www.samajalive.in
Tuesday, December 9, 2025
17.1 C
Bhubaneswar

‘ପରୀ’ ଗାଁରେ ପୁରନ୍ଦେଶ୍ବରୀ : ଦାବି କଲେ ସିବିଆଇ ତଦନ୍ତ, ମନ୍ତ୍ରୀ ଅରୁଣଙ୍କ ଇସ୍ତଫା

ଭୁବନେଶ୍ୱର:ନୂତନ ଭାବେ ନିଯୁକ୍ତ ହୋଇଥିବା ବିଜେପି  ରାଜ୍ୟ ପ୍ରଭାରୀ  ଡି.ପୁରନ୍ଦେଶ୍ୱରୀ ୪ ଦିନିଆ ଓଡିଶା ଗସ୍ତରେ ଆସିବା ପରେ  ଆଜି ନୟାଗଡ ଜିଲ୍ଲା ଯଦୁପୁର ଗାଁକୁ ଯାଇ ପରୀ ପରିବାରକୁ ଭେଟିଛନ୍ତି। ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଥମେ ପରୀର ବାପା, ମାଁଙ୍କୁ ଭେଟି ଆଲୋଚନା କରିବା ପରେ ଘଟଣାସ୍ଥଳକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଗ୍ରାମବସୀଙ୍କ ସହ ମଧ୍ୟ ଘଟଣା ସଂପର୍କରେ ଆଲୋଚନା କରିଥିଲେ।

ପରୀ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ଘଟଣାରେ ତତ୍ପରତା ପ୍ରଦର୍ଶନ କରିବା ପରିବର୍ତେ କୋହଳ ମନୋଭାବ ପ୍ରଦର୍ଶନ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି। ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ରାଜ୍ୟ ମନ୍ତ୍ରୀମଣ୍ଡଳର ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ନଚେତ୍‍ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରନ୍ତୁ। ମୁଖ୍ୟ ଅଭିଯୁକ୍ତକୁ ଘଂଟ ଘୋଡାଇ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିବା ସହ ମୃତା ପରୀ ଏବଂ ପରୀ ପରିବାରକୁ ନ୍ୟାୟ ପ୍ରଦାନ ନହେବା ଯାଏଁ ଭାରତୀୟ ଜନତା ପାର୍ଟୀ ଲଢେଇ ଜାରୀ ରଖିବ ବୋଲି ଶ୍ରୀ ପୁରନ୍ଦେଶ୍ୱରୀ କହିଛନ୍ତି।

- Advertisement -

ରାଜ୍ୟବାସୀମାନେ ନିଜ ସୁରକ୍ଷା ପାଇଁ ବିଜେଡିକୁ ବିପୁଳ ଭୋଟ ଦେଇ ଶାସନ କ୍ଷମତା ପ୍ରଦାନ କରିଛନ୍ତି। ଅନ୍ୟ ପଟେ ଶାସକ ବିଜେଡି ରାଜ୍ୟବାସିଙ୍କ ବିଶ୍ୱାସକୁ ହତ୍ୟା କରିଛନ୍ତି। ମାତ୍ର ପରୀକୁ ଅପହରଣ କରାଯାଇ ବିଭତ୍ସ ଭାବେ ହତ୍ୟା କରାଯାଇଥିବାବେଳେ,  ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏପରିକି ପରୀର ବାପା ଓ ମାଁକୁ ମଧ୍ୟ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି। ଯଦି ଗୋଟିଏ ଝିଅକୁ ନ୍ୟାୟ ଦେଇପାରୁ ନାହାନ୍ତି, ତାହେଲେ ସମଗ୍ର ରାଜ୍ୟବାସୀଙ୍କ କିପରି ସୁରକ୍ଷା ଯୋଗାଇ ଦେବେ ବୋଲି ଶ୍ରୀମତୀ ପୁରୁନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି। ଏହାର ଉତର ନିଶ୍ଚିତ ଭାବେ ଓଡିଶାବାସୀ ମାଗିବେ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି।

ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସଆଇଟିର ମୁଖ୍ୟ ବର୍ତମାନ ଓଡିଶା ରାଜ୍ୟ ପରିବହନ ନିଗମର ମୁଖ୍ୟ ଅଛନ୍ତି। ଏସଆଇଟିର ଜୁଡିସିଆଲ କ୍ଷମତା ନାହିଁ। ତେଣୁ ତଦନ୍ତର କୈାଣସି ପ୍ରାସଙ୍ଗିକତା ନାହିଁ।ନିରପେକ୍ଷ ତଦନ୍ତ ଏବଂ ପରୀକୁ ନ୍ୟାୟ ପାଇଁ ସମଗ୍ର ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଶ୍ରୀମତୀ ପୁରନ୍ଦେଶ୍ୱରୀ ଦାବି କରିଛନ୍ତି। ଏହା କେବଳ ଏକ ହତ୍ୟାକାଣ୍ଡ ନୁହେଁ ବରଂ ଚୋରା ଅଙ୍ଗପ୍ରତ୍ୟଙ୍ଗ ବ୍ୟବସାୟ ସହ ସଂପୃକ୍ତିର ଅଭିଯୋଗ ଆସିଛି। ଚୋରା ମଣିଷ ଅଙ୍ଗ ବ୍ୟବସାୟରେ ସଂପୃକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ। ମାତ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ପରିଲକ୍ଷିତ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରନ୍ଦେଶ୍ୱରୀ କହିଛନ୍ତି।


ପରୀ ହତ୍ୟାକାଣ୍ଡ ଘଟଣାରେ କଂଗ୍ରେସ ଦଳର ଅସଲି ମୁଖା ପଦାରେ ପଡିଛି। କଂଗ୍ରେସ ଦଳର କିଛି ନେତୃବୃନ୍ଦମାନେ ଶାସକ ଦଳ ସହ ମିଶି ଯାଇ ସମଗ୍ର ଘଟଣାକୁ ଚାପିଦେବା ପାଇଁ ଅର୍ଥ ନେଇଥିବାର କଂଗ୍ରେସର ନେତାମାନେ ହିଁ ସ୍ୱୀକାର କରିଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି। ପରୀକୁ ନ୍ୟାୟ, ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ଏବଂ ପରୀ ହତ୍ୟଅକାଣ୍ଡର ସିବିଆଇ ଦ୍ୱାରା ତଦନ୍ତ ଦାବୀ କରି ନୟାଗଡ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୬ ଦିନ ଧରି ଜାରୀ ରହିଥିବା ଆନ୍ଦୋଳନରେ ଯୋଗ ଦେଇ ପରୀ ନ୍ୟାୟ ପାଇଁ ଲଢେଇ ଜାରୀ ରହିବ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି  ସମୀର ମହାନ୍ତି, ବରିଷ୍ଠ ନେତା କେ.ଭି.ସିଂହଦେଓ, ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ବିରଂଚି ତ୍ରିପାଠୀ, ଠାକୁର ରଣଜିତ୍‍ ଦାସ, ସୁରଥ ବିଶ୍ୱାଳ, ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ଇରାନୀ ରାୟ, ଜିଲ୍ଲା ପ୍ରଭାରୀ ନିରଂଜନ ମିଶ୍ର, କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories