www.samajalive.in
Tuesday, December 9, 2025
17.1 C
Bhubaneswar

ଚର୍ଚ୍ଚାରେ ଟ୍ରକ୍ଟର ଚୋରୀ, ପୁଲିସ ପାଖରେ ଖବର ନାହିଁ

ଲୋଇସିଂହା : ଗତ ୧୧ ତାରିଖ ରାତିରେ ସ୍ଥାନୀୟ ଦୁର୍ଗା ମଣ୍ଡପ ନିକଟରେ ଥିବା ଏକ ଟ୍ରାକ୍ଟରକୁ କେହି ଚୋରୀ କରି ନିକଟସ୍ଥ ୨୬ ନମ୍ବର ଜାତୀୟ ରାଜପଥ କଡ ରପ୍ଟା ପୋଲ ନାଳରେ ଛାଡି ଚାଲି ଯାଇଥିବା ଚର୍ଚ୍ଚା ହେଉଛି। ଗାଡି ମାଲିକଙ୍କ ସୂଚନା ଅନୁସାରେ, ପ୍ରାୟ ୨/୩ ମାସ ହେଲା କୌଣସି କାମ ହେଉ ନଥିବାରୁ ଟ୍ରାକ୍ଟରଟି ସ୍ଥାନୀୟ ଦୁର୍ଗା ମଣ୍ଡପ ନିକଟରେ ରଖା ଯାଇଥିଲା। ମାତ୍ର ଗତ ୧୨ ତାରିଖ ସକାଳେ ଏଠାରେ ଟ୍ରାକ୍ଟର ନଥିବାରୁ ଖୋଜାଖୋଜି କଲା ପରେ ଏନ୍ଏଚ୍-୨୬ର ରପଟା ପୋଲ ନିକଟରେ ଟ୍ରଲି ସହ ପଡିଥିବା ଦେଖା ଯାଇଛି। ଟ୍ରାକ୍ଟରଟି ମିଳି ଯାଇ ଥିବାରୁ ପୁଲିସରେ ଅଭିଯୋଗ କରାଯାଇ ନାହିଁ ବୋଲି ଗାଡି ମାଲିକ ବିରେନ୍ଦ୍ର ପଧାନ କହିଛନ୍ତି। ମାତ୍ର ଲୋଇସିଂହାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପଯ୍ୟସ୍ତ ହେବା ସହ ଏଭଳି ଗାଡି ଚୋରୀ ହେବା ଘଟଣାକୁ ପୁଲିସର କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ଉଠିଛି। ଗାଡି ମାଲିକ ନିଜ ଗାଡି ଚୋରୀ ହୋଇଥିବା ସଂପର୍କରେ ଅଭିଯୋଗ କରି ନଥିବାରୁ ଲୋଇସିଂହା ଆଇଆଇସି ଲଳିତା ଲାକ୍ରା ଆମେ ଜାଣି ନାହଁ ବୋଲି ସଫେଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଲୋଇସିଂହା ଅଞ୍ଚଳରେ ଖୋଲାଖୋଲି ଭାବରେ ଦୋକାନ ବଜାରରେ ଦେଶୀ ବିଦେଶୀ ମଦ ବିକ୍ରୀ ହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା, ବସ୍ଷ୍ଟାଣ୍ଡ, ବ୍ୟାଙ୍କ ଛକ, ବ୍ଲକ ଛକ ନିକଟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା, କୋଭିଡ ନିୟମ ଉଲଂଘନ କରାଯାଇ ସ୍ୱେଚ୍ଚାସେବୀ ଅନୁଷ୍ଠାନ ୱାର୍ଲଡ ଭିଜନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ସଭା ସମିିତି ହେଉଥିବା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ। ସମସ୍ୟାର ସମାଧାନ ପ୍ରତି ସ୍ଥାନୀୟ ପୁଲିସର ଦକ୍ଷତାକୁ ନେଇ ଲୋକେ ପ୍ରଶ୍ନ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories