www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ହେଲା ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ଭାରତ ସରକାରଙ୍କ ଦ୍ୱାରା ଉତ୍କର୍ଷ କେନ୍ଦ୍ର ରୂପେ ସ୍ୱୀକୃତି ପାଇଛି। ଅଣବୈଷୟିକ ପ୍ରଶିକ୍ଷଣ ପ୍ରଦାନ କରିବା କ୍ଷେତ୍ରରେ ସରକାରୀ ସ୍ତରରେ ଏହା ଦେଶର ପ୍ରଥମ ଅନୁଷ୍ଠାନ। ୨୦୦୪ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ‘ସିଡାକ୍‌’ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ ସଂସ୍ଥା
ଯାହା ସୋସାଇଟି ରେଜିଷ୍ଟ୍ରେସନ୍‌ ଆଇନ ଦ୍ୱାରା ପଞ୍ଜୀକୃତ। ଓଡ଼ିଶାର ହସ୍ତଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାସଲ ପାଇଁ ଏହା ଏକ ସ୍ୱୟଂଶାସିତ ଅନୁଷ୍ଠାନ। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଏହାର ପ୍ରଶାସନିକ ମୁଖ୍ୟ। ବିପଣନ ଚାହିଦା ଥିବା ହସ୍ତଶିଳ୍ପ ଉତ୍ପାଦ ରାଜ୍ୟରେ ତିଆରି କରିବା ପାଇଁ ଆବଶ୍ୟକ କୌଶଳ ଓ ଦକ୍ଷତା ଏହି ଅନୁଷ୍ଠାନ ଦ୍ୱାରା ପ୍ରଶିକ୍ଷଣ ମାଧ୍ୟମରେ ପ୍ରଦାନ କରାଯାଇଥାଏ। ହସ୍ତଶିଳ୍ପ ପାଠ୍ୟକ୍ରମ ପାଇଁ ଏହି ଅନୁଷ୍ଠାନ ଏକ ଗୁଣାତ୍ମକ ସିଲାବସ୍‌ ପ୍ରସ୍ତୁତ କରି ଦଶବର୍ଷରୁ ଊର୍ଦ୍ଧ୍ୱକାଳ ଧରି ପ୍ରଶିକ୍ଷଣ ପ୍ରଦାନ କରିଆସୁଛି।

 

- Advertisement -

ଉଚ୍ଚକୋଟୀର ହସ୍ତଶିଳ୍ପ ଓ ବୟନଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ସହ ସମନ୍ୱୟ ରକ୍ଷା କରି ‘ସିଡାକ୍‌’ ସାରା ଦେଶର ପାରମ୍ପରିକ ହସ୍ତଶିଳ୍ପ କୌଶଳ ଓ ଏ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆକର୍ଷଣ ପାଲଟିଛି। ବିଭିନ୍ନ ସରକାରୀ ଅନୁଷ୍ଠାନ ପ୍ରଦତ୍ତ ଆର୍ଥିକ ସହାୟତା ବଳରେ ବିବିଧ କ୍ଲଷ୍ଟର ଓ ଅଞ୍ଚଳରେ ସଫଳତାର ସହିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମାହିତ କରି ଏହି ଅନୁଷ୍ଠାନ ନିଜର କୃତିତ୍ୱ ପ୍ରଦ ଶର୍ନ କରିପାରିଛି।
ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ଓ ଶାସନ ସଚିବ ତଥା ‘ସିଡାକ୍‌’ର ଅଧ୍ୟକ୍ଷା ଶୁଭା ଶର୍ମା ଉତ୍କର୍ଷ କେନ୍ଦ୍ର ସ୍ୱୀକୃତି ହାସଲ ପାଇଁ ନଭେମ୍ବର ୨୪, ୨୦୨୦ ରେ ଭାରତ ସରକାରଙ୍କ ଦକ୍ଷତା
ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲେ। ଉତ୍କର୍ଷ କେନ୍ଦ୍ର ଭାବେ ଏହି ଅନୁଷ୍ଠାନକୁ ସ୍ୱୀକୃତି ଦେବାବେଳେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଲକ୍ଷ୍ୟ କରିଥିଲେ ଯେ, ଅନୌପଚାରିକ ଓ ଅଣପାରମ୍ପରିକ ଦକ୍ଷତା ଓ କୌଶଳ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ‘ସିଡାକ୍‌’ ଭଳି ପ୍ରତିଷ୍ଠା ଲାଭ କରିଥିବା ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି। ରାଜ୍ୟର ବିରଳ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପ ଓ ହସ୍ତକଳା ଟ୍ରେନିଂ ଅଭ୍ୟାସ ଓ ସଂରକ୍ଷଣ କ୍ଷେତ୍ରରେ ‘ସିଡାକ୍‌’ର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଉତ୍କର୍ଷ କେନ୍ଦ୍ର ରୂପେ ସ୍ୱୀକୃତି, ଅନୁଷ୍ଠାନର କାର୍ଯ୍ୟାବଳୀର ପରିସରକୁ ଅଧିକ ବ୍ୟାପକ କରିବା ସହ ଦକ୍ଷତା ବିକାଶ ପରିମଣ୍ଡଳର ଅଶେଷ ହିତ ସାଧନ କରିବା ଦିଗରେ ଅଭିପ୍ରେତ। ଏହାଦ୍ୱାରା ଦେଶର ଅନୁରୂପ ଅନୁଷ୍ଠାନଗୁଡ଼ିକ ସହ ଉଚ୍ଚକୋଟିର ଓ ସର୍ବୋତ୍କୃଷ୍ଟ ପଦ୍ଧତି ସମ୍ବନ୍ଧରେ ମତବିନିମୟ ସମ୍ଭବ ହେବ ଓ ବିରଳ ହସ୍ତଶିଳ୍ପ ଓ ହସ୍ତକଳା ସଂରକ୍ଷଣ ସମ୍ବନ୍ଧରେ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକରୁ ପ୍ରେରଣା ମିଳିପାରିବ। ‘ସିଡାକ୍‌’ ଉତ୍କର୍ଷ କେନ୍ଦ୍ର ରୂପେ ମାନ୍ୟତା ଲାଭ କରିଥିବାରୁ ସଭ୍ୟସଚିବ ତଥା ଅତିରିକ୍ତ ଶାସନ ସଚିବ କୈଳାଶ ଚନ୍ଦ୍ର ସାହୁ ଏଥି ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories