www.samajalive.in
Monday, December 8, 2025
27.1 C
Bhubaneswar

୪୦ ଘଣ୍ଟାର ଦୁଃସାହସିକ ସାଇକଲ ଯାତ୍ରା ; ଆଠଗଡରେ ସାଇକେଲ ଅଭିଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଜର କ୍ଲବ୍ (ବିସିସିଏ) ଆନୁକୁଲ୍ୟରେ କ୍ଲବ୍ର ସଭାପତି ତଥା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡାଙ୍କ ନେତୃତ୍ୱରେ ଏକ ୩୨ଜଣିଆ ସାଇକେଲ ଅଭିଯାତ୍ରୀ ଦଳ ୪୦ ଘଣ୍ଟାରେ ୬୦୦ କି.ମି ଦୁଃସାହସିକ ସାଇକେଲ ଯାତ୍ରା କରିବା ଅବସରରେ ଆଠଗଡଠାରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶନିବାର ଭୁବନେଶ୍ୱରଠାରୁ ଶ୍ରୀ ପଣ୍ଡାଙ୍କ ସହିତ ସିପ୍ରା ହୋତା ନାମକ ଜଣେ ମହିଳା କୃତ୍ରିମ ଗୋଡ ଲଗାଇଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ରାଜ ମହାରଣା ଏହି ୩୨ ଜଣିଆ ସାଇକେଲ ଅଭିଯାତ୍ରୀ ଦଳରେ ସାମିଲ ଥିଲେ। ରବିବାର ସକାଳ ୬ଟାରେ ପୁରୀରୁ ବାହାରି ଆଠଗଡରେ ଦିନ ୧ଟାରେ ପହଞ୍ଚିବା ସମୟରେ ସ୍ଥାନୀୟ ଯୋଗ ସେବା କେନ୍ଦ୍ର ପକ୍ଷରୁ ମହିଳା କଲେଜ ରାସ୍ତାରେ ଥିବା ଯୋଗସେବା କେନ୍ଦ୍ର ଠାରେ ସାଇକେଲ ଅଭିଯାତ୍ରୀ ଦଳକୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିରିକ୍ତ ଡିଜି ଶ୍ରୀ ପଣ୍ଡାଙ୍କ ମାଉସୀ ଗୀତାଲତା ପାଣିଗ୍ରାହୀଙ୍କ ସହିତ ଯୋଗସେବା କେନ୍ଦ୍ରର ସଭାପତି ଯଦୁମଣି ପଟ୍ଟନାୟକ, ସଭ୍ୟ ଅଶୋକ ମହାନ୍ତି, ମନୋଜ କୁମାର ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ଭଞ୍ଜ, ଅଜୟ ସ୍ୱାଇଁ, ପ୍ରମୋଦ କୁମାର ନାୟକ, ଜ୍ଞାନରଞ୍ଜନ ମହାପାତ୍ର ପ୍ରମୁଖ ଏଡିଜି ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଦୁଃସାହସିକ ସାଇକେଲ ଅଭିଯାତ୍ରୀ ଦଳ ଏଠାରୁ ବାହାରି ହିନ୍ଦୋଳର ସାତମାଇଲ୍ ଯାଇ ସେଠାରୁ ପୁନର୍ବାର ଫେରି ଭୁବନେଶ୍ୱରରେ ରାତି ୧୦ଟା ସୁଦ୍ଧା ପହଞ୍ଚିବାର ଯୋଜନା ଥିବା ଜଣାପଡିଛି। ପ୍ରକାଶ ଥାଉକି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଗତ ୧ମାସ ମଧ୍ୟରେ ଥର ଏହିପରି ଦୁଃସାହସିକ ସାଇକେଲ ଯାତ୍ରାରେ ପ୍ରଥମେ ୧୯ଘଣ୍ଟାରେ ୩୦୦ କିମି, ୨୭ଘଣ୍ଟାରେ ୪୦୦କମି ଯାତ୍ରା ଶେଷକରି ଏବେ ୪୦ଘଣ୍ଟାରେ ୬୦୦କିମି ଦୁଃସାହସିକ ସାଇକେଲ ଯାତ୍ରାରେ ବାହାରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories