www.samajalive.in
Wednesday, December 10, 2025
26.1 C
Bhubaneswar

କେଶବାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଠଗଡ : କନ୍ତୋଲ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆଠଗଡ ଷ୍ଟାଡିୟମ ଠାରେ ମଙ୍ଗଳବାର ପ୍ରଥମ କେଶବାନନ୍ଦ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆଠଗଡର ଜଣେ ଜଣାଶୁଣା ସମାଜସେବୀ କେଶବାନନ୍ଦ ମହାନ୍ତି (ବାଟିଆନା) ନିକଟରେ ପରଲୋକ ଗମନ କରିଥିବାବେଳେ ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି ଉଦ୍ଘାଟନ କରାଯାଇଛି। ଆଜି ପ୍ରଥମ ଦିନରେ ଉଦ୍ଘାଟନୀ ମ୍ୟାଚଟି ଆୟୋଜକ କନ୍ତୋଲ କ୍ରିକେଟ କ୍ଲବକୁ ହରାଇ ମେଘାର ବଜରଙ୍ଗୀ କ୍ରକେଟ କ୍ଲବ ବିଜୟୀ ହୋଇଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କନ୍ତୋଲ କ୍ରିକେଟ କ୍ଲବ ନିର୍ଦ୍ଦାରିତ ୧୨ଓଭରରେ ସମସ୍ତ ୱିକେଟ ହରାଇ ୫୯ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ମେଘାର ବଜରଙ୍ଗୀ କ୍ଲବ୍ ମାତ୍ର ୫ ଓଭରରେ ୬୫ରନ୍ ସଂଗ୍ରହ କରି ମ୍ୟାଚଟିକୁ ଏକତରଫା ଭାବେ ହାତେଇ ନେଇଥିଲେ। ମ୍ୟାଚଟିକୁ ଜିତେନ ରାଉତ ଓ ଦୀପୁନା ବାରିକ ପରିଚାଳନା କରିଥିଲେ। ୨ୟ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିଥିବା

ଆଠଗଡର ନ୍ୟୁଚାଲେଞ୍ଜର କ୍ଲବ୍ ନିର୍ଦ୍ଧାରିତ ୧୨ଓଭରରେ ସମସ୍ତ ୱିକେଟ ହରାଇ ୮୦ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଏହାର ପିଛାକରି ଆଠଗଡର ସୀତାରାମ କ୍ରିକେଟ କ୍ଲବ ୧୨ଓଭରରେ ସମସ୍ତ ୱିକେଟ ହରାଇ ୭୨ରନ୍ କରିବାରେ ସକ୍ଷମ ହୋଇଥିଲେ। ଏହି ମ୍ୟାଚଟିକୁ ନିହାର ରଞ୍ଜନ ରାଉତ, ଶୁଭେନ୍ଦ୍ର ଶଙ୍କର ଜ୍ୟୋତି ଅମ୍ପାୟାର ଭାବେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ସ୍ୱର୍ଗତ କେଶବାନନ୍ଦ ମହାନ୍ତିଙ୍କ ସହଧର୍ମିଣୀ କଳ୍ପନା ସୁନ୍ଦରୀ ମହାନ୍ତି ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିଲେ। ମୁଖ୍ୟଅତିଥି ଶ୍ରୀମତୀ ମହାନ୍ତି ଓ ସମ୍ମାନିତ ଅତିଥି ସାମ୍ବାଦିକ ସନ୍ତୋଷ ବାରିକ ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ଯତିନ୍ ରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ କନ୍ତୋଲ କ୍ରିକେଟ କ୍ଲବର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories