www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ମାହାମାରୀ : ସଚେତନତା ପାଇଁ କାମ କରୁଥିବା ଅନୁଷ୍ଠାନ କେତେ ସଚେତନ!

ଲୋଇସିଂହା : ଗତ ମାର୍ଚ୍ଚ ମାସ ସମଗ୍ର ବିଶ୍ୱ କରୋନା ମହାମାରୀ ଯୋଗୁଁ ଭୟଭୀତ ଥିବା ବେଳେ ସଂକ୍ରମଣ ଭୟାବହତାକୁ ଲକ୍ଷ୍ୟ କରି କେନ୍ଦ୍ର ତଥା ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖିଛନ୍ତି। ଗାଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି। ସଭା ସମିତିକୁ ଏଥିପାଇଁ ଅନୁମତି ମିଳୁ ନାହିଁ। କୌଣସି ସ୍ଥାନରେ ସଭା ସମିତି ହେଉଛି ସେଠାରେ ସରକାରୀ ଅନୁମତି ନେବା ସହ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି। ସମସ୍ତଙ୍କୁ ମାସ୍କ ବ୍ୟବହାର ସହ ସମାଜିକ ଦୂରତା ଓ ସାନିଟାଇଜ ସ୍ୱଚ୍ଛତା ଉପରେ ସରକାରଙ୍କ ପକ୍ଷରୁ ସବୁବେଳେ ସଚେତନତା ଜାରି ରହିଛି। ମାତ୍ର ଲୋଇସିଂହା ବ୍ଲକରେ କାର୍ଯ୍ୟରତ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱର୍ଲଡ ଭିଜନ ପକ୍ଷରୁ ଚାଲିଥିବା ସଚେତନତା ତଥା ସେବାମୂଳକ ବିଭିନ୍ନ କାର୍ଯ୍ୟକ୍ରମରେ ସରକାରଙ୍କ ମାହାମରୀରୁ ସୁରକ୍ଷା ପାଇଁ ଘୋଷିତ ସମସ୍ତ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖା ଯାଉଛି।

ଗତ ୨୭ ତାରିଖରେ ସଂପୃକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଲର୍ଡ ଭିଜନ୍ ପକ୍ଷରୁ ବାଦିବାହାଲରେ ‘ଶିଶୁସୁରକ୍ଷା ଦୀପ’ ସଂପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ବହୁ ଶିଶୁଙ୍କୁ ଲାଗି ଲାଗି ବସା ଯାଇଛି। କାହାରି ମୁହଁରେ ମାସ୍କ ନାହିଁ। ଏପରିକି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସଂଗଠନର କର୍ମକର୍ତା ମଧ୍ୟ ମାସ୍କ ବ୍ୟବହାର କରି ନଥିବା ଦେଖା ଯାଇଛି। ଠିକ ସେହିପରି ବୁଢୀପଦର ଅଙ୍ଗନବାଡି କେନ୍ଦ୍ରରେ ସଂପୃକ୍ତ ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛତା ସଚେତନତା ପାଇଁ ପ୍ଲାଷ୍ଟିକ ବାଲ୍ଟି ଓ ସାବୁନ ବଣ୍ଟନ କରାଯାଉଥିଲା। ଏଠାରେ ମଧ୍ୟ ସମାନ ଅବସ୍ଥା। କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଅଙ୍ଗନବାଡି କର୍ମୀ, ୱାର୍ଲଡ ଭିଜନ  କର୍ମକର୍ତା ସମେତ ଉପସ୍ଥିତ ମହିଳା ପୁରଷଙ୍କ ମଧ୍ୟରେ ନାଥିଲା ସାମଜିକ ଦୂରତା କି ନଥିଲା ମାସ୍କ। କାର୍ଯ୍ୟକ୍ରମ ସଂପର୍କରେ ସ୍ଥାନୀୟ ଥାନାରେ କୌଣସି ସୂଚନା ନଥିବା ବେଳେ ପୁଲିସକୁ ସଂଗଠନ ପକ୍ଷରୁ ସୂଚନା ଦିଆଯାଇ ନଥିବାରୁ ସେଜାଣି ନାହାନ୍ତି ବୋଲି ଥାନା ଆଇଆଇସି ଲଳିତା ଲାକ୍ରା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ ଏହା ଏକ ଆର୍ନ୍ତଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ହୋଇ ଥିବାରୁ କାର୍ଯ୍ୟକ୍ରମ ପାଇଁ ପୁଲିସର ଅନୁମତି ନେବା ଜରୁରୀ ନୁହେଁ ବୋଲି କହିଛନ୍ତି। କରୋନା ମହାମାରୀ ପାଇଁ ଦେଶ ଘଡିସନ୍ଧି ମୂହୁର୍ତ ଦେଇ ଗତି କରୁଥିବା ବେଳେ ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନର ଖାମଖିଆଲି ମନେଭାବକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ ତଦନ୍ତ କାରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories