତକ ଆକ୍ରମଣକାରୀକୁ କୋର୍ଟ ଚାଲାଣ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଜେନାପଦାଦଳ ଗ୍ରାମରେ ଜମିବାଡି ବିବାଦକୁ ନେଇ ପୂର୍ବ ଶତ୍ରୁତାରୁ ଗତ ୧୧ତାରିଖରେ ଏକ ମରଣାନ୍ତକ ଆକ୍ରମଣ ଘଟଣା ଘଟିଥିଲା। ଜେନାପଦାଦଳ ଗ୍ରାମର ସ୍ୱର୍ଗତ ଦିବାକର ପଣ୍ଡାଙ୍କ ପୁଅ ସରୋଜ ପଣ୍ଡାଙ୍କ ମୁଣ୍ଡକୁ ତାଙ୍କ ପଡୋଶୀ ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କ ପୁଅ ପଦ୍ମଲୋଚନ ପଣ୍ଡା ଏକ ଲାଠି ସାହାଯ୍ୟରେ ଶକ୍ତ ପ୍ରହାର କରିଥିଲେ। ଏଥିରେ ସରୋଜଙ୍କ ମୁଣ୍ଡ ଫାଟି ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକ ତାଙ୍କୁ ତୁରନ୍ତ ଆଠଗଡ ଡାକ୍ତରଖାନା ନେଇଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସରୋଜଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପରିବାର ପକ୍ଷରୁ ଆଠଗଡ ଥାନାରେ ଏସଂପର୍କରେ ଦିଆଯାଇଥିବା ଏତଲାକୁ ଭିତ୍ତିକରି ଆଇଆଇସି ଜ୍ଞାନରଞ୍ଜନ ମିଶ୍ର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଅନ୍ୟ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନଠାରୁ ଫେରାର ଥିବା ଅଭିଯୁକ୍ତ ପଦ୍ମଲୋଚନକୁ ବୁଧବାର ଆଠଗଡ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories