www.samajalive.in
Tuesday, December 9, 2025
16.1 C
Bhubaneswar

ଡକାୟତି ଉଦ୍ୟମ ପଣ୍ଡ ; ଇନୋଭା କାର ସହ ମାରଣାସ୍ତ୍ର ଜବତ, ୮ ଡକାୟିତ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ବନବିଶ୍ରାମଗାର ସମ୍ମୁଖରୁ ରବିବାର ପୁରୁଣାକଟକ ପୁଲିସ ଏକ ଇନୋଭା କାର ସହ ମାରଣାସ୍ତ୍ର ଜବତ କରିଥିବା ଜଣାପଡିଛି। ଏହି ମାମଲାରେ ପୁଲିସ ୮ଜଣ ଡକାୟତଙ୍କୁ ଗିରଫ କରିବା ସହ ବଡଧରଣର ଡକାୟତି ଅପରାଧକୁ ପଣ୍ଡ କରିବାରେ ସଫଳ ହୋଇଛି ।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡକାୟତ ଉଦ୍ଦେଶ୍ୟରେ ଭୂବନେଶ୍ୱରର ଏକ ମିଶ୍ର ଟୁର ଏଣ୍ଡ ଟ୍ରାଭେଲରୁ ୮ଜଣ ଡକାୟତ ଏକ ଇନୋଭା ଗାଡି ନଂ ଓଆର-୦୨ ବି୭୧୧୧ କୁ ଭଡା ହିସାବରେ ଆଣି ଭୁବନେଶ୍ୱରରୁ ହରିଶଙ୍କର ଅଭିମୁଖେ ଯାତ୍ରା କରିଥିଲେ। ଏମାନଙ୍କ ହାବଭାବ ଏବଂ ଗାଡିରେ ଥିବା ୨ଟି ଭୁଜାଲି, ଗୋଟିଏ ପିସ୍ତଲ, ମୁଖାକୁ ଦେଖୀ ଗାଡି ଡ୍ରାଇଭର ଚତୁରତାର ସହ ମାଲିକଙ୍କୁ ଖବର ଦେଇଥିଲା। ମାଲିକ ଏସଂର୍ପକରେ ବୌଦ୍ଧ ଏସ.ପିଙ୍କୁ କୌଣସି ମତେ ସୂଚନା ଦେଇଥିଲେ। ଫଳରେ ବୌଦ୍ଧ ପଟୁ ଭୁବନେଶ୍ୱର ଅଭିମୁଖେ ଫେରୁଥିବା ଗାଡିକୁ ବୌଦ୍ଧ ଏସ.ପିଙ୍କ ନିର୍ଦ୍ଦେଶକ୍ରମେ ଚାରିଛକରେ ଅଟକାଇ ତଦନ୍ତ ଆରମ୍ଭ ହୋଇଥିଲା। ସେତେବେଳେ ଗାଡିରୁ ୨ଟି ଭୁଜାଲି, ଗୋଟିଏ ପିସ୍ତଲ ସହ ମୁଖା ପୁଲିସ ଜବତ କରିଥିଲା। ଖବର ପାଇ ବୌଦ୍ଧ ଏସ.ପି ଭି.ରଘୁନାଥ ରାଓ ଏବଂ ବୌଦ୍ଧ ଏସ.ଡି.ପି.ଓ ସାଲେଷ୍ଟିନ ଟିଗା ମଧ୍ୟ ପୁରୁଣାକଟକ ଥାନାରେ ସଂନ୍ଧ୍ୟାରେ ପଂହଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ତଦନ୍ତ ପରେ ୮ଜଣ ଡକାୟତ ଗ୍ୟାଙ୍ଗ ବୋଲି ସ୍ପଷ୍ଟ ହୋଇଥିଲା। ଏନେଇ ପୁରୁଣାକଟକ ଥାନା ପକ୍ଷରୁ ଏକ ଡକାୟିତ ମାମଲା ରୁଜୁକରି ସମସ୍ତ ୮ଜଣଙ୍କୁ ଗିରଫ କରାଯାଇଥିବା ବୌଦ୍ଧ ଏସ.ଡି.ପି.ଓ ସାଲେଷ୍ଟିନ ଟିଗା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories