www.samajalive.in
Tuesday, December 9, 2025
16.1 C
Bhubaneswar

ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ଡିଇଓ କାର୍ଯ୍ୟାଳୟ ଘେରାଉ କଲେ ଅଭିଭାବକ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ବାଲିପଦର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି । ଆଜି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ବହୁ ଅଭିଭାବକ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ବ୍ରହ୍ମପୁର ଡିଇଓ କାର୍ଯ୍ୟାଳୟ ଘେରାଉ କରିଥିଲେ। ଶିକ୍ଷାବର୍ଷ (୨୦୨୦-୨୧)ରେ ସଦଶିବପୁର ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ତତ୍କାଳୀନ ବିଇଓ ରସାନନ୍ଦ କର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାରଣ କରିଥିଲେ । ଫଳରେ ଏଯାବତ ୨୫ ଜଣ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ରହିଛନ୍ତି । ପୂର୍ବରୁ ବିଦ୍ୟାଳୟରେ ଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଜବରଦସ୍ତ ଟିସି ଦେଇ ନିକଟସ୍ଥ ଦଶିପୁର ବିଦ୍ୟାଳୟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଦାଶିବପୁର ଠାରୁ ଦଶିପୁର ଯିବା ରାସ୍ତାଟି ସମ୍ପୂର୍ଣ୍ଣ କଚ୍ଚା ଓ ମାଟି ରାସ୍ତା ତଥା ନିଛାଟିଆ ଜଙ୍ଗଲି ରାସ୍ତା ଯାହାକି ବର୍ଷା ଋତୁରେ ଯିବା ଆସିବା ସମ୍ପୂର୍ଣ ଅସମ୍ଭବ।  ରାସ୍ତା ନିକଟରେ ଏକ ଶ୍ମଶାନ ଓ ଏକ ପୁଷ୍କରିଣୀ ଅଛି ଯାହା ଛାତ୍ରଛାତ୍ରୀ ମନରେ ଭୟ ଓ ବିପଦର ଆଶଙ୍କା ରହିଛି। ସଦାଶିବପୁର ଓ  ଦଶିପୁର ଗ୍ରାମ ପାଇଁ ରାସ୍ତା ପାର୍ଶ୍ବରେ ୨ଟି ବିଦ୍ୟୁତ ସବଷ୍ଟେସନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ନଥିବା ତଥା ଦଶିପୁର ଗ୍ରାମଟି ଅନ୍ୟ ପଞ୍ଚାୟତରେ ଯାଉ ଥିବାରୁ ଗ୍ରାମବାସୀମାନେ ପିଲାଙ୍କୁ ଦଶିପୁରକୁ ଛାଡ଼ିବେ ନାହିଁ ବୋଲି ଦୃଢସଂକଳ୍ପ ନେଇଛନ୍ତି। ବିନା ଅନୁସନ୍ଧାନରେ କିପରି ବିଇଓ ରସାନନ୍ଦ କର ସୁପାରିଶ କରିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ସଦାଶିବପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ ଗ୍ରାମବାସୀ ବିନମ୍ର ନିବେଦନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories