www.samajalive.in
Monday, December 8, 2025
17.1 C
Bhubaneswar

ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ୍ ଉଦ୍‌ଯାପିତ

ଆଠଗଡ : ମା ମଙ୍ଗଳା କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ବୀରକିଶୋରପୁର ଖେଳପଡିଆରେ ଚାଲିଥିବା ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦ୍ୟାପନୀ ଦିବସରେ  ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସାଲେପୁରର ଡିଡିଏଲ୍ କ୍ଲବ୍ କୁ ହରାଇ ଭୁବନେଶ୍ୱରର କମାଣ୍ଡୋ ଇଲେଭେନ୍ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ସାଲେପୁର ଡିଡିଏଲ କ୍ଲବର ଲକି ସାହୁଙ୍କ ଧୁଆଁଧାର ୧୯ବଲ୍ରୁ ୩୫ରନ୍ ସହାୟତାରେ ୧୫ ଓଭରରେ ୮ ୱିକେଟ ହରାଇ ୧୧୨ରନ୍ ସଂଗ୍ରହ କରିଥିଲା। ଏହାର ଜବାବ୍‌ରେ ଭୁବନେଶ୍ୱର କମାଣ୍ଡୋ କ୍ଲବ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ବ୍ୟାଟ୍ସମ୍ୟାନ ଶେଖର ଦାସଙ୍କ ଧୂଆଁଧାର ୨୦ ବଲ୍‌ରେ ୪୪ରନ୍ ଦଳର ସ୍ଥିତିକୁ ମଜବୁତ୍ କରିଥିଲା। କମାଣ୍ଡୋ ଇଲେଭେନ୍ କ୍ଲବ୍ ୧୪.୧ ଓଭରରେ ୬ ୱିକେଟ ହରାଇ ୧୧୬ରନ୍ ସଂଗ୍ରହ କରି ବିଜୟ ମୁକୁଟ ଅକ୍ତିଆର କରିଥିଲେ। ଆଜିର ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶେଖର ଦାସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଟୁର୍ଣ୍ଣାମେଣ୍ଟରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପାୟଲ ବର୍ମାଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ରଣବୀର ନାୟକଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ସର୍ବାଧିକ ୱିକେଟ ନେଇଥିବା ମନୋଜ କୁମାର ରାଉତଙ୍କୁ ଶ୍ରେଷ୍ଠ ବୋଲର, ସର୍ବାଧିକ ଛକା ମାରିଥିବା ସୌମେଶ ବେହେରା ଓ ସଦୃଶ କ୍ୟାଚ ନେଇଥିବା ସୁଜଲ ମହାରଣାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚଟିକୁ ସୌମେଶ ବେହେରା ଓ ଅନନ୍ତ ବେହେରା ଅମ୍ପାୟାର ଭାବେ ପରିଚାଳନା କରିଥିଲେ ଆୟୋଜକ ମା ମଙ୍ଗଳା କ୍ଲବର ସଭାପତି ମନୋରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡା ଏବଂ ସମ୍ମାନିତ ଅତିଥି ଭାବେ ଯୁବ ସଂଗଠକ ଲକ୍ଷ୍ମୀନାରାୟଣ ଭଞ୍ଜ, ପ୍ରକାଶ ରାଉତ, ନରେଶ ବେହେରା ଓ ପ୍ରଦୀପ ସ୍ୱାଇଁ ଯୋଗଦେଇ ଚମ୍ପିଆନ୍ ଓ ରନର୍ସଅଫ ଦଳ ସମେତ ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ଅନ୍ୟମାନଙ୍କୁ ଟ୍ରଫି ଓ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ସଂପାଦକ ମୟୂର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories