www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟରେ ଆଉ ୪୦୭ ଆକ୍ରାନ୍ତ ଚିହ୍ନଟ ; ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ଜଣାପଡୁଥିବା ସଂକ୍ରମଣ ସଂଖ୍ୟା କିଛି ଦିନ ଲଗାତାର ୪୦୦ ମଧ୍ୟରେ ସୀମିତ ରହିଥିବା ବେଳେ ଆଜି ଏଥିରେ ସାମାନ୍ୟ ବୃଦ୍ଧି ହୋଇଥିବା ଦେଖାଯାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୪୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୬ ଓ ସ୍ଥାନୀୟ ୧୭୧। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୯୬ରେ ପହଞ୍ଚିଛି। ୩,୧୯, ୮୫୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୦୭୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୬୨ , ଅନୁଗୁଳରୁ ୬୦ ଓ ଖୋର୍ଦ୍ଧାରୁ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୧୪, ବରଗଡ୧୭, ଭଦ୍ରକ ୪, ବଲାଙ୍ଗୀର ୨୦, ବୌଦ୍ଧ ୧, କଟକ ୨୫, ଢେଙ୍କାନାଳ ୨, ଗଜପତି ୬, ଗଞ୍ଜାମ ୭, ଜଗତସିଂହପୁର ୬, ଯାଜପୁର ୮, ଝାରସୁଗୁଡା ୭, କଳାହାଣ୍ଡି ୬, କନ୍ଧମାଳ ୧, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୬, କୋରାପୁଟ ୭, ମାଲକାନଗିରି ୪, ମୟୁରଭଞ୍ଜ ୨୪, ନୟାଗଡ ୨, ନୂଆପଡା ୮, ପୁରୀ ୧୮, ସମ୍ବଲପୁର ୨୬, ଷ୍ଟେଟ ପୁଲରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories