www.samajalive.in
Monday, December 8, 2025
27.1 C
Bhubaneswar

ବିଜୟ ଦିବସ ୨୦୨୦ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଛି ୪ଟି ଯୁଦ୍ଧ

ଡିସେମ୍ବର ୧୬ ଭାରତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଏ । ଭାରତରେ ଏହି ଦିନକୁ ବିଜୟ ଦିବସ ଭାବେ ପାଳନ କରାଯାଏ । ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ସୈନିକମାନଙ୍କ ସ୍ମୃତିରେ ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଏ ।

୧୯୭୧ ମସିହାରେ, ପୂର୍ବ ପାକିସ୍ତାନରେ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଭାରତ ଏବଂ ପଶ୍ଚିମ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯାହା ପରେ ବାଂଲାଦେଶ (ତତ୍କାଳୀନ ପୂର୍ବ ପାକିସ୍ଥାନ) ସ୍ବତନ୍ତ୍ର ଦେଶ ଭାବେ ଗଠନ ହେଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ଦେଶର ସ୍ବାଧୀନ ପରେ ଭାରତରେ ପାକିସ୍ତାନ ମଧ୍ୟରେ ଅନେକ ଯୁଦ୍ଧ ହୋଇଥିଲା କିନ୍ତୁ ୧୯୭୧ ଏବଂ ୧୯୯୯ ର କାର୍ଗିଲ ଯୁଦ୍ଧ ସବୁଠୁ ସ୍ମରଣୀୟ। ୧୯୪୭, ୧୯୬୫, ୧୯୭୧ ଏବଂ ୧୯୯୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଛି।

- Advertisement -

ଯୁଦ୍ଧକୁ ନେଇ ୫ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ…

– ୧୯୭୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ୪୯ ବର୍ଷ ହେବ। ଏହି ଯୁଦ୍ଧରେ ଭାରତ ପ୍ରାୟ ୧୫୦୦ ସାହସୀ ଯୋଦ୍ଧାଙ୍କୁ ହରାଇଥିଲା। ଯାହା ସେହି ସମୟର ସବୁଠାରୁ ବଡ କ୍ଷତି ଥିଲା।

-ପାକିସ୍ତାନୀର ୯୩ ହଜାର ସୈନିକ ଯୁଦ୍ଧ ସମୟରେ ଧଳା ପତାକା ଦେଖାଇ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧ ବାଂଲାଦେଶ ମୁକ୍ତି ପାଇଁ ଥିଲା।

-ଭାରତୀୟ ଯୋଦ୍ଧାଙ୍କ ବଳିଦାନ ସ୍ବରୂପ ବାଂଲାଦେଶ ସ୍ବାଧୀନ ହୋଇଥିଲା। ଯାହା ଭାରତୀୟ ସେନା ପାଇଁ ଏକ ବଡ଼ ଉତ୍ସବରୁ କମ୍ ନ ଥିଲା । ତେଣୁ ଏହି ଦିନ (16 ଡିସେମ୍ବର) ବିଜୟ ଦିବସ ଭାବରେ ପାଳନ କରାଯାଏ । ଭାରତୀୟ ସେନାର ବିଜୟକୁ ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରତ୍ୟେକ ନାଗରିକ ସେମାନଙ୍କ ବଳିଦାନକୁ ମନେ ପକାନ୍ତି।

-କୁହାଯାଏ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ସାମରିକ ଯୁଦ୍ଧ ୩ ଡିସେମ୍ବର ସୁଦ୍ଧା ଢାକା ପହଞ୍ଚିବା ବେଳକୁ ହ୍ରାସ ପାଇଯାଇଥିଲା।

ଭାରତ-ପାକିସ୍ତାନରେ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ ୪ ହଜାର ସୈନିକ ସହିଦ ହୋଇଥିଲେ। କୁହାଯାଏ ଯେ ଯୁଦ୍ଧ ସମୟରେ ବାଂଲାଦେଶର ୩ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories