ବେଗୁନିଆ: ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଦଲକ-ମଳିପଡ଼ା ରାସ୍ତାରେ ଥିବା ବିଅନ କମ୍ପାନୀର ଏକ କ୍ରସରରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ ବେଗୁନିଆ ପୁଲିସ ଦଲକ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ କମ୍ପାନୀ ସମ୍ପୃକ୍ତ ସ୍ଥାନରେ କ୍ରସର ସ୍ଥାପନ କରି ରାସ୍ତା ନିର୍ମାଣ କାର୍ୟ୍ୟ କରୁଛି। ଦଲକ ଗ୍ରାମର ପଥର ମାଫିଆ ବାଦଲ ବଡ଼ଜେନା ଉକ୍ତ କ୍ରସର ୟୁନିଟରୁ ଦାଦାବଟି ଆଦାୟ କରୁଥିବାବେଳେ କମ୍ପାନୀ ପରିଚାଳକ ମନୋଜ ସାହୁ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ। ପରେ ବେଗୁନିଆ ପୁଲିସ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
Popular Categories



